Leo: ବକ୍ସ ଅଫିସରେ ଧମାଲ କରୁଛି 'ଲିଓ'; ତିନି ଦିନରେ ଆୟ କଲା ଏତେ କୋଟି
Advertisement
Article Detail0/zeeodisha/odisha1926088

Leo: ବକ୍ସ ଅଫିସରେ ଧମାଲ କରୁଛି 'ଲିଓ'; ତିନି ଦିନରେ ଆୟ କଲା ଏତେ କୋଟି

Leo Box Office Collection Day 3: ବକ୍ସ ଅଫିସରେ ଧମାଲ ମଚାଉଛି ବିଜୟ ଥାଲପତିଙ୍କ ଅଭିନୀତ ଫିଲ୍ମ 'ଲିଓ' (Leo)। ଫିଲ୍ମଟି ଅକ୍ଟୋବର ୧୯ ତାରିଖରେ ରିଲିଜ୍ ହୋଇଥିଲା । ଆଉ ପ୍ରଥମ ଦିନରେ ହିଁ ସମସ୍ତଙ୍କୁ ଚକିତ କରିଥିଲା ଫିଲ୍ମର କଲେକସନ୍। ଏହି ଫିଲ୍ମଟି ପ୍ରଥମ ଦିନରେ ବିଶ୍ବରେ (148 crore) ୧୪୮ କୋଟି ସଂଗ୍ରହ କରିଥିଲା। ତେବେ, ଏହି ଫିଲ୍ମଟି ଶାହାରୁଖ୍ ଖାନଙ୍କ ଫିଲ୍ମ 'ଜଓ୍ବାନ୍'କୁ ପଛରେ ପକାଇବ ବୋଲି ଚର୍ଚ୍ଚା ହେଉଛି। 

Leo: ବକ୍ସ ଅଫିସରେ ଧମାଲ କରୁଛି 'ଲିଓ'; ତିନି ଦିନରେ ଆୟ କଲା ଏତେ କୋଟି

Leo Box Office Collection Day 3: ବକ୍ସ ଅଫିସରେ ଧମାଲ ମଚାଉଛି ବିଜୟ ଥାଲପତିଙ୍କ ଅଭିନୀତ ଫିଲ୍ମ 'ଲିଓ' (Leo)। ଫିଲ୍ମଟି  ଅକ୍ଟୋବର ୧୯ ତାରିଖରେ ରିଲିଜ୍ ହୋଇଥିଲା । ଆଉ ପ୍ରଥମ ଦିନରେ ହିଁ ସମସ୍ତଙ୍କୁ ଚକିତ କରିଥିଲା ଫିଲ୍ମର କଲେକସନ୍। ଏହି ଫିଲ୍ମଟି ପ୍ରଥମ ଦିନରେ ବିଶ୍ବରେ (148 crore) ୧୪୮ କୋଟି ସଂଗ୍ରହ କରିଥିଲା।  ତେବେ, ଏହି ଫିଲ୍ମଟି ଶାହାରୁଖ୍ ଖାନଙ୍କ ଫିଲ୍ମ 'ଜଓ୍ବାନ୍'କୁ ପଛରେ ପକାଇବ ବୋଲି ଚର୍ଚ୍ଚା ହେଉଛି। ପ୍ରଥମ ଦିନରେ (Rs 148 crore worldwide) ବିଶ୍ବବ୍ୟାପି ୧୪୮ କୋଟି ରୋଜଗାର କରି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି । ସେହିପରି ଦ୍ବୀତିୟ ଦିନରେ ବିଜୟଙ୍କ (Thalapathy Vijay Movie) ଫିଲ୍ମଟି  ଭଲ କଲେକସନ୍ କରିଥିଲା ।

Also Read: Yash Fees in Ramayana: ‘ରାମାୟଣ’ରେ ରାବଣ ଭୂମିକା ପାଇଁ ୟଶ ମାଗିଲେ ଏତିକି କୋଟି

ସାକନିଲ୍କଙ୍କ ରିପୋର୍ଟ ଅନୁଯାୟୀ,(According to the report of Sacnilk) 'ଲିଓ' ଦ୍ୱିତୀୟ ଦିନରେ ୩୫.୨୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ଫଳରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ ହୋଇଛି। କିନ୍ତୁ ବର୍ତ୍ତମାନ ଫିଲ୍ମର ତୃତୀୟ ଦିନରେ କଲେକସନ୍ ସାମ୍ନାକୁ ଆସିଛି। ଫିଲ୍ମଟି ତୃତୀୟ ଦିନରେ ଫିଲ୍ମଟି, ୪୦ କୋଟି କଲେକସନ୍ କରିଛି। ତେବେ, ଆଜି  ଛୁଟିଦିନଥିବାରୁ ଫିଲ୍ମଟି ତୃତୀୟ ଦିନର ଆୟ ବଢିବ ବୋଲି ଆଶା କରାଯାଉଛି। ସାକନିଲ୍କଙ୍କ ରିପୋର୍ଟ ଅନୁଯାୟୀ, ଭାରତରେ ଫିଲ୍ମଟି ତିନି ଦିନ ମଧ୍ୟରେ ମୋଟ୍ କଲେକସନ୍ ବର୍ତ୍ତମାନ ୧୩୯.୭୧ କୋଟିରେ ପହଞ୍ଚିଛି (According to industry tracker Sacnilk the film raked in ₹139.71 crores net in India in three days)। 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବିଜୟଙ୍କ ଏହି  ପାଖାପାଖି ୩୦୦ କୋଟି ବଜେଟରେ ନିର୍ମିତ ହୋଇଛି। ଯେଉଁ ଭଳି ଫିଲ୍ମ ରୋଜଗାର କରୁଛି, ଏହା ଖୁବ ଶୀଘ୍ର ୫୦୦ କୋଟି ଟଙ୍କା କ୍ଲବରେ ପ୍ରବେଶ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ର ବିଜୟଙ୍କ କ୍ୟାରିୟରର ସବୁଠାରୁ ବଡ ଓପନର୍ ବୋଲି ମଧ୍ୟ ପ୍ରମାଣିତ ହୋଇଛି। ଏହି  ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ମୁକ୍ତିଲାଭ କରିଛି। ବିଜୟଙ୍କ ବ୍ୟତୀତ ଲୋକେଶ କାନାଗରାଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ତ୍ରିଶା କୃଷ୍ଣନ ଏବଂ ସଞ୍ଜୟ ଦତ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ସଞ୍ଜୟ ଦତ୍ତ ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି। ତେବେ, ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ବେଶ ଛୁଇଁଛି। 
ଲିଓ' ରିଲିଜ୍ ହେବାର ପରଦିନ ଟାଇଗର ଶ୍ରଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଗଣପତ୍' ଏବଂ ଦିବ୍ୟା ଖୋସଲା କୁମାରଙ୍କ 'ୟାରିୟାନ୍ ୨' ମୁକ୍ତିଲାଭ କରିଥିଲା, କିନ୍ତୁ ବିଜୟ ଥାଲାପଥିଙ୍କ ଫିଲ୍ମ ଆଗରେ ଏହି ଦୁଇଟି ଫିଲ୍ମଟି ମାତ୍ ଖାଇଛି।