loksabha election 2024: ନିର୍ବାଚନ ଲଢିବେ ଅଭିନେତା ମନୋଜ ମିଶ୍ର, କଂଗ୍ରେସ ଦେଲା ଟିକେଟ୍
Advertisement

loksabha election 2024: ନିର୍ବାଚନ ଲଢିବେ ଅଭିନେତା ମନୋଜ ମିଶ୍ର, କଂଗ୍ରେସ ଦେଲା ଟିକେଟ୍

loksabha election 2024: ଆଜି କଂଗ୍ରେସ ପକ୍ଷରୁ ରାଜ୍ୟର ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଆସନ ଗୁଡିକ ମଧ୍ୟରେ ରହିଛି ବଲାଙ୍ଗିର, ନବରଙ୍ଗପୁର, ବରଗଡ, ସୁନ୍ଦରଗଡ, କଳାହାଣ୍ଡି, କୋରାପୁଟ, କନ୍ଧମାଳ ଏବଂ ବ୍ରହ୍ମପୁର । କିନ୍ତୁ ଚର୍ଚ୍ଚାର ବିଷୟ ଏହା ଯେ, ନିକଟରେ ରାଜନୀତିରେ ସାମିଲ ହୋଇଥିବା ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କୁ ବଲାଙ୍ଗିରରୁ ପ୍ରାର୍ଥୀ କରିଛି କଂଗ୍ରେସ ।

ସୂଚନାଯୋଗ୍ୟ, ୨୦୨୪ ମସିହା ଫେବୃଆରୀ ମାସ ୧୦ ତାରିଖ ଦିନ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଥିଲେ ଅଭିନେତା ମନୋଜ ମିଶ୍ର । ସେହି ସମୟରେ ମନୋଜ ନିଜ ଅଭିନିତ ସିନେମା ମାଇଣ୍ଡ୍ ଗେମକୁ ନେଇ ଚର୍ଚ୍ଚାରେ ଥିଲେ । ଏଥି ମଧ୍ୟରେ କିଛି ଅଭିନେତାଙ୍କ ସହ ତାଙ୍କର ମନମାଳିନ୍ୟ ତଥା ଓଲିଉଡ କଳି ସମ୍ନାକୁ ଆସିଥିଲା । ସେ ସମୟରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମନୋଜଙ୍କୁ ଆଶ୍ୱସନା ଦେଇଥିଲେ । ଅନ୍ୟପଟେ ମନୋଜ କଂଗ୍ରେସରେ ସାମିଲ ହେବା ପରେ ସମ୍ୱଲପୁରରେ ରହି ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଜନସାଧାରଣଙ୍କ ସହ ଯୋଡି ହେବା ଆରମ୍ଭ କରିଦେଇଥିଲେ । ତେବେ ମନୋଜଙ୍କ ପ୍ରତିଦ୍ୱନ୍ଦୀ ହିସାବରେ ବିଜେପିରୁ ସଙ୍ଗୀତା ସିଂହଦେଓ ଥିବାବେଳେ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ । ମନୋଜ ଜଣେ ଲୋକପ୍ରିୟ ଅଭିନେତା ଏବଂ ଅଞ୍ଚଳରେ ତାଙ୍କର ଦବଦବା ଥିବାରୁ ଏଥର ବଲାଙ୍ଗିର ଲୋକସଭା ଆସନ ନିର୍ବାଚନ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।

Also Read- ବିପ୍ଲବଙ୍କୁ ମିଳିବ ଅନୁକମ୍ପା ଭୋଟ୍ ନା ସିଟ୍ ହାତେଇବେ ସୁପରଷ୍ଟାର ?

Also Read- Shani Purvabhadrapada Nakshtra Gochar: ୬ ଏପ୍ରିଲରୁ ବଦଳିଯିବ ୩ଟି ରାଶିର ଭାଗ୍ୟ