Urfi Javed New Viral Video: ମାତାଲ ହୋଇ ରାସ୍ତାରେ ବୁଲିଲେ ଉର୍ଫ, ଟ୍ରୋଲର୍ସ କହିଲେ ଆଉ କଣ୍ଟ୍ରୋଲରେ...
Advertisement
Article Detail0/zeeodisha/odisha1472495

Urfi Javed New Viral Video: ମାତାଲ ହୋଇ ରାସ୍ତାରେ ବୁଲିଲେ ଉର୍ଫ, ଟ୍ରୋଲର୍ସ କହିଲେ ଆଉ କଣ୍ଟ୍ରୋଲରେ...

Urfi Javed New Viral Video: ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ, ନିଜ ଆଉଟ୍‌ଫିଟ୍‌ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଅଜବ ପୋଷାକ ପରିଧାନ ହେତୁ ସେ ଟ୍ରୋଲିଂର ଶିକାର ହୁଅନ୍ତି। ପ୍ରତିଦିନ ନୂଆ ନୂଆ ଅଜବ ପୋଷାକ ପିନ୍ଧି କ୍ୟାମେରା ସାମ୍ନାକୁ ଆସନ୍ତି । ନିକଟରେ, ଉର୍ଫି ଜାଭେଦଙ୍କ ପୁଣି ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ।

Urfi Javed New Viral Video: ମାତାଲ ହୋଇ ରାସ୍ତାରେ ବୁଲିଲେ ଉର୍ଫ, ଟ୍ରୋଲର୍ସ କହିଲେ ଆଉ କଣ୍ଟ୍ରୋଲରେ...

Urfi Javed New Viral Video: ସୋସିଆଲ ମିଡିଆ ସେନସେସନ୍ ଉର୍ଫି ଜାଭେଦ, ନିଜ ଆଉଟ୍‌ଫିଟ୍‌ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଅଜବ ପୋଷାକ ପରିଧାନ ହେତୁ ସେ ଟ୍ରୋଲିଂର ଶିକାର ହୁଅନ୍ତି। ପ୍ରତିଦିନ ନୂଆ ନୂଆ ଅଜବ ପୋଷାକ ପିନ୍ଧି କ୍ୟାମେରା ସାମ୍ନାକୁ ଆସନ୍ତି । ନିକଟରେ, ଉର୍ଫି ଜାଭେଦଙ୍କ ପୁଣି ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ।  ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଉର୍ଫି ଏକ ବ୍ଲାକ କର୍ଲର ଟ୍ରାନ୍ସପରେଣ୍ଟ ପୋଷାକ ପିନ୍ଧିଛନ୍ତି । ଉର୍ଫି ପିନ୍ଧିଥିବା ବ୍ଲାକ କର୍ଲର ସ୍କର୍ଟରେ ଏକାଧିକ ଚାବି ଲାଗିଛି । ଏବଂ ସେ ଏଥର ଟପ୍ ପିନ୍ଧିବା ବଦଳରେ ଏକ ଏକ ବ୍ଲାକ୍ କର୍ଲର ଲେସରେ ନିଜର ଦୁଇ ବକ୍ଷଜକୁ ଲୁଚାଇ ଥିବା ଦେଖିବାକୁ ମିଳିଛି ।  ଉର୍ଫିଙ୍କ ଏହି ପୋଷାକୁ ନେଇ ଆରମ୍ଭ ହୋଇ ଯାଇଛି ଟ୍ରୋଲିଂ। ଉର୍ଫିଙ୍କ ଏହି ବୋଲ୍ଡ ଲୁକକୁ କିଛି ପସନ୍ଦ କରୁଥିବା ବେଳେ ଆଉ କିଛି କଡା ସମାଲୋଚନା ମଧ୍ୟ କରିଛନ୍ତି । ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ଉର୍ଫିଙ୍କ ସହ ସେଲଫି ନେବାକୁ ଆସିଥିବା ଜଣେ ଯୁବକଙ୍କ ସହ ମୁହାଁମୁହିଁ ହେଉଯାଇଛନ୍ତି । ତା’ପରେ ସେ ତାଙ୍କର ବିଲ୍ଡିଂର ଲିଫ୍ଟକୁ ଯିବା ପାଇଁ ସାମ୍ନାରେ ଥିବା ବ୍ୟକ୍ତିଙ୍କ ସହ ମଧ୍ୟ ମୁହାଁମୁହିଁ ହୋଇଥିଲେ । ତେବେ, ଉର୍ଫି ଏହି ପୋଷାକ ପରିଧାନ କରିଥିବା କାରଣରୁ ଚାଲି ପାରୁ ନାହାଁନ୍ତି । ଏନେଇ ସେ ବାରମ୍ବାର ଲୋକଙ୍କ ଧକ୍କା ହେଉଥିବା କହିଛନ୍ତି କିଛି ଟ୍ରୋଲର୍ସ । 

ସେପଟେ ଉର୍ଫିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟ୍ରୋଲର୍ସମାନେ ତାଙ୍କୁ ଜବରଦସ୍ତ କମେଣ୍ଟ କରିଛନ୍ତି । ୟୁଜର୍ସ ଉର୍ଫିଙ୍କ ଏହି ଭିଡିଓ ଦେଖିବା ପରେ କମେଣ୍ଟ କରି ଲେଖିଛନ୍ତି ଯେ,' ଉର୍ଫି ଜାଭେଦ ଅତ୍ୟଧିକ ମଦ୍ୟପାନ କରିଛନ୍ତି ।' ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି,ଯେ, ଏତେ ଶସ୍ତା କାହିଁକି କରୁଛି ସେ ନିଜକ , ପୂର୍ବରୁ ତାଙ୍କର ମୁଣ୍ତ କାମ କରୁ ନ ଥିଲା  ବର୍ତ୍ତମାନ ତାଙ୍କ ଆଖି ମଧ୍ୟ ଖରାପ ହୋଇଯାଇଛି ।' ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ , ପିକେ ହେ କ୍ୟାୟା, ସେହିଭଳି ଏହି ୟୁଜର୍ସଙ୍କ କମେଣ୍ଟ ଦେଖି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ସେ ତ ସବୁବେଳେ ନିଶାରେ ଥାଏ, ବର୍ତ୍ତମାନ ସେ କାହା ସହ କଣ ପିଇଛନ୍ତି । ତାହା ଏପର୍ଯ୍ୟନ୍ତ ଜଣାପଡୁନି ।'

 

 

 
 
 
 

 
 
 
 
 
 
 
 
 
 
 

A post shared by Instant Bollywood (@instantbollywood)

ନିକଟରେ ଭାରତୀୟ ପ୍ରଖ୍ୟାତ ଔପନ୍ୟାସିକ ତଥା ଲେଖକ ଏବଂ ପ୍ରେରଣାଦାୟୀବକ୍ତା ଚେତନ ଭଗତ ଉର୍ଫିଙ୍କ ବିଷୟରେ କିଛି କହିଥିଲେ । ଯାହାକୁ ନେଇ ଚେତନଙ୍କୁ କଡା ଜବାବ ଦେଇଥିଲେ ଉର୍ଫି ।  ଭାରତୀୟ ଲେଖକ ଚେତନ ଭାଗତଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ କହିଥିଲେ ଯେ, 'ଆଜିର ସମୟରେ ଲୋକମାନେ ନିଜ ବେଡ ରୁମରେ ଚାଦର ତଳେ ଉର୍ଫି ଜାଭେଦଙ୍କ ଫଟୋ ଦେଖନ୍ତି । ଉର୍ଫିଙ୍କର ସମସ୍ତ ପୋଷାକ ବିଷୟରେ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ଏହା ଉର୍ଫିଙ୍କ ଦୋଷ ନୁହେଁ, ସେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ ଲୋକମାନେ ନିଜ ବେଡର ଚାଦର ତଳେ ଢାଙ୍କି ହୋଇ ଉର୍ଫିଙ୍କ ଫଟୋ ଦେଖୁଛନ୍ତି । ଏଥିରୁ ଜଣାପଡୁଛି ଯେ ଉର୍ଫି ଏହା  ଖରାପ ସମୟ ଦେଇ ଗତି କରିଛନ୍ତି। ' ସେପଟେ,  ଏହାର କଡା ଜବାବ୍ ଦେଇଥିଲେ ଉର୍ଫି।  ଉର୍ଫି ତାଙ୍କ ଇନଷ୍ଟାଗ୍ରାମରେ କ୍ୟାପସନ୍ ସହିତ ଅନେକ ଫଟୋ ସେୟାର କରିଥିଲେ ଏବଂ ଚେତନଙ୍କୁ ଟାର୍ଗେଟ କରୁଥିବା ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଏକ ଖବରକାଗଜରୁ କିଛି ପୃଷ୍ଟା କାଟି ସେ ନିଜ ଇନଷ୍ଟା ଷ୍ଚାଟସରେ ରଖିଥିଲେ । ଏବଂ ସେ ଲେଖିଥିଲେ ଯେ, 'ପ୍ରିୟ ଚେତନ ଭାଗତ, ଉର୍ଫି ଜାଭେଦଙ୍କ ଫଟୋ ଯୁବକମାନଙ୍କୁ ବିଭ୍ରାନ୍ତ କରେ ନାହିଁ ଯେପରି ମାମୁଁମାନେ ଅନାବଶ୍ୟକ ଜ୍ଞାନ ଦିଅନ୍ତି।' ସେ କ୍ୟାପସନରେ ଲେଖିଥିଲେ ଯେ, 'ଯେତେବେଳେ ଇନଷ୍ଟାଗ୍ରାମ କିମ୍ବା ଓ୍ବାଟସପ୍ ରେ ବୟସ୍କ ଲୋକମାନେ ନିଜ ଝିଅ ବୟସର ଝିଅଙ୍କୁ ମେସଜ୍ କରନ୍ତି , ସେତେବେଳେ ଝିଅମାନଙ୍କର ପୋଷାକ ମଧ୍ୟ ଆପଣଙ୍କୁ ବିଭ୍ରାନ୍ତ କରିଥାଏ।' ତେବେ ଉର୍ଫିଙ୍କ ଏପରି ବୟାନ ପରେ କ୍ଷମା ପ୍ରାର୍ଥନା କରିଥିଲେ ଚେତନ ଭଗତ ।