Bholaa Motion Poster: 'ଭୋଲା'ର ମୋସନ ପୋଷ୍ଟର ରିଲିଜ୍ ପରେ ଅଜୟଙ୍କୁ ଟ୍ରୋଲ କଲେ ୟୁଜର୍ସ, କହିଲେ ବନ୍ଦ କର...
Advertisement
Article Detail0/zeeodisha/odisha1450977

Bholaa Motion Poster: 'ଭୋଲା'ର ମୋସନ ପୋଷ୍ଟର ରିଲିଜ୍ ପରେ ଅଜୟଙ୍କୁ ଟ୍ରୋଲ କଲେ ୟୁଜର୍ସ, କହିଲେ ବନ୍ଦ କର...

Bholaa Motion Poster: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ ୨' ନିକଟରେ ରିଲିଜ୍ ହୋଇଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । 'ଦୃଶ୍ୟମ୍ ୨' ବକ୍ସ ଅଫିସରେ ସୁପରହିଟ୍ ବୋଲି ସାବ୍ୟସ୍ତ ହୋଇ ସାରିଛି । ତେବେ, ଆଗକୁ ମଧ୍ୟ ଅଜୟଙ୍କ ଅଭିନୀତ ଫିଲ୍ମ 'ଭୋଲା' ମଧ୍ୟ ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି ।

Bholaa Motion Poster: 'ଭୋଲା'ର ମୋସନ ପୋଷ୍ଟର ରିଲିଜ୍ ପରେ ଅଜୟଙ୍କୁ ଟ୍ରୋଲ କଲେ ୟୁଜର୍ସ, କହିଲେ ବନ୍ଦ କର...

Bholaa Motion Poster: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ ୨' ନିକଟରେ ରିଲିଜ୍ ହୋଇଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । 'ଦୃଶ୍ୟମ୍ ୨' ବକ୍ସ ଅଫିସରେ  ସୁପରହିଟ୍ ବୋଲି ସାବ୍ୟସ୍ତ ହୋଇ ସାରିଛି । ତେବେ, ଆଗକୁ ମଧ୍ୟ ଅଜୟଙ୍କ ଅଭିନୀତ ଫିଲ୍ମ 'ଭୋଲା' ମଧ୍ୟ ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ମୋସନ ପୋଷ୍ଟର ଆଜି ରିଲିଜ ହୋଇଛି। ଅଜୟ ଦେବଗନ, ଅଭିନେତ୍ରୀ ତବୁଙ୍କ ସହ ପୁଣିଥରେ 'ଭୋଲା'ରେ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଅଜୟ ଦେବଗନ୍ । 

'ଭୋଲା'ର ମୋସନ ପୋଷ୍ଟର ରିଲିଜ୍ :

 
 
 
 

 
 
 
 
 
 
 
 
 
 
 

A post shared by Ajay Devgn (@ajaydevgn)

କିଛି ସମୟ ପୂର୍ବରୁ ଅଜୟ ଦେବଗନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଭୋଲା'ର ମୋସନ ପୋଷ୍ଟର ରିଲିଜ କରିଛନ୍ତି। ଅଭିନେତା ଏହି ପୋଷ୍ଟରକୁ ନିଜ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି। ଏହି ମୋସନ ପୋଷ୍ଟରରୁ, ଆପଣ ଅନୁମାନ କରିପାରିବେ ଯେ ଅଜୟଙ୍କ ଏହି ଫିଲ୍ମ  ସମ୍ପୁର୍ଣ୍ଣ ଏକ ଆକ୍ସନ୍ ପ୍ୟାକେଜ୍  । ମୋସନ୍ ପୋଷ୍ଟରରେ, ଆପଣ ତ୍ରିସୁଳ ସହ  ଏକ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ବାଜୁଥିବା ଦେଖିବାକୁ ପାଇବେ । ଏହି ପୋଷ୍ଟରରେ ଅଜୟ ମଧ୍ୟ ନଜର ଆସିଛନ୍ତି , ଯେଉଁଥିରେ ସେ ପାଉଁଷ ଲଗାଉଥିବା ଦେଖିବାକୁ ମିଳିଛି । 

ମୋସନ୍ ଟିଜର ରିଲିଜ୍ ପରେ ୟୁଜର୍ସମାନେ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି :

ଅନେକ ଲୋକ 'ଭୋଲା'ଙ୍କ ପୋଷ୍ଟରକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଏହା ଉପରେ ଅଭିନେତାଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି - 'ଭାଇ, ଚଳଚ୍ଚିତ୍ର ନିର୍ଦ୍ଦେଶନା ବନ୍ଦ କର', ତୁମେ ଗୋଟିଏ ନିର୍ଦ୍ଦେଶନା ଦେଇଥିବା ଫିଲ୍ମଟି ସୁପର ଫ୍ଲପ୍ । ' ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଅନ୍ୟ ଏକ ରିମେକ୍, ସେମାନେ କେବଳ ଭିମଲ୍ ସହିତ ରିମେକ୍ କରନ୍ତି । ଏହିପରି, ଅନେକ ଉପଭୋକ୍ତା ଅଜୟ ଦେବଗନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ।

 

ନିକଟରେ ରିଲିଜ୍ ହୋଇଛି ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଦୃଶ୍ୟମ୍ ୨'। ଫିଲ୍ମକୁ ଦର୍ଶକଙ୍କ ଢେରସାରା ଭଲ ପାଇବା ମିଳିଛି । ଫଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ଯଦି ଆମେ ଅଜୟଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା , ତେବେ ଅଜୟଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଭୋଲା ବ୍ୟତୀତ 'ମଇଦାନ୍', 'ନୀରାଜ୍ ପାଣ୍ତେସ ନେକ୍ସଟ', 'ସିଙ୍ଗମ୍ ୩', 'ରେଡ୍ ୨' ଓ 'ଗୋଲମାଲ୍  ୫' ରେ ନଜର  ଆସିବେ। 

ଏହାବି ପଢନ୍ତୁ : Kangana Ranaut: ବଲିଉଡକୁ କେଉଁ ଅଭିନେତ୍ରୀ ବଞ୍ଚାଇ ରଖିଛନ୍ତି ? କଙ୍ଗନା କଲେ ଖୁଲାସା

ଏହାବି ପଢନ୍ତୁ : Drishyam 2 Box Office Collection Day 2: ବକ୍ସ ଅଫିସରେ ଧମାଲ କରୁଛି 'ଦୃଶମ୍ ୨', ଦୁଇ ଦିନର କଲେକସନ୍ କଲାଣୀ ଏତିକି କୋଟି

ଏହାବି ପଢନ୍ତୁ : Suhana Khan: କିଙ୍ଗ୍ ଖାନଙ୍କ ଲାଡଲୀକୁ ଦୁଃବ୍ୟବହାର !