Laal Singh Chaddha Trailer : ମେକର୍ସଙ୍କ ବଡ଼ ଘୋଷଣା, ଭବ୍ୟ ସମାରୋହରେ ଆମୀରଙ୍କ ଫିଲ୍ମ କରିବ ଧମାକା
Advertisement

Laal Singh Chaddha Trailer : ମେକର୍ସଙ୍କ ବଡ଼ ଘୋଷଣା, ଭବ୍ୟ ସମାରୋହରେ ଆମୀରଙ୍କ ଫିଲ୍ମ କରିବ ଧମାକା

ଆଇପିଏଲର ଶେଷ ଦିନ ଅର୍ଥାତ IPL 2022 Finaleରେ ଆମୀର ଖାନ ଏବଂ କରୀନା କପୁର ଅଭିନିତ ଫିଲ୍ମ Laal Singh Chaddha Trailer ଲଞ୍ଚ ହେବ। ଫିଲ୍ମର ଜଣେ ସୂତ୍ରରୁ ପ୍ରକାଶ ଯେ, ଯେତେବେଳେ ଆମୀର ଖାନ (Aamir Khan) ଙ୍କ କଥା ଆସେ, ସେତେବେଳେ ଏହା ଭବ୍ୟ ହେବା ଆବଶ୍ୟକ। 

ସୌ- ସୋସିଆଲ ମିଡିଆ

 

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ଏବଂ କରୀନା କପୁର ଖାନଙ୍କ ଆଗାମୀ ଫିଲ୍ମ 'ଲାଲ ସିଂ ଚଡ୍ଡା'କୁ ନେଇ ଏକ ବଡ ଖବର ଆସିଛି। କୋରୋନା ମହାମାରୀ ହେତୁ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଅନେକ ଥର ପରିବର୍ତ୍ତିତ ହୋଇଥିଲା। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ଫିଲ୍ମର ଟ୍ରେଲର ବିଷୟରେ ଏକ ବଡ ଖୁଲାସା ହୋଇଛି। ଏହା ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ଆଇପିଏଲର ଶେଷ ଦିନ ଅର୍ଥାତ IPL 2022 Finaleରେ ଆମୀର ଖାନ ଏବଂ କରୀନା କପୁର ଅଭିନିତ ଫିଲ୍ମ Laal Singh Chaddha Trailer ଲଞ୍ଚ ହେବ। ଫିଲ୍ମର ଜଣେ ସୂତ୍ରରୁ ପ୍ରକାଶ ଯେ, ଯେତେବେଳେ ଆମୀର ଖାନ (Aamir Khan) ଙ୍କ କଥା ଆସେ, ସେତେବେଳେ ଏହା ଭବ୍ୟ ହେବା ଆବଶ୍ୟକ। ଆଇପିଏଲର ଫାଇନାଲ ଦିନ ମେ ୨୯ରେ ଲାଲ ସିଂ ଚଡ୍ଡାର ଟ୍ରେଲର ଲଞ୍ଚ ହେବ। ଆଇପିଏଲର ଉତ୍ସାହକୁ ନଜରରେ ରଖି ଫିଲ୍ମ ନିର୍ମାତାମାନେ ଏହି ଦିନ ନିଜ ଫିଲ୍ମର ଟ୍ରେଲର ଲଞ୍ଚ କରିବାକୁ ଘୋଷଣା କରିଛନ୍ତି। ସିନେମା ଏବଂ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ବିଷୟ। 

Also Read: Taarak Mehta Ka Ooltah Chashmah; ଶୋ' ଛାଡ଼ିବେ ଆଉ ଜଣେ ମୁଖ୍ୟ କଳାକାର !

ସୂତ୍ର କହିଛନ୍ତି, 'ମାର୍କେଟିଂ ଏବଂ ବିଜ୍ଞାପନ ଜଗତର ଇତିହାସରେ ଏହା ପ୍ରଥମ ଥର ପାଇଁ ଦର୍ଶକମାନେ ଏତେ ବଡ଼ ଲାଇଭ୍ ସେରିମନୀ ସମୟରେ ଫିଲ୍ମ ଲଞ୍ଚ ଦେଖିବେ। ୨୯ ମେ'ରେ ଫାଇନାଲ୍ ମ୍ୟାଚର ଦ୍ୱିତୀୟ ଷ୍ଟ୍ରାଟେଜିକ୍ ସମୟରେ ଟ୍ରେଲରଟି ଷ୍ଟାର୍ ସ୍ପୋର୍ଟସରେ ଟେଲିଭିଜନରେ ସିଧା ପ୍ରସାରଣ ହେବ, ଯାହା ବିଜ୍ଞାପନ ଏବଂ ମାର୍କେଟିଂ ଦୁନିଆରେ ପରିବର୍ତ୍ତନ ଆଣିବ ଏବଂ ନୂତନ ମାନଦଣ୍ଡ ସ୍ଥିର କରିବ। ଏହା ପ୍ରଥମ ଥର ପାଇଁ ବିଶ୍ୱ ଟେଲିଭିଜନ ପ୍ଲାଟଫର୍ମ ଏବଂ କ୍ରୀଡା ଜଗତରେ ଏକ ଗ୍ରାଣ୍ଡ ଟ୍ରେଲର ଲଞ୍ଚ ହେବାକୁ ଯାଉଛି।'

 

ଫିଲ୍ମ ଲାଲ ସିଂ ଚାଡ୍ଡାଙ୍କ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ହେଉଛି ହଲିଉଡ ଫିଲ୍ମ ଫରେଷ୍ଟ ଗମ୍ପର ଅଫିସିଆଲ୍ ହିନ୍ଦୀ ରିମେକ୍। ଏହି ଚଳଚ୍ଚିତ୍ରରେ ଆମୀରଙ୍କୁ ପୁଣିଥରେ ତାଙ୍କର 3 Idiots କୋ-ଷ୍ଟାର କରୀନା କପୁର ଖାନ ଏବଂ ମୋନା ସିଂଙ୍କ ସହ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ସ୍ୱାଧିନତା ଦିବସ ଅବସରରେ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। Laal Singh Chaddhaର ଏକ ପୋଷ୍ଟର ସେୟାର କରି ସିନେ ସମୀକ୍ଷକ ତରଣ ଆଦର୍ଶ ଏହି ସୂଚନା ଦେଇଛନ୍ତି।