ରାଜରାସ୍ତାରେ ସେଲିବ୍ରିଟିଙ୍କ ଝଗଡ଼ା; ଭାଇରାଲ ହେଲା ପ୍ରକୃତି, ବାବୁସାନ ଓ ତୃପ୍ତିଙ୍କ ମାରପିଟ୍ ଭିଡ଼ିଓ
Advertisement
Article Detail0/zeeodisha/odisha1270486

ରାଜରାସ୍ତାରେ ସେଲିବ୍ରିଟିଙ୍କ ଝଗଡ଼ା; ଭାଇରାଲ ହେଲା ପ୍ରକୃତି, ବାବୁସାନ ଓ ତୃପ୍ତିଙ୍କ ମାରପିଟ୍ ଭିଡ଼ିଓ

Babusan mohanty and prakruthi Mishra Viral Video:ଏହି ସମୟରେ ପ୍ରକୃତି ମିଶ୍ର ଓ ବାବୁସାଙ୍କ ବିବାଦୀୟ ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡିଓରେ ପ୍ରକୃତିଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର  ବାବୁସାନଙ୍କ ପତ୍ନୀ ନଜର ଆସୁଛନ୍ତି । 

ସୌ- ସୋସିଆଲ ମିଡିଆ

Ollywood star Babusan mohanty and Prakruthi Mishra Viral Video: ରାଜରାସ୍ତାରେ ସେଲିବ୍ରେଟିଙ୍କ କଳି । ଏହି ସମୟରେ ପ୍ରକୃତି ମିଶ୍ର (Prakruthi Mishra) ଓ ବାବୁସାନ ମହାନ୍ତି (Babusan mohanty) ଙ୍କ ବିବାଦୀୟ ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡିଓରେ ପ୍ରକୃତିଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର  ବାବୁସାନଙ୍କ ପତ୍ନୀ ନଜର ଆସୁଛନ୍ତି । ତେବେ ଭାଇରାଲ ହୋଇଥିବା ଏହି ଭିଡିଓରେ ପ୍ରକୃତି ମିଶ୍ର ଓ ବାବୁସାନଙ୍କୁ ଏକ ଗାଡ଼ି ଭିତରେ ବାବୁସାନଙ୍କ ପତ୍ନି ତୃପ୍ତି ଶତପଥି (Trupti Satapathy) ଗାଳି ଗୁଲଜ କରିବା ସହ ଟାଣି ଘୋଷାଡ଼ି ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ବାବୁସାନଙ୍କ ପତ୍ନି ପ୍ରକୃତିଙ୍କୁ ମାଡ଼ ମାରିବା ସହ ପକୃତିଙ୍କ ପାଇଁ ତାଙ୍କ ଘର ଭାଙ୍ଗିଥିବାର ସଙ୍ଗୀନ ଆରୋପ ମଧ୍ୟ ଲଗାଇଛନ୍ତି । 

ଏହି ଘଟଣାଟି ସତ୍ୟନଗରେ ଘଟିଥିବା ଜଣାପଡ଼ିଛି । ଆଜି ଅର୍ଥାତ ଶନିବାର ଦିନ ସକାଳୁ ବାବୁସାନ ଓ ପ୍ରକୃତି ମିଶ୍ର ଏକାଠି ଏକ ଗାଡ଼ିରେ ନିଜ ଫିଲ୍ମର ପ୍ରମୋସନ ସାରି ଏୟାର ପୋର୍ଟରୁ ଫେରୁଥିବା ବେଳେ ବାବୁସାନଙ୍କ ପତ୍ନି ନିଜ ବାପା ଓ ଅନ୍ୟ କିଛି ଲୋକଙ୍କ ସହ ଅଚାନକ ସେଠାରେ ପହଞ୍ଚିଥିଲେ । ତୃପ୍ତି ଅତର୍କିତ ଭାବରେ ଗାଡ଼ିକୁ ଅଟକାଇବା ସହ ଗାଡ଼ି ଭିତରେ ପଶି ପ୍ରକୃତି ମିଶ୍ର ଓ ବାବୁସାନଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । 

ଏହି ସମୟରେ ପ୍ରକୃତି ମିଶ୍ର ଉଦ୍ଧାର ପାଇଁ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ଅନୁରୋଧ କରିବା ସତ୍ତ୍ୱେ କେହି ତାଙ୍କୁ ସାହାଯ୍ୟର ହାତ ବଢ଼ାଇ ନଥିବା ଦେଖିବାକୁ ମିଳିଛି । ଓଲଟା ସେଠାରେ ଉପସ୍ଥିତ ଥିବା ଲୋକ ଘଟଣାର ଭିଡିଓ କରିବା ସହ ଗାଳି ଗୁଲଜ କରିଥିବା ଦେଖାଯାଇଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସଙ୍କର ନାନା କାମେଣ୍ଟସ ସାମ୍ନାକୁ ଆସିଛି । ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ପରକୀୟା ପ୍ରିତି ଚାଲିଥିବାରୁ ତୃପ୍ତି ଏଭଳି କାଣ୍ଡ ଭିଆଇ ଥିବା କୁହାଯାଉଛି ।

ଏନେଇ ବାବୁସାନ ପ୍ରତିକ୍ରିୟା ଦେଇ କହିଛନ୍ତି, 'ପ୍ରକୃତି ମିଶ୍ର ମୋର ଭଲ ସାଙ୍ଗ, ତାଙ୍କୁ ପିକ୍ କରିବାକୁ ମୁଁ ଯାଇଥିଲି । ହଠାତ୍ ମୋ ସ୍ତ୍ରୀ ଓ ଶ୍ୱଶୂର ଆସି ପ୍ରକୃତିଙ୍କୁ ହାରାସ କରିବା ସହ ତାଙ୍କ ଉପରେ ହାତ ଉଠାଇଥିଲେ । ମୁଁ ବୁଝି ପାରୁଛି ଯେ ସେମାନେ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକ ନୁହଁନ୍ତି ତେଣୁ ସେମାନେ ବୁଝି ପାରିବେନି ଆମର କାମ କଣ, ଆମେ କ'ଣ କରୁ '। ସେପଟେ ପ୍ରକୃତିଙ୍କ ବାପା ନିଜ ଝିଅ ସମ୍ମାନ ହାନୀ ଘଟିଥିବା ନେଇ ଥାନାରେ ଏକ ଏତଲା ଦେଇଛନ୍ତି । ପ୍ରକୃତି ମିଶ୍ର ମଧ୍ୟ ସମାନ ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ଘଟଣାର ସତ୍ୟତା ଯାହା ବି ହେଉ ନା କାହିଁକି ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏ ଘଟଣା କଳା ଦାଗ ସଦୃଶ ଅଟେ । ସେଲିବ୍ରେଟି ମାନଙ୍କ ଘରୋଇ କଳି ଏଭଳି ଦିନ ପ୍ରତିଦିନ ସୋସିଆଲ ମିଡିଆରେ ଘୁରି ବୁଲିବା ଖବର ସିନେ ଜଗତକୁ ବିଚଳିତ କରିଛି । ବିଗତ ଦିନରେ ବର୍ଷା ପ୍ରିୟଦର୍ଶିନି-ଅନୁଭବ ମହାନ୍ତି, ଅମ୍ଳାନ ଓ ତାଙ୍କ ପତ୍ନି ଭୂମିକାଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଥିବା ବେଳେ ଆଜି ବାବୁସାନ ଓ ପତ୍ନି ତୃପ୍ତିଙ୍କ ବିବାଦ ଓଲିଉଡ଼ ଇଣ୍ଡଷ୍ଟ୍ରୀକୁ ଆଉ ପାଦେ ପଛକୁ ଟାଣି ଆଣିଛି ।

ଏହା ବି ପଢ଼ନ୍ତୁ: କେବେ ଲାଗୁ ହେବ ୟୁନିଫର୍ମ ସିଭିଲ୍ କୋଡ୍ ଆକ୍ଟ? ସଂସଦରେ ଏହି ଜବାବ ଦେଲେ ମୋଦି ସରକାର