Dalip Tahil: ଜେଲ ଗଲେ ଅଭିନେତା ଦଲ୍ଲୀପ୍ ତାହିଲ, ୨୦୧୮ ଘଟଣାରେ ମିଳିଲା କଠୋର ସଜା
Advertisement
Article Detail0/zeeodisha/odisha1926276

Dalip Tahil: ଜେଲ ଗଲେ ଅଭିନେତା ଦଲ୍ଲୀପ୍ ତାହିଲ, ୨୦୧୮ ଘଟଣାରେ ମିଳିଲା କଠୋର ସଜା

Dalip Tahil Sentenced Punishment: ଅନେକ ସମୟରେ ବଲିଉଡ଼ ଅଭିନେତାମାନେ ହିଟ୍ ଆଣ୍ତ ରନ୍ କେସରେ ଫସି ଥିବାର ଖବର ଆପଣ ଶୁଣିଥିବେ ନିଶ୍ଚୟ। ତେବେ, ବଲିଉଡ଼ର ବରିଷ୍ଠ ଅଭିନେତା ଦିଲ୍ଲୀପ୍ ତାହିଲଙ୍କୁ (Bollywood actor Dalip Tahil) ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଯାହା ଆପଣ ମାନଙ୍କୁ ଚକିତ କରିପାରେ। ଜେଲ ଗଲେ ଅଭିନେତା ଦଲ୍ଲୀପ୍ ତାହିଲ (Dalip Tahil)। 

Dalip Tahil: ଜେଲ ଗଲେ ଅଭିନେତା ଦଲ୍ଲୀପ୍ ତାହିଲ, ୨୦୧୮ ଘଟଣାରେ ମିଳିଲା କଠୋର ସଜା

Dalip Tahil Sentenced Punishment: ଅନେକ ସମୟରେ ବଲିଉଡ଼ ଅଭିନେତାମାନେ  ହିଟ୍ ଆଣ୍ତ ରନ୍ କେସରେ ଫସି ଥିବାର ଖବର ଆପଣ ଶୁଣିଥିବେ ନିଶ୍ଚୟ। ତେବେ, ବଲିଉଡ଼ର ବରିଷ୍ଠ ଅଭିନେତା ଦିଲ୍ଲୀପ୍ ତାହିଲଙ୍କୁ (Bollywood actor Dalip Tahil) ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି ।  ଯାହା ଆପଣ ମାନଙ୍କୁ ଚକିତ କରିପାରେ। କାହିଁକିନା ହିଟ୍ ଆଣ୍ତ ରନ୍ କେସରେ (Hit and Run Case)ଜେଲ ଗଲେ ଅଭିନେତା ଦଲ୍ଲୀପ୍ ତାହିଲ (Dalip Tahil)। ୨୦୧୮ ମସିହା ହିଟ୍ ଏବଂ ରନ୍ ମାମଲାରେ କୋର୍ଟ ଦଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଇ ମାସ ଜେଲ ଦଣ୍ତରେ ଦଣ୍ତିତ କରିଛନ୍ତି ।

Also Read: Leo: ବକ୍ସ ଅଫିସରେ ଧମାଲ କରୁଛି 'ଲିଓ'; ତିନି ଦିନରେ ଆୟ କଲା ଏତେ କୋଟି

କ'ଣ ରହିଛି ପୂରା ଘଟଣାକ୍ରମ ଜାଣନ୍ତୁ :
ସୂଚନା ଅନୁସାରେ, ୨୦୧୮ ମସିହାରେ, ଦଲ୍ଲୀପ୍ ତାହିଲ ମଦ୍ୟପାନ କରି ଗାଡି ଚଳାଉଥିଲେ। ମୁମ୍ବାଇର ପାଶ ଖାର ଅଞ୍ଚଳରେ ଏକ ଅଟୋକୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ସେହି ଅଟୋରେ ଥିବା ଜଣେ ମହିଳା ଗୁରୁତର ହୋଇ ପଡିଥିଲେ। ପରେ ଘଟଣାସ୍ଥଳରେ ମୁମ୍ବାଇ ପୋଲିସ୍ ପହଞ୍ଚି ଥିଲା । ଏବଂ ତାଙ୍କୁ ଗିରଫ କରିଥିଲା । ପରେ ସେ ଜାମିନରେ ବାହାରକୁ ଆସିଥିଲେ। କିନ୍ତୁ ଏହି ମାମଲାର ତଦନ୍ତ ଜାରି ରହିଥିଲା । ଏବଂ ପ୍ରମାଣରୁ ସ୍ପଷ୍ଟ ବାରି ହୋଇ ଥିଲା ଯେ, ଦଲ୍ଲୀପ ମଦ୍ୟପାନ କରି ଗାଡି଼ ଚଳାଉ ଥିବା କାରଣରୁ ଦୁର୍ଘଟଣା ଘଟିଛି। ଏହି ପ୍ରମାଣକୁ କୋର୍ଟରେ ପୋଲିସ୍ ଉପସ୍ଥାପନ କରିଥିଲା। ଆଜି ଏହି ମାମଲାର ଶୁଣାଣୀ କରି କୋର୍ଟ ତାଙ୍କୁ ଦୁଇ ମାସ ଜେଲ ଦଣ୍ତରେ ଦଣ୍ତିତ କରିଛନ୍ତି। ସେପଟେ, ଏହି ରାୟ ଆସିବା ପରେ ମୁହଁ ଖୋଲିଛନ୍ତି ଅଭିନେତା  ଦଲ୍ଲୀପ୍ ତାହିଲ । ସେ କହିଛନ୍ତି, ସେସନ୍ସ କୋର୍ଟର ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ଉପର କୋର୍ଟକୁ ଯିବେ। 

୧୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି ଦଲ୍ଲୀପ୍ ତାହିଲ :
ବର୍ତ୍ତମାନ ଦଲ୍ଲୀପ୍ ତାହିଲଙ୍କ କମେଡି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ସେ ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି।  'ବାଜିଗର', 'ରାଜା', ହମ୍ ହେଁ ରାହେ ପ୍ୟାର୍ କେ, କାୟାମାତ୍ ସେ କାୟାମତ୍ ତକ୍, କାହୋ ନା ପ୍ୟାର୍ ହୈ , ଅଜନବି, ରକ୍ ଅନ୍, ରା ଓ୍ବାନ୍,  'ଭାଗ୍ ମିଲଖା ଭାଗ୍' ଓ 'ମିସନ୍ ମଙ୍ଗଲ୍'ରେ ତାଙ୍କୁ ଦେଖିବାକୁ ମିଳିଛି। ତାଙ୍କୁ ଶେଷ ଥର ପାଇଁ (Mind The Malhotras - Season 2) ମାଇଣ୍ତ ଦ ମଲହୋତ୍ରା ସେସନ୍ -୨ରେ ଦେଖିବାକୁ ମିଳିଥିଲା।