Malaika Arora: ମଲାଇକାଙ୍କୁ କାହିଁକି କଏଦୀ କହିଲେ ପୁଅ Arhaan ?
Advertisement
Article Detail0/zeeodisha/odisha1494839

Malaika Arora: ମଲାଇକାଙ୍କୁ କାହିଁକି କଏଦୀ କହିଲେ ପୁଅ Arhaan ?

Malaika Arora: ଅଭିନେତ୍ରୀ ମଲାଇକା ଆରୋରା । ଆଜିକାଲି ଏହି ଅଭିନେତ୍ରୀ ଜଣକ ' ମୁଭିଂ ଇନ୍ ଓ୍ବିଥ୍ ମଲାଇକା' (Moving in with Malaika)ରିୟଲିଟି ଶୋ' ପାଇଁ ଅଧିକ ଚର୍ଚ୍ଚାରେ ରହୁଛନ୍ତି । ଏହି ଶୋ’ରେ ସେ ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ବାଣ୍ଟିଥିବାର ନଜର ଆସିଛନ୍ତି।

Malaika Arora: ମଲାଇକାଙ୍କୁ କାହିଁକି କଏଦୀ କହିଲେ ପୁଅ Arhaan ?

Malaika Arora: ଅଭିନେତ୍ରୀ ମଲାଇକା ଆରୋରା । ଆଜିକାଲି ଏହି ଅଭିନେତ୍ରୀ ଜଣକ ' ମୁଭିଂ ଇନ୍ ଓ୍ବିଥ୍ ମଲାଇକା' (Moving in with Malaika)ରିୟଲିଟି ଶୋ' ପାଇଁ  ଅଧିକ ଚର୍ଚ୍ଚାରେ ରହୁଛନ୍ତି । ଏହି ଶୋ’ରେ ସେ ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ବାଣ୍ଟିଥିବାର ନଜର ଆସିଛନ୍ତି। ନିକଟରେ ମଲାଇକା ତାଙ୍କ ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ନିକଟରେ ପ୍ରସାରିତ ନୂଆ ଏପିସୋଡରେ, ମଲାଇକାଙ୍କ ପୁଅ ଅରହାନ ଶୋ’ରେ ତାଙ୍କ ସହ ଚିଟ୍-ଚାଟିଂ କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଦୁହେଁ ମଜା କରିଥିଲେ ଏବଂ ବହୁତ ଥଟ୍ଟା କରିଥିଲେ, କିନ୍ତୁ ମଲାଇକାଙ୍କ ପୁଅ ତାଙ୍କ ପୋଷାକକୁ ନେଇ ବଡ ରହସ୍ୟ ଶୋ'ରେ ଖୋଲିଥିଲେ। 

ଆରହାନଙ୍କ ସହ ମଲାଇକା ଗପସପ :

 ନିକଟରେ ଶୋ’ର ତାଜା ଏପିସୋଡରେ ମଲାଇକା ତାଙ୍କ ପୁଅ ଅରହାନଙ୍କ ସହ ଥିଲେ। ଉଭୟଙ୍କ କଥାବାର୍ତ୍ତା ପ୍ରଶଂସକଙ୍କୁ ବହୁତ ମନୋରଞ୍ଜନ କରିଥିଲା ​​। ତେବେ, ଉଭୟଙ୍କ ମଧ୍ୟରେ ଏକ ଭଲ ବଣ୍ତିଂ ଥିବା ଦେଖିବାକୁ ମିଳିଥିଲା। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏକ ସୁନ୍ଦର ହ୍ବାଇଟ୍ ଟପ୍ ପିନ୍ଧି ଏହି ଶୋ’ରେ ମଲାଇକା ଆସିଥିଲେ । ମଲାଇକାଙ୍କ ପୋଷାକ ଦେଖିବାକୁ ବହୁତ ଷ୍ଟାଇଲିସ୍ ଥିଲା । କିନ୍ତୁ ତାଙ୍କ ପୁଅ ବୋଧହୁଏ ଏହାକୁ ଅଧିକ ପସନ୍ଦ କରୁନଥିଲେ। ଏନେଇ ନିଜ ମାଆଙ୍କୁ ଶୋ'ରେ ତାଙ୍କ ପୋଷାକ ନେଇ ମଜାକ୍ ଉଡାଇଥିଲେ ଆରହାନ୍ । ଆରହାନ ତାଙ୍କ ମାଆଙ୍କୁ ଶୋ'ରେ କହିଥିଲେ ଯେ, 'ତୁମେ ବର୍ତ୍ତମାନ ଜେଲର ଅନ୍ତେବାସୀ ପରି ଦେଖାଯାଉଛ।  ପୁଅର ଏଭଳି ଉତ୍ତର ଶୁଣି କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଲାଇକା, କେବଳ ହସିବାକୁ ଲାଗିଥିଲେ। ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଆରହାନ ତାଙ୍କ ମାଉସୀ ଅମୃତା ଆରୋରାଙ୍କ ଅତି ପ୍ରିୟ ମଣିଷ, ଅରହାନ ଅମୃତାଙ୍କୁ ତାଙ୍କର ଦ୍ୱିତୀୟ ମା ବୋଲି କହିଥିଲେ।

ଏହାବି ପଢନ୍ତୁ : Happy Bhatia Birthday Tamanna: ଜାଣନ୍ତୁ କେତେ ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ତମନ୍ନା ? ଗୋଟେ ଫିଲ୍ମ ପାଇଁ ଚାର୍ଜ କରନ୍ତି ଏତିକି କୋଟି

ଏହାବି ପଢନ୍ତୁ : Pushpa 2 Shooting: 'ପୁଷ୍ପା ୨'ରେ ରଶ୍ମିକାଙ୍କ ସ୍ଥାନ ନେଇ ପାରନ୍ତି ସାଉଥର ଏହି Actress

 

 

ଆରହାନ ଅରବାଜ-ମଲାଇକାଙ୍କ ପୁଅ :

ଅରବାଜ୍ ଖାନ ଓ ମଲାଇକାଙ୍କ ପୁଅ ହେଉଛନ୍ତି ଆରହାନ୍ । ଯଦିଓ ଏହି ଦମ୍ପତିଙ୍କ ଛାଡପତ୍ର ହୋଇଛି । ତେବେ, ଉଭୟଙ୍କ ମଧ୍ୟରେ ଏକ ଭଲ ବଣ୍ତିଂ ରହିଛି । ଆରହାନଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ, ଆରହାନ୍ ଆମେରିକାରେ ଚଳଚ୍ଚିତ୍ର ନିର୍ମାଣ ଉପରେ ଅଧ୍ୟୟନ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିପାରନ୍ତି ।