Road Accident: ମନ୍ଦିରରେ ମାନସିକ ପୂରା କରି ଘରକୁ ଫେରିଲା ବେଳେ ଚାଲିଗଲା ୫ ଜୀବନ
Advertisement
Article Detail0/zeeodisha/odisha1590220

Road Accident: ମନ୍ଦିରରେ ମାନସିକ ପୂରା କରି ଘରକୁ ଫେରିଲା ବେଳେ ଚାଲିଗଲା ୫ ଜୀବନ

Road Accident: ମର୍ମନ୍ତୁଦ ସଡ଼କ (Road Accident)ଦୁର୍ଘଟଣାରେ ଗଲା ୫ ଜୀବନ(Five die) । କାରକୁ ପିଟିଲା ଟ୍ରକ୍(Accident) । ତାମଲନାଡୁର ନିମାକାଲ(Namakkal)ରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା (road accident in Namakkal) । ଏଥିରେ ୫ ଜଣଙ୍କର (Five die)ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, କିଭଳି ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ ଆରମ୍ଭ କରିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident: ମର୍ମନ୍ତୁଦ ସଡ଼କ (Road Accident)ଦୁର୍ଘଟଣାରେ ଗଲା ୫ ଜୀବନ(Five die) ।  କାରକୁ ପିଟିଲା ଟ୍ରକ୍(Accident) । ତାମଲନାଡୁର ନିମାକାଲ(Namakkal)ରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା (road accident in Namakkal) । ଏଥିରେ  ୫ ଜଣଙ୍କର (Five die)ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, କିଭଳି ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ ଆରମ୍ଭ କରିଛି । ମୃତକମାନେ ହେଲେ ମହାଲକ୍ଷ୍ମୀ, ମଣି ଓରଫ କାଣ୍ତାଇ, କୁଞ୍ଜାମାଲ,ଶାନ୍ତି ଓ କବିତା।

ସୂଚନା ଅନୁସାରେ,ତାମିଲନାଡୁ ଅଞ୍ଚଳର ଡ୍ରାଇଭର ପି.ରବି ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ କୁରୁର ଜିଲ୍ଲାରେ ଥିବା ଏକ ମନ୍ଦିରକୁ (ସୋମବାର)ଆଜି ସକାଳୁ ଦର୍ଶନ ପାଇଁ ପହଞ୍ଚିଥିଲେ । ଦର୍ଶନ ସୁରୁଖୁରରେ ସାରି ଘର ଅଭିମୁଖେ ଫେରୁଥିଲେ। କିନ୍ତୁ ଜାଣିନ ଥିଲେ ଘରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ସହ ଏତେ ବଡ ସଡକ ଦୁର୍ଘଟଣା ଘଟିବ । ଏବଂ ତାଙ୍କର ଏହା ଶେଷ ଯାତ୍ରା ହେବ । ଜାତୀୟ ରାଜପଥରେ ଘରକୁ ଫେରୁଥିବା ବେଳେ ତିରୁଚେଙ୍ଗଡେ(Tiruchengode) ନିକଟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା(Road Accident in Tamil Nadu) ।  ଘଟଣାସ୍ଥଳରେ  ହିଁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ , ଡାକ୍ତରଖାନା ନେବା ବାଟରେ ଆଖି ବୁଜିଥିଲେ ପି ରବିଙ୍କ ସ୍ତ୍ରୀ କବିତା । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ପି.ରବି ଓ ତାଙ୍କ ୪ ବର୍ଷର ପୁଅ ଲକ୍ଷ୍ମଣକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Also Read : Lipsa Mishra Wedding: ହାତକୁ ଦି ହାତ ହେଲେ ଲିପ୍ସା, ଜାଣନ୍ତୁ କ’ଣ କରନ୍ତି ତାଙ୍କ ଜୀବନ ସାଥୀ?

Also Read : Road Accident: ପିକନିକ୍ ଯିବା ବେଳେ ଦୁର୍ଘଟଣା, ଡକାଡକି ହୋଇ ଆରପାରିକୁ ଚାଲିଗଲେ ତିନି ସାଙ୍ଗ

ନିକଟରେ,ଆନ୍ଧ୍ର ପ୍ରଦେଶ କୁପାମ ଜାତୀୟ ରାଜପଥରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା (road accident in kuppam) ଘଟିଥିଲା। କାରକୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ମେଡିକାଲ ଛାତ୍ର ବୋଲି ଜଣାପଡିଛି (3 medical students dead)। ମୃତକମାନେ ହେଲେ ସାଇକ୍ରିଷ୍ଣା ଓ ପ୍ରବୀଣ ହୋଇଥିବା ବେଳେ  ଅନ୍ୟଜଣଙ୍କ ନାଁ ଜଣାପଡିନି। ସୂଚନା ଅନୁସାରେ,( Vikas Reddy Medical college ) ବିକାଶ ରେଡ୍ଡୀ ମେଡିକାଲ କଲେଜର ତିନି ଛାତ୍ର ଏକ କାର ଯୋଗେ ନିକଟସ୍ତ ଅଞ୍ଚଳକୁ ପିକନିକ କରିବାକୁ ଯାଇଥିଲେ । କିନ୍ତୁ ସେମାନେ ଜାଣିନଥିଲେ ,ସେମାନେ ଗନ୍ତବ୍ୟସ୍ତଳରେ ପହଞ୍ଚିବା ଆଗରୁ ସେମାନଙ୍କୁ ଯମ ନେଇଯିବ ବୋଲି। ପିକନିକ୍ ସ୍ପଷ୍ଟକୁ ଯାଉଥିବା ସମୟରେ କୁପମ ଅଞ୍ଚଳରେ ହାଇଓ୍ବେ ନିକଟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳର ପହଞ୍ଚି ମୃତଦେହକୁ  ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି। 

Also Read : Brown Rice: ଆଦିବାସୀ ମହିଳାଙ୍କୁ ରୋଜଗାର ଦେଉଛି ଢିଙ୍କିକୁଟା ଚାଉଳ