UGC NET 2024: ଏହି ଦିନ ହେବ ୟୁଜିସି ନେଟ୍ ପରୀକ୍ଷା, ଜାରି ହେଲା କାର୍ଯ୍ୟସୂଚୀ
Advertisement
Article Detail0/zeeodisha/odisha2365866

UGC NET 2024: ଏହି ଦିନ ହେବ ୟୁଜିସି ନେଟ୍ ପରୀକ୍ଷା, ଜାରି ହେଲା କାର୍ଯ୍ୟସୂଚୀ

UGC NET 2024: ୟୁଜିସି ନେଟ୍ ୨୦୨୪ ପାଇଁ ପ୍ରକାସ ପାଇଲା କାର୍ଯ୍ୟସୂଚୀ। ପଢନ୍ତୁ ପୂରା ରିପୋର୍ଟ...

UGC NET 2024: ଏହି ଦିନ ହେବ ୟୁଜିସି ନେଟ୍ ପରୀକ୍ଷା, ଜାରି ହେଲା କାର୍ଯ୍ୟସୂଚୀ

UGC NET 2024: ୟୁଜିସି ନେଟ୍ ୨୦୨୪ ପାଇଁ ପ୍ରକାସ ପାଇଲା କାର୍ଯ୍ୟସୂଚୀ। ଅଗଷ୍ଟ ୨୧ରୁ  ସେପ୍ଟେମ୍ବର ୪ ଯାଏଁ ହେବ ପରୀକ୍ଷା ।  ଏନେଇ ଜାତୀୟ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୮୩ ବିଷୟରେ ପରୀକ୍ଷା ହେବ। ସମସ୍ତ ପରୀକ୍ଷା କମ୍ପ୍ୟୁଟର ଭିର୍ତ୍ତିକ ହେବ। ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପ୍ରଥମ ପର୍ଯ୍ୟାୟ ସକାଳ ୯ଟାରୁ ୧୨ଟା ଯାଏଁ ହେବ। ଦ୍ବୀତିୟ ପର୍ଯ୍ୟାୟ ୩ଟାରୁ ସଂନ୍ଧ୍ୟା ୬ଟା ଯାଏଁ ହେବ। ପରୀକ୍ଷାର ୧୦ ଦିନ ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ସମ୍ପର୍କିତ ସମସ୍ତ ସୂଚାନ ପ୍ରଦାନ କରାଯିବ। ଏନେଇ ସମସ୍ତ ବିବରଣୀ ଜାଣିବା ପାଇଁ ଏନଟିଏ ଓ୍ବେବସାଇଟ୍ www.nta.ac.in ରେ ସମସ୍ତ ସୂଚନା ରହିଛି।

ALSO READ: Career Horoscope Today: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ ଏହିସବୁ ରାଶି, ମିଳିବ ପଦୋନ୍ନତି ସହ ...

ସୂଚନା ଯୋଗ୍ୟ ଗତ ଜୁନ୍ ୧୮ ତାରିଖରେ ହେବାକୁ ଥିବା ୟୁଜିସି ନେଟ୍ -୨୦୨୪ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶରେ ୩୧୭ ସହରରେ ୧୨୦୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଏଥିରେ ମୋଟ୍ ୧୧ ଲକ୍ଷ ୨୧ ହଜାର ୨୨୫ ଜଣ ପିଲା ପରୀକ୍ଷା ପାଇଁ ପଞ୍ଜିକରମ କରିଥିବା ବେଳେ ୯ ଲକ୍ଷ ୮ ହଜାର ୫୮୦ ଜଣ ପରୀକ୍ଷା ଦେଇଥିଲେ। ପେନ୍ ପେପର ମୋଡରେ ପରୀକ୍ଷା ହୋଇଥିଲା। ଏନେଇ ସମସ୍ତ ସୂଚନା ଏନଟିଏ ପକ୍ଷରୁ ଦିଆଯାଇଥିଲା। ହେଲେ ୧୯ ତାରିଖରେ  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୟୁଜିସି ନେଟ୍ ଜୁନ୍ ୨୦୨୪କୁ ବାତିଲ୍ କରାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଲା। ଏଥିରେ ଉଲ୍ଲେଖ କରାଗଲା ଯେ, ଭାରତୀୟ ସାଇବର କ୍ରାଇମ୍ କୋର୍ଡିନେଟର ସେଣ୍ଟର ପରୀକ୍ଷା ପ୍ରଶ୍ନପତ୍ରରେ ଲିକ୍ ସନ୍ଦେହ କରିଛି। ସେ ସମୟେ ନିଟ୍ ୟୁଜିକୁ ନେଇ ବିବାଦ ଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷାକୁ ବାତିଲ୍ କରାଯାଇଥିଲା।