Lipsa Mishra Wedding: ହାତକୁ ଦି ହାତ ହେଲେ ଲିପ୍ସା, ଜାଣନ୍ତୁ କ’ଣ କରନ୍ତି ତାଙ୍କ ଜୀବନ ସାଥୀ?
Advertisement
Article Detail0/zeeodisha/odisha1590029

Lipsa Mishra Wedding: ହାତକୁ ଦି ହାତ ହେଲେ ଲିପ୍ସା, ଜାଣନ୍ତୁ କ’ଣ କରନ୍ତି ତାଙ୍କ ଜୀବନ ସାଥୀ?

Lipsa Mishra Wedding: ଓଲିଉଡ଼ ଅଭିନେତ୍ରୀ  ଲିପ୍ସା ମିଶ୍ର(Ollywood Actress Lipsa Mishra) । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ(Lipsa Mishra Wedding)। ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ ଜୀବନ ସାଥୀ କରିଛନ୍ତି ଲିପ୍ସା । ସୋମବାର ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଉଭୟଙ୍କ ବିବାହ ସମ୍ପନ୍ନ(Wedding) ହୋଇଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Lipsa Mishra Wedding: ଓଲିଉଡ଼ ଅଭିନେତ୍ରୀ  ଲିପ୍ସା ମିଶ୍ର(Ollywood Actress Lipsa Mishra) । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ(Lipsa Mishra Wedding)। ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ ଜୀବନ ସାଥୀ କରିଛନ୍ତି ଲିପ୍ସା । ସୋମବାର ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଉଭୟଙ୍କ ବିବାହ ସମ୍ପନ୍ନ(Wedding) ହୋଇଛି । ଅଭିନେତ୍ରୀଙ୍କ ବିବାହ ଉତ୍ସବରେ ବହୁ ଓଲିଉଡ ଅଭିନେତା , ଅଭିନେତ୍ରୀଙ୍କ ସମେତ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥିଲେ ।  ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କ (Akash Acharya)ସହ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଥିବା ଏକ ମଣ୍ତପରେ ଲିପ୍ସାଙ୍କ ବିବାହ ସମ୍ପନ୍ନ ହୋଇଛି । ଏହି ବିବାହ ଉତ୍ସବରେ ଓଲିଉଡର ବହୁ କଳାକାର ଯୋଗ ଦେଇ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିବାହରେ ବଲିଉଡ୍ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗାରେ (Sabyasachi Lehenga)ବଧୂ ରୂପରେ ବେଶ ଆକର୍ଷଣୀୟ ଦେଖାଯାଉଥିଲେ ଲିପ୍ସା । ସେହିପରି ଆକାଶ ଏକ କ୍ରିମ ରଙ୍ଗର ସେରଓ୍ବାନି ପିନ୍ଧି ଥିବା ବେଳେ ବିବାହ ମଣ୍ତପରେ  ଉଭୟଙ୍କ ଯୋଡି ବେଶ ଝଟକିଥିଲା ।

ଆକାଶ (Akash Acharya)ହେଉଛନ୍ତି ଜଣେ ମେକାନିକାଲ୍‌‌ ଇଞ୍ଜିନିୟର ଓ ମାର୍କେଟିଂରେ ସେ ଏମ୍‌‌ବିଏ ପାଠ ପଢ଼଼ିଛନ୍ତି। ବର୍ତ୍ତମାନ ସେ ନିଜ ପରିବାରର ବ୍ୟବସାୟ ଦେଖାଶୁଣା କରୁଛନ୍ତି। ଓଡ଼ିଆ ସିନେମା ଓ ଟେଲିଭିଜନ ଶିଳ୍ପରେ ନୂଆ ଧାରା ସୃଷ୍ଟି କରିବା ନେଇ ଲିପ୍‌‌ସା ପରିଚିତ। ୨୦୧୫ ମସିହାରେ ଚଳଚ୍ଚିତ୍ର ‘ମାୟା’ ଜରିଆରେ ଡେବ୍ୟୁ କରିଥିଲେ ଲିପ୍‌‌ସା। ଏହାପରେ ୨୦୧୬ରେ ‘ଅଦୃଶ୍ୟମ୍‌‌’, ୨୦୨୨ରେ ‘ତୃଷ୍ଣା’, ‘ପିଲାଟା ବିଗିଡ଼ିଗଲା’, ‘ରଙ୍ଗିଲା ବୋହୂ’, ୪ ଇଡିଅଟ୍‌‌’, ‘ଟୋକାଟା ଫସିଗଲା’ଆଦି ଚଳଚ୍ଚିତ୍ରରେ ଲିପ୍ସାଙ୍କୁ ଦେଖିବାକୁ ମିଳିଥିଲା।

ଏହାବି ପଢନ୍ତୁ : Anushka Sharma: ଫଟୋରେ ଖବର, ଜାଣନ୍ତୁ ଅନୁଷ୍କାଙ୍କ ଫିଟନେସର ରାଜ୍

ଏହାବି ପଢନ୍ତୁ : Akshay kumar: କାହିଁକି ଲଗାତାର ଫ୍ଲପ୍ ଫିଲ୍ମ ଦେଉଛନ୍ତି ଅକ୍ଷୟ? ଏହା ହେଉଛି ବଡ଼ କାରଣ

 
 
 
 

 
 
 
 
 
 
 
 
 
 
 

A post shared by panigrahipriyankaa official (@panigrahipriyankaa_official)

ଲିପ୍ସାଙ୍କ ବ୍ୟକ୍ତିଗତ ଜୀବନ ଓ ଶିକ୍ଷାଗତ ଯୋଗ୍ୟତା:
ଲିପ୍ସା ମିଶ୍ର ପୁରୀରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ +୨ ପଢ଼ୁଥିଲେ । ଏହା ପରେ ସେ ବିଜେବି କଲେଜରେ ଓଡ଼ିଆ ସ୍ନାତକରେ ପଢ଼ୁଥିଲେ ଏବଂ ସେଠାରେ ସେ ଓଡ଼ିଆ ବିଭାଗରେ ସର୍ବାଧିକ ନମ୍ବର ରଖି ୨୦୧୨ରେ ସ୍ନାତକ ହାସଲ କରିଥିଲେ । ତା' ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ପଢ଼ୁଥିଲେ । ଲିପ୍ସା ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରଥିଲେ । ଲିସ୍ପା ଘରୋଇ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‌ବିଗ୍ ବ୍ରେକ୍‌ରେ ଭାଗ ନେଇ ବିଜୟୀନି ହୋଇଥିଲେ। ଏବଂ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ରେ ନାୟିକା ଖୁସି ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସରିବା ପରେ ସେ ୨୦୧୫ରେ ମାୟା ଚଳଚ୍ଚିତ୍ର ଜରିଆରେ ଲିପ୍ସା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।