ଟ୍ରୋଲର୍ସଙ୍କ ଟାର୍ଗେଟରେ ଟ୍ୱିଙ୍କଲ । ଭାଇରାଲ ହେଉଛି ପୁରୁଣା ଫଟୋ ।
Advertisement

ଟ୍ରୋଲର୍ସଙ୍କ ଟାର୍ଗେଟରେ ଟ୍ୱିଙ୍କଲ । ଭାଇରାଲ ହେଉଛି ପୁରୁଣା ଫଟୋ ।

ଟ୍ରୋଲର୍ସଙ୍କ ଟାର୍ଗେଟରେ ଖିଲାଡି କୁମାରଙ୍କ ପରିବାର । ପତିଙ୍କ ପରେ ପତ୍ନୀ ହେଲେ ଟ୍ରୋଲର ଶିକାର । ସୋସିଆଲ ମିଡିଆରେ ଟ୍ୱିଙ୍କଲଙ୍କ ପୁରୁଣା ଫଟୋ ଭାଇରାଲ । ଲୋକେ କହୁଛନ୍ତି ଏମିତି ।

ଟ୍ରୋଲର୍ସଙ୍କ ଟାର୍ଗେଟରେ ଟ୍ୱିଙ୍କଲ । ଭାଇରାଲ ହେଉଛି ପୁରୁଣା ଫଟୋ ।

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର (Akshay Kumar ) ଓ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା (Twinkle Khanna )ଏହି ଯୋଡ଼ିକୁ ଦର୍ଶକ ଖୁବ ଭଲପାଇବା ଦିଅନ୍ତି । ବଲିଉଡର ଆଇକନିକ ଯୋଡି ଲିଷ୍ଟରେ ସାମିଲ ଉଭୟ ପତି ପତ୍ନୀ । ଅଭିନୟ ଜଗତ ସହ ସୋସିଆଲ ମିଡିଆରେ ଖିଲାଡି କୁମାର ବେଶ ଆକ୍ଟିଭ ।  ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଥିବା ଟ୍ୱିଙ୍କଲ ଖନ୍ନା ମଧ୍ୟ  ସୋସିଆଲ ମିଡିଆରେ   ଆକ୍ଟିଭ । ନିଜ ଡେଲି ଅପଡେଟ୍ ସୋସିଆଲ ମିଡିଆରେ ସେୟାର କରନ୍ତି । ଫ୍ୟାନ୍ସ ଉଭୟଙ୍କ ପୋଷ୍ଟରେ ଢେରସାରା ଭଲ ପାଇବା ବର୍ଷା କରନ୍ତି । ସାମାଜିକ ପ୍ରସଙ୍ଗ ହେଉ କିମ୍ବା କୌଣସି ମୁଭି ରିଭ୍ୟୁ ନେଇ ମଧ୍ୟ ଏହି କପଲ ନିଜ ନିଜ ମତାମତ ସେୟାର କରନ୍ତି ।

ନିକଟରେ ଅକ୍ଷୟ କୁମାର ପାନ ମସଲା  ବିଜ୍ଞାପନ କରି ଟ୍ରୋଲର ଶିକାର ହୋଇଥିଲେ । ସୋସିଆଲ ମିଡିଆରେ ତାଙ୍କ ନାଁରେ  ଲୋକେ ଖରାପ କମେଣ୍ଟ କରି ସାମଲୋଚନା  କରିଥିଲେ । ଏପରିକି ତାଙ୍କ ମିମ୍ସ ମଧ୍ୟ ଭାଇରାଲ ହୋଇଥିଲା ।ଏହାପରେ ଅକ୍ଷୟ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଥିଲେ । ଅକ୍ଷୟଙ୍କ ଏହି ପ୍ରସଙ୍ଗ ଥମିନଥିବା ବେଳେ ତାଙ୍କ ପତ୍ନୀ ଏବେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଯାଇଛନ୍ତି ।ପତି ଅକ୍ଷୟଙ୍କ ପରେ ପତ୍ନୀ  ଟ୍ୱିଙ୍କଲ ଟ୍ରୋଲର ଶିକାର ହୋଇଛନ୍ତି । କୌଣସି ବିଜ୍ଞାପନ କିମ୍ବା ମନ୍ତବ୍ୟ ପାଇଁ ନୁହେଁ ବରଂ ନିଜ ପୁରୁଣା ଫଟୋ ପାଇଁ । ଆପଣ ଭାବୁଥିବେ ପୁରୁଣା ଫଟୋ ପାଇଁ ଟ୍ୱିଙ୍କଲଙ୍କୁ ଟ୍ରୋଲ କାହିଁକି କରାଗଲା ? ପଢନ୍ତୁ ପୁରା ଷ୍ଟୋରୀ ।

Also Read: 'ଫୁଲ ଔର କାଣ୍ଟେ'ର ରିମେକ କରିବେ ଅଜୟ ଦେବଗନ

ଟ୍ୱିଙ୍କଲ ନିଜ ଡେଲି ଅପଡେଟ୍ ସୋସିଆଲ ମିଡ଼ିଆରେ ସେୟାର କରିବା ସହ ନିଜ ଫଟୋ ସୁଟ୍ ମଧ୍ୟ ସେୟାର କରନ୍ତି । ତେବେ କିଛି ଦିନ ପୂର୍ବରୁ ଟ୍ୱିଙ୍କଲ ସେୟାର କରିଥିବା ଫଟୋ ପାଇଁ ଏବେ ତାଙ୍କୁ ଟ୍ରୋଲ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଟ୍ୱିଙ୍କଲ ଗୋଟିଏ ଫଟୋରେ ଗଦା ହୋଇଥିବା ବହି ଉପରେ ବସିଥିବା ବେଳେ ତାଙ୍କ ପାଦତଳେ ଅନେକ ବହି ରଖାଯାଇଥିବା ଫଟୋରେ ଦେଖିବାକୁ ମିଳିଛି ।ଏଥିପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି । ଏହି ଫଟୋ ୨୦୧୭ ମସିହାର ଜଣାପଡ଼ିଛି । ଗୋଟିଏ ମାଗାଜିନ କଭର ପେଜ୍ ପାଇଁ ଟ୍ୱିଙ୍କଲ ଏହି ପୋଜରେ ଫଟୋ ସୁଟ୍ କରିଥିଲେ । ହେଲେ ଏବେ ଏହି ଫଟୋ ତାଙ୍କୁ ସୋସିଆଲ ମିଡିଆ ୟୁଜର୍ସଙ୍କ ଟାର୍ଗେଟକୁ ନେଇଆସିଛି ।

Also Read: ଅଭିନେତ୍ରୀ ଅମିଷା ପଟେଲଙ୍କ ନାଁରେ ଠକେଇ ଅଭିଯୋଗ

୨୦୧୭ରେ  ମଧ୍ୟ ଏହି ଫଟୋ ସୁଟ୍ ପାଇଁ ସେ ଟ୍ରୋଲ ହୋଇଥିଲେ , ଆଉ ଏବେ  ପୁଣିଥରେ ସେ ଟାର୍ଗେଟକୁ ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାପରେ ଲୋକେ ବହୁତ ଖରାପ କମେଣ୍ଟ କରି ଟ୍ୱିଙ୍କଲଙ୍କୁ  ସମାଲୋଚନା କରୁଛନ୍ତି । କିଛି ୟୁଜର୍ସ ସୋସିଆଲ ମିଡିଆରେ ଟ୍ୱିଙ୍କଲଙ୍କ 'ବୁଦ୍ଧି ହଜିଯାଇଛି' ବୋଲି କମେଣ୍ଟ କରିଛନ୍ତି ।ପୁରୁଣା ଫଟୋ ସତ୍ତ୍ୱେ ଟ୍ୱିଙ୍କଲଙ୍କ ଏହି ପୋଜକୁ ଲୋକେ ନାପସନ୍ଦ କରିଛନ୍ତି । ପୁସ୍ତକ ଉପରେ ପାଦ ରଖି ଟ୍ୱିଙ୍କଲ ପୁସ୍ତକ ଏବଂ ତାଙ୍କ ଅଗଣିତ ଫ୍ୟାନ୍ସଙ୍କ ମନରେ ଆଘାତ ପହଞ୍ଚାଇଛନ୍ତି ।