Actress Rambha: ସୋସିଆଲ ମିଡିଆରେ ରମ୍ଭା ଦେଲେ ଏଭଳି ଛାତିଥରା ଖବର
Advertisement
Article Detail0/zeeodisha/odisha1420026

Actress Rambha: ସୋସିଆଲ ମିଡିଆରେ ରମ୍ଭା ଦେଲେ ଏଭଳି ଛାତିଥରା ଖବର

Actress Rambha: ବଲିଉଡ ସିନେମାର ସେ ଜଣେ ନାମୀଦାମୀ ଅଭିନେତ୍ରୀ । ଅଭିନେତ୍ରୀ ଜଣକ ସଲମାନ, ଗୋବିନ୍ଦାଙ୍କ ସହ ଅଭିନୟ କରିଛନ୍ତି ।  ବଲିଉଡକୁ ଦେଇଛନ୍ତି ଅନେକ ହିଟ୍ ସିନେମା । ସେ ଅଭିନେତ୍ରୀ ଜଣକ ହେଉଛନ୍ତି ରମ୍ଭା (Actress Rambha) । 

 Actress Rambha: ସୋସିଆଲ ମିଡିଆରେ ରମ୍ଭା ଦେଲେ ଏଭଳି ଛାତିଥରା ଖବର

Actress Rambha: ବଲିଉଡ ସିନେମାର ସେ ଜଣେ ନାମୀଦାମୀ ଅଭିନେତ୍ରୀ । ଅଭିନେତ୍ରୀ ଜଣକ ସଲମାନ, ଗୋବିନ୍ଦାଙ୍କ ସହ ଅଭିନୟ କରିଛନ୍ତି ।  ବଲିଉଡକୁ ଦେଇଛନ୍ତି ଅନେକ ହିଟ୍ ସିନେମା । ସେ ଅଭିନେତ୍ରୀ ଜଣକ ହେଉଛନ୍ତି ରମ୍ଭା (Actress Rambha) । ଆଜି ରମ୍ଭାଙ୍କ କାର ଦୁର୍ଘଟଣାଗ୍ରସ୍ତ କାନାଡାରେ ହୋଇଛି। ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଅଭିନେତ୍ରୀ । ହେଲେ ,ଅଭିନେତ୍ରୀଙ୍କ ସାନ ଝିଅ ଦୁର୍ଘଟଣାରେ ଗୁରୁତର ହୋଇ ପଡିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀ ପ୍ରଶଂସକଙ୍କୁ ଦୁର୍ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏବଂ ତାଙ୍କ ଝିଅ ପାଇଁ ଆଶୁ ଆରୋଗ୍ୟ କାମନା କରିବା ପାଇଁ ଅନୁରୋଧ କରିଛନ୍ତି ।

ରାମ୍ଭା ଦୁର୍ଘଟଣାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି :

ରମ୍ଭା ତାଙ୍କ ସହ ଘଟିଥିବା ଦୁର୍ଘଟଣାର କିଛି ଫଟୋ ସୋସିଆଲ ମିଡିଆରେ ମିଡିଆରେ ସେୟାର କରିଛନ୍ତି । ଅଭିନେତ୍ରୀ ଲେଖିଛନ୍ତି, 'ପିଲାମାନଙ୍କୁ ସ୍କୁଲରୁ ଆଣିବା ପରେ ଆମ କାର ଛକ ନିକଟରେ ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା। ମୁଁ ଏବଂ ମୋର ନାନୀ ପିଲାମାନଙ୍କ ସହିତ କାରରେ ଥିଲୁ । ଆମେ ସମସ୍ତେ ସୁରକ୍ଷିତ, ସାମାନ୍ୟ ଆଘାତ ପାଇଛୁ । ମୋର ସାନ ଝିଅର ଅବସ୍ଥା ଖରାପ ଅଛି, ସେ ଏବେବି ଡାକ୍ତରଖାନାରେ ଅଛି। ଦୟାକରି ଆମ ପାଇଁ ପ୍ରାର୍ଥନା କରନ୍ତୁ । ଏହି ପୋଷ୍ଟ ସହିତ ରାମ୍ଭା ତାଙ୍କ ଝିଅର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳେ ଯେ ତାଙ୍କ ଝିଅ ମେଡିକାଲ ବେଡରେ ଚିକିତ୍ସାଧିନ ଅଛନ୍ତି । ଏଥି ସହିତ ସେ ତାଙ୍କ କାରର ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି ।  ତାହା ପୁଣି ଦୁର୍ଘଟଣା ପରର । ରାମ୍ଭା ଝିଅ ଶଶାଙ୍କ ଫଟୋରେ ଅନେକ ଫ୍ୟାନ୍ସଙ୍କ ସମେତ ଅନେକ କଳାକାରଙ୍କ ମନ୍ତବ୍ୟ ଆସିଛି । ଆଶୁ ଆରୋଗ୍ୟ ପାଇଁ ସେ କାମନା କରିଛନ୍ତି । ଏଥି ସହିତ, ଅନେକ ଲୋକ ମଧ୍ୟ ଏହି କଷ୍ଟ ସମୟରେ ରମ୍ଭାଙ୍କୁ ଷ୍ଟ୍ରଙ୍ଗ ହେବାକୁ ପରାମର୍ଶ ଦେଉଛନ୍ତି । 

ଏହାବି ପଢନ୍ତୁ : Urfi Javed: ପୂର୍ବତନ ପ୍ରେମିକ ବିଷୟରେ ବଡ ଖୁଲାସା କଲେ ଉର୍ଫି, କହିଲେ ସେ ମୋତେ ନେଇ...

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ରାମ୍ଭାଙ୍କ ପ୍ରକୃତ ନାମ ବିଜୟଲକ୍ଷ୍ମୀ ଥିଲା । ସେ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ୧୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ରମ୍ଭାଙ୍କ ନାଁ ଆଗରେ ଥିଲା। ଏକ ସମୟ ଥିଲା, ଯେତେବେଳେ ସେ ଦିବ୍ୟା ଭାରତୀଙ୍କ ପରି ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ମଧ୍ୟ ଛାଡିଥିଲେ । ରାମ୍ଭା ହିନ୍ଦୀ ସିନେମାରେ 'ଜାଲାଦ୍' (Jallad)ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଏହା ପରେ ସେ 'ଜଙ୍ଗ', 'କାହାର', 'ଜୁଡୱା', 'ବନ୍ଧନ' ଏବଂ 'ଜାନି ଦୁଷ୍ମାନ' ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। ୨୦୦୪ ମସିହାରେ 'ଡୁକାନ୍' ଚଳଚ୍ଚିତ୍ର ପରେ ରାମ୍ଭା କୌଣସି ଫିଲ୍ମରେ କାମ କରି ନ ଥିଲେ।