Allu Arjun:  ଦକ୍ଷିଣ ସିନେମାର ଜଣାଶୁଣା ଅଭିନେତା ଅଲ୍ଲୁ ଅର୍ଜୁନ(Allu Arjun)।  ପିଲ୍ମ'ପୁଷ୍ପା'(Pushpa)ରୁ ତାଙ୍କର ଲୋକପ୍ରିୟତା ଅଧିକ ବଢିଛି। ଏପରିକି ଅଲ୍ଲୁଙ୍କୁ ହିନ୍ଦୀ ସିନେମାରୁ ମଧ୍ୟ ଅଫର ଆସିଥିବା କୁହାଯାଇଛି । ତେବେ,ବର୍ତ୍ତମାନ ଅଲ୍ଲୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ତାହା କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ସେ ତାଙ୍କର ଚେହେରାକୁ ପ୍ଲାଷ୍ଟିକ ସର୍ଜରୀ (cosmetic surgery )କରାଇଥିବା ନେଇ ଦାବି ହୋଇଛି। ଏହାରି ଭିତରେ ତାଙ୍କର ପୁରୁଣା ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ (viral social media) ହେବାରେ ଲାଗିଛି । ତେବେ,ଏହି ଫଟୋ  ଯିଏ ଦେଖୁଛି ସିଏ କହୁଛି ଅଲ୍ଲୁ ପ୍ଲାଷ୍ଟିକ୍ ସର୍ଜରୀ (cosmetic surgery )କରାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଲୁ ଅର୍ଜୁନ ପ୍ଲାଷ୍ଟିକ୍ ସର୍ଜରୀ କରାଇଥିବା ଅଭିଯୋଗ: ଅଲୁ ଅର୍ଜୁନ ୨୦୦୩ ଚଳଚ୍ଚିତ୍ର 'ଗାଙ୍ଗୋଟ୍ରି'ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଅଭିନେତା ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଥିଲେ । ଯଦି ମିଡିଆ ରିପୋର୍ଟକୁ ବିଶ୍ବାସ କରାଯାଏ, ଅଲ୍ଲୁଙ୍କ ପ୍ରଥମ ଚଳଚ୍ଚିତ୍ରରେ ଦେଖି ଅନେକ ଫ୍ୟାନ୍ସ ତାଙ୍କ ଚେହେରାକୁ ପସନ୍ଦ କରୁ ନଥିଲେ। ଇଟିମସ୍ ରିପୋର୍ଟ ଅନୁଯାୟୀ,ଫ୍ୟାନ୍ସ ପ୍ରତିକ୍ରିୟା ଦେଖିବା ପରେ ଅଲ୍ଲୁ ତାଙ୍କ ଚେହେରା ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ କସମେଟିକ୍ ସର୍ଜରୀ ମାଧ୍ୟମରେ ସେ ନିଜ ଚେହେରାରେ ପରିବର୍ତ୍ତନ ଆଣିଥିଲେ । କୌତୁହଳର ବିଷୟ ଏହି କି ଯେ, ଅଲ୍ଲୁ ଏହି ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । 



Also Read : Lipsa Mishra Wedding: ହାତକୁ ଦି ହାତ ହେଲେ ଲିପ୍ସା, ଜାଣନ୍ତୁ କ’ଣ କରନ୍ତି ତାଙ୍କ ଜୀବନ ସାଥୀ?


Also Read : Akshay kumar: କାହିଁକି ଲଗାତାର ଫ୍ଲପ୍ ଫିଲ୍ମ ଦେଉଛନ୍ତି ଅକ୍ଷୟ? ଏହା ହେଉଛି ବଡ଼ କାରଣ


ଅଲୁ ଅର୍ଜୁନ ଫଟୋ ଭାଇରାଲ : ସୋସିଆଲ  ମିଡିଆରେ  ଅନେକ ଲୋକେ ଅଲୁ ଅର୍ଜୁନଙ୍କର ଅନେକ ଫଟୋ ସେୟାର କରିଛନ୍ତି। ଫଟୋ ଗୁଡ଼ିକ କସମେଟିକ୍ ସର୍ଜରୀ ପୂର୍ବର ଓ ପରର ବୋଲି କୁହାଯାଉଛି। ଦାବି ହେଉଛି ଯେ ଅଲୁଙ୍କ ନାକ ଏବଂ ଓଠ ତଳ ଭାଗକୁ ଅସ୍ତ୍ରୋପଚାର କରାଯାଇଛି। କେବଳ ଏତିକି ନୁହେଁ,କେତେକ ଅଭିଯୋଗ କରିଛନ୍ତି ଯେ, ଲିପ ସର୍ଜରୀ ମଧ୍ୟ କରିଛନ୍ତି ଅଲ୍ଲୁ। ତେବେ, ଅଲ୍ଲୁଙ୍କ ଏହି ଫଟୋକୁ ଦେଖି ଟ୍ରୋଲର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।  କିନ୍ତୁ ଅଭିନେତା ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି। ତେବେ,ଏଠାରେ ଆମେ ଆପଣଙ୍କୁ କହି ରଖିବୁଯେ,ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ଫିଲ୍ମ 'ପୁଷ୍ପା ୨'ର ସୁଟିଂରେ ବ୍ୟସ୍ତ ଅଛନ୍ତି । 'ପୁଷ୍ପା ୨' ଚଳିତ ବର୍ଷ ଶେଷ ଆଡ଼କୁ ମୁକ୍ତିଲାଭ କରିବ । ଏଥିରେ ଆଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନ୍ନାଙ୍କ ସମେତ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ କଳାକାରଙ୍କୁ ପୁଣି ଦେଖିବାକୁ ମିଳିବ ।


Also Read : Road Accident: ମନ୍ଦିରରେ ମାନସିକ ପୂରା କରି ଘରକୁ ଫେରିଲା ବେଳେ ଚାଲିଗଲା ୫ ଜୀବନ


Also Read : Brown Rice: ଆଦିବାସୀ ମହିଳାଙ୍କୁ ରୋଜଗାର ଦେଉଛି ଢିଙ୍କିକୁଟା ଚାଉଳ