Rituraj Singh Passes Away: ହୃଦଘାତରେ ଟେଲି ଅଭିନେତା ଋତୁରାଜ ସିଂଙ୍କ ପରଲୋକ
Advertisement
Article Detail0/zeeodisha/odisha2119193

Rituraj Singh Passes Away: ହୃଦଘାତରେ ଟେଲି ଅଭିନେତା ଋତୁରାଜ ସିଂଙ୍କ ପରଲୋକ

Rituraj Singh Passes Away: ଜଣାଶୁଣା ଟେଲିଭିଜନ ଅଭିନେତା ଋତୁରାଜ ସିଂଙ୍କ ପରଲୋକ । ହୃଦଘାତରେ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ଏନେଇ ଅଭିନେତାଙ୍କ ବନ୍ଧୁ ସୂଚନା ଦେଇଛନ୍ତି । ଋତୁରାଜଙ୍କ ଆକସ୍ମିକ ବିୟୋଗରେ ଟେଲିଭିଜନ ଜଗତରେ ଶୋକର ଛାୟା ଖୋଳଯାଇଛି ।

ବେଶ କିଛି ଦିନ ହେବ ଋତୁରାଜ ଅସୁସ୍ଥ ଥିଲେ । ସୋମବାର ହୃଦଘାତର ଶିକାର ହେବା ପରେ ଚାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ବର୍ତ୍ତମାନ ଅଭିନେତା ରୂପାଲି ଗାଙ୍ଗୁଲିଙ୍କ ଲୋକପ୍ରିୟ ଧାରାବାହିକ ‘ଅନୂପମା’ ରେ ଅଭିନୟ କରୁଥିଲେ। ଏହା ବ୍ୟତୀତ ନିକଟରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ'ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ସେ ଆତଙ୍କବାଦୀ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ସହ ଏହି ସିରିଜରେ ସିଦ୍ଧାର୍ଥ ମଲହୋତ୍ରା, ବିବେକ ଓବରୋଇ ଓ ଶିଳ୍ପା ଶେଟ୍ଟୀ ନଜର ଆସିଥିଲେ।

୯୦ ଦଶକର ରିୟାଲିଟି ଗେମ୍ ସୋ 'ତୋଲ ମୋଲ୍ କେ ବୋଲ୍' ରେ ଅଭିନେତା ହୋଷ୍ଟ ଭାବେ ନଜର ଆସିଥିଲେ । ୧୯୯୩ ମସିହାରେ ପ୍ରସାରିତ ସୋ 'ବନେଗି ଅପନି ବାତ'ରେ ତାଙ୍କ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଏହା ବ୍ୟତୀତ ଅଭିନେତା ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ୱାରିୟର୍ ହାଇ’, ‘ଆହଟ ଔର ଅଦାଲତ’, ‘ଦିୟା ଔର ବାତି’, ‘ୟୈ ରିସ୍ତା କ୍ୟା କେହେଲାତା ହୈ’ ଆଦି ସିରିଏଲରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିୟନ କରିଥିଲେ। ଏହାସହ ସେ ଚଳଚ୍ଚିତ୍ର 'ଡର', 'ବାଜିଗର', ‘ରାଜନୀତି’ ଓ ‘ବଦ୍ରିନାଥ କି ଦୁଲହନିଆଁ’ରେ ମଧ୍ୟ କାମ କରିଛନ୍ତି।

ଋତୁରାଜ ରାଜସ୍ଥାନ କୋଟାର ସିସୋଦିଆ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଋତୁରାଜ ସିଂ ଚନ୍ଦ୍ରାବତ ସିସୋଦିଆ ଅଟେ । ଦିଲ୍ଲୀରେ ପାଠପଢା ସାରି ସେ ଅଭିନୟ ପାଇଁ ମୁମ୍ବାଇ ଚାଲିଯାଇଥିଲେ । ଅଭିନେତାଙ୍କ ମୃତ୍ୟୁରେ ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି ।