Advertisement
Article Detail0/zeeodisha/odisha1473107
Zee OdishaOdisha EntertainmentTv Serial Artist: ବିବାହର ୧୮ ବର୍ଷ ପରେ ପିତାମାତା ହେଲ ଏହି ସେଲିବ୍ରେଟି, ସୋସିଆଲ ମିଡିଆରେ ଘୋଷଣା କଲେ ଝିଅର ନାଁ

Tv Serial Artist: ବିବାହର ୧୮ ବର୍ଷ ପରେ ପିତାମାତା ହେଲ ଏହି ସେଲିବ୍ରେଟି, ସୋସିଆଲ ମିଡିଆରେ ଘୋଷଣା କଲେ ଝିଅର ନାଁ

Tv Serial Artist : ଗ୍ଲାମର ଦୁନିଆର ପାଓ୍ବାରଫୁଲ କପୁଲ ହେଉଛନ୍ତି ଅପୂର୍ବ ଅଗ୍ନିହୋତ୍ରୀ ଓ ଶିଳ୍ପା ଶାକଲାନି। ଇଣ୍ତଷ୍ଟ୍ରିରେ ଏମାନଙ୍କ ଦବଦାବ ଏବେବି ବେଶ ଅଧିକ ରହିଛି । ନିକଟରେ ଅଭିନେତା ଅପୂର୍ବା ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଏବେ ସେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି ।

Tv Serial Artist: ବିବାହର ୧୮ ବର୍ଷ ପରେ ପିତାମାତା ହେଲ ଏହି ସେଲିବ୍ରେଟି, ସୋସିଆଲ ମିଡିଆରେ ଘୋଷଣା କଲେ ଝିଅର ନାଁ

Tv Serial Artist : ଗ୍ଲାମର ଦୁନିଆର ପାଓ୍ବାରଫୁଲ କପୁଲ ହେଉଛନ୍ତି ଅପୂର୍ବ ଅଗ୍ନିହୋତ୍ରୀ ଓ ଶିଳ୍ପା ଶାକଲାନି। ଇଣ୍ତଷ୍ଟ୍ରିରେ ଏମାନଙ୍କ ଦବଦାବ ଏବେବି ବେଶ ଅଧିକ ରହିଛି ।  ନିକଟରେ ଅଭିନେତା  ଅପୂର୍ବା ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଏବେ ସେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି । ସେ ନିକଟରେ ପିତା ହୋଇଛନ୍ତି ବୋଲି ଘୋଷଣା କରିଛନ୍ତି। ବିବାହର ଦିର୍ଘ ୧୮ ବର୍ଷ ପରେ ମାତାପିତା ହୋଇଛନ୍ତି ଅପୂର୍ବା ଅଗ୍ନିହୋତ୍ରୀ ଓ ଶିଳ୍ପା ଶାକଲାନି । ଏନେଇ ଏହି ଦମ୍ପତିଙ୍କୁ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି । 

ଅପୂର୍ବ ଭିଡିଓ ସେୟାର କରିଛନ୍ତି : 

ଅପୂର୍ବ ଅଗ୍ନିହୋତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ, ଦମ୍ପତି ସେମାନଙ୍କର କୁନି ପରିକୁ କୋଳରେ ଧରିଥିବା ଦେଖିବାକୁ ମିଳିଛି । କୁନି ଝିଅ ତାଙ୍କର ଧଳା ଓ ପିଙ୍କ କର୍ଲର ଏକ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିବା ବେଳେ ଶିଳ୍ପା ଏକ ୟେଲୋ କର୍ଲର ପୋଷାକ ପିନ୍ଧିଛନ୍ତି । ଏବଂ ଅପୂର୍ବ ଏକ କାଜୁଆଲ୍ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ଦମ୍ପତିଙ୍କ ଏହି ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Add Zee News as a Preferred Source

 

କୁନି ଝିଅର ନାମ ଘୋଷଣା କରାଯାଇଛି : 

ଭିଡିଓ ସେୟାର କରିବାବେଳେ ଅପୂର୍ବ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ତାଙ୍କ ଝିଅଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ଅପୂର୍ବ କ୍ୟାପସନରେ ଲେଖିଛନ୍ତି, 'ଏହିପରି ମୋର ଜନ୍ମଦିନ ମୋ ଜୀବନର ସବୁଠାରୁ ବିଶେଷ ଜନ୍ମଦିନ ହୋଇଗଲା, କାରଣ ଭଗବାନ ଆମକୁ ସବୁଠୁ ବିଶେଷ, ଅବିଶ୍ୱସନୀୟ, ଆଶ୍ଚର୍ଯ୍ୟଜନକ, ଉପହାର ଦେଇଛନ୍ତି। ଏଥିପାଇଁ ଭଗବାନଙ୍କ ନିକଟରେ ମୁଁ ଚିର ଋଣି, ଶିଳ୍ପା ଏବଂ ମୁଁ ଆମର ପ୍ରିୟ ଝିଅ ଇଶାନି କାନୁ ଅଗ୍ନିହୋତ୍ରୀଙ୍କୁ ପରିଚିତ କରିବାକୁ ଚାହେଁ । ଆପଣମାନେ ତାଙ୍କୁ ଆର୍ଶିବାଦ କରନ୍ତୁ ।'

୨୦୦୪ରେ ବିବାହ କରିଥିଲେ ଏହି ଦମ୍ପତି :

ଅପୂର୍ବ ଅଗ୍ନିହୋତ୍ରୀ ୨୪ ଜୁନ୍ ୨୦୦୪ରେ ଶିଳ୍ପାଙ୍କୁ ବିବାହ କରିଥିଲେ । ଏହି ଅଭିନେତା ଫିଲ୍ମ 'ପରଦେସ୍', 'ପ୍ୟାର କୋଇ ଖେଲ ନାହିଁ ' ଏବଂ ଟିଭି ଶୋ' 'ଜସି ଜସି କୋଇ ନାହି', 'ଅଜିବ ଦାସ୍ତାନ ହେ ୟେ' ଭଳି ଟିଭି ଶୋ’ରେ ଅଭିନୟ କରିଛନ୍ତି। ଯେତେବେଳେ କି ଶିଳ୍ପା ଶାକଲାନି 'କ୍ୟୁଙ୍କି ସାସ୍ ଭି କାବୀ ବାହୁ ଥି', 'କ୍ୟାୟା ହାଦସା କ୍ୟାୟା ହକିକତ୍', 'କୁସୁମ୍', 'ଜାସି ଜସୀ କୋଇ ନାହିଁ', 'ନାଚ୍ ବାଲିୟେ ୧' ଏବଂ 'ବିଗ୍ ବସ୍ ୭'  ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି । 

 ଏହାବି ପଢନ୍ତୁ : Urfi Javed New Viral Video: ମାତାଲ ହୋଇ ରାସ୍ତାରେ ବୁଲିଲେ ଉର୍ଫ, ଟ୍ରୋଲର୍ସ କହିଲେ ଆଉ କଣ୍ଟ୍ରୋଲରେ...

 ଏହାବି ପଢନ୍ତୁ : Paresh Rawal: ଥାନାକୁ ଟଣା ହୋଇପାରନ୍ତି Paresh Rawal, ଗୁଜୁରାଟ ନିର୍ବାଚନ ପ୍ରଚାର ବେଳେ କରିଥିଲେ ଏମିତି କାମ

 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author