ପଞ୍ଚଭୂତରେ ଲୀନ ହେଲେ ଭଜନ ଗାୟିକା ଶାନ୍ତିଲତା ବାରିକ
Advertisement

ପଞ୍ଚଭୂତରେ ଲୀନ ହେଲେ ଭଜନ ଗାୟିକା ଶାନ୍ତିଲତା ବାରିକ

 ଶେଷକୃତ୍ୟ ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତି ତଥା ପ୍ରଶଂସକମାନେ ଶାନ୍ତିଲତାଙ୍କ ମର ଶରୀରର ଶେଷ ଦର୍ଶନ କରିଥିଲେ । ଶାନ୍ତିଲତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ତଥା ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ପରେ ଶାନ୍ତିଲତାଙ୍କ ବଡ଼ପୁଅ ଅଭିନାଶ ଛୋଟରାୟ ମାଆଙ୍କୁ  ମୁଖାଗ୍ନି ଦେଇଥିଲେ ।

ପଞ୍ଚଭୂତରେ ଲୀନ ହେଲେ ଭଜନ ଗାୟିକା ଶାନ୍ତିଲତା ବାରିକ

ପୁରୀ: ସ୍ୱର୍ଗଦ୍ୱାରରେ ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତି ତଥା ପ୍ରଶଂସକମାନେ ଶାନ୍ତିଲତାଙ୍କ ମର ଶରୀରର ଶେଷ ଦର୍ଶନ କରିଥିଲେ । ଶାନ୍ତିଲତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ତଥା ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ପରେ ଶାନ୍ତିଲତାଙ୍କ ବଡ଼ପୁଅ ଅଭିନାଶ ଛୋଟରାୟ ମାଆଙ୍କୁ  ମୁଖାଗ୍ନି ଦେଇଥିଲେ ।

ସୂଚନାଯୋଗ୍ୟ, ଗତକାଲି ଶାନ୍ତିଲତା ବାରିକଙ୍କ ମୃତ୍ୟୁ ଖବର ଆସିବା ପରେ ସମ୍ପୂର୍ଣ୍ଣ ସଂଗୀତ ଜଗତ ସମେତ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶାନ୍ତିଲତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହିତ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ ବୋଲି ଘୋଷଣା କରିଥିଲେ । ଦୀର୍ଘଦିନ ହେଲା ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଓଡ଼ିଶାର ଭଜନପ୍ରେମୀଙ୍କ ପାଇଁ ଶାନ୍ତିଲତା ଅତ୍ୟନ୍ତ ପରିଚିତ ନାଁ । ଭକ୍ତିର ସହିତ ସେ ଗାଇଥିବା ଅନେକ ଭଜନକୁ ପସନ୍ଦ କରନ୍ତି ସଙ୍ଗୀତପ୍ରେମୀ । ତାଙ୍କ ଭଜନରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ଭାବ ଭକ୍ତି ଯୋଡି ହୋଇ ରହିଛି । ସେ ଗାଇଥିବା ଭଜନ ମଧ୍ୟରେ, ହେ ଚକାନୟନ, ଏକା ମୋ ଜଗା ସବୁରି ମୂଳ,  ମୁଁ ଯେ ଦେଉଳ ବେଢ଼ା ଦୀପ ଇତ୍ୟାଦି ରହିଛି ।

Also Read- loksabha election 2024: ନିର୍ବାଚନ ଲଢିବେ ଅଭିନେତା ମନୋଜ ମିଶ୍ର, କଂଗ୍ରେସ ଦେଲା ଟିକେଟ୍

Also Read- ବିପ୍ଲବଙ୍କୁ ମିଳିବ ଅନୁକମ୍ପା ଭୋଟ୍ ନା ସିଟ୍ ହାତେଇବେ ସୁପରଷ୍ଟାର ?