Bollywood News: ଗୟାରେ ପିଣ୍ଡଦାନ କଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ
Advertisement

Bollywood News: ଗୟାରେ ପିଣ୍ଡଦାନ କଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ

ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ହେଉଛନ୍ତି ସଞ୍ଜୟ ଦତ୍ତ (sanjay dutt) । ତାଙ୍କ ଅଭିନୟ ପାଇଁ ସମଗ୍ର ଦେଶରେ ଲୋକଙ୍କ ହୃଦୟରେ ସେ ରହିଛନ୍ତି । ତେବେ ବର୍ତ୍ତମାନ ସଞ୍ଜୟଙ୍କର ଏକ ନୂଆ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଞ୍ଜୟଙ୍କ ପୋଷାକ ପତ୍ରରେ ପରିବର୍ତ୍ତନ ସହ ସେ ବିହାର ଗୟାରେ ପିଣ୍ଡଦାନ କରୁ

Bollywood News: ଗୟାରେ ପିଣ୍ଡଦାନ କଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ

Bollywood News: ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ହେଉଛନ୍ତି ସଞ୍ଜୟ ଦତ୍ତ (sanjay dutt) । ତାଙ୍କ ଅଭିନୟ ପାଇଁ ସମଗ୍ର ଦେଶରେ ଲୋକଙ୍କ ହୃଦୟରେ ସେ ରହିଛନ୍ତି । ତେବେ ବର୍ତ୍ତମାନ ସଞ୍ଜୟଙ୍କର ଏକ ନୂଆ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଞ୍ଜୟଙ୍କ ପୋଷାକ ପତ୍ରରେ ପରିବର୍ତ୍ତନ ସହ ସେ ବିହାର ଗୟାରେ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି । ଗୟାରେ ସଞ୍ଜୟ ନିଜ ମୃତ ପିତାମାତାଙ୍କ ଅସ୍ଥି ବିସର୍ଜନ ସହିତ ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

ସଞ୍ଜୟ ଦତ୍ତ ପିଣ୍ଡ ଦାନ ଦାନ କରିବା ସମୟର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ ଧଳା ଧୋତି ଏବଂ କୁର୍ତ୍ତା ପିନ୍ଧିଥିବାର ଦେଖିବାକୁ ମିଳିଛି । ସଞ୍ଜୟ ଦତ୍ତ ବେକରେ ଏକ ଟାୱେଲ ପକାଇ ପଣ୍ଡିତଙ୍କ ନିକଟରେ ବସିଛନ୍ତି। ସେଠାରେ ପିଣ୍ଡଦାନର ସମସ୍ତ ସାମଗ୍ରୀ ଯଥା, ଫୁଲ, ଚାଉଳ ଏବଂ ଅନ୍ୟାନ୍ୟ ଜିନିଷ ରହିଛି । ପଣ୍ଡିତ ନିକଟରେ ବସି ମନ୍ତ୍ରପାଠ କରୁଛନ୍ତି । ସଞ୍ଜୟଙ୍କ ନିକଟରେ ତାଙ୍କ ସୁରକ୍ଷାକର୍ମୀ ମଧ୍ୟ ଉପସ୍ଥିତ ଅଛନ୍ତି । ପାଖାପାଖି ଏକ ଘଣ୍ଟା ଧରି ଏହି ପିଣ୍ଡଦାନ କାର୍ଯ୍ୟକ୍ରମ କରାଯାଇଥିଲା ।

୧୧ ଜାନୁଆରୀ ତଥା ଗୁରୁବାର ଦିନ ଏହି ପିଣ୍ଡ ଦାନ କାର୍ଯ୍ୟକ୍ରମ ହେବା ପରେ ସେଠାରେ ସଞ୍ଜୟ ଦତ୍ତ ନିଜ ପ୍ରଶଂସକ ଏବଂ ଗଣମାଧ୍ୟମ ସହିତ ଆଲୋଚନା କରିଥିଲେ । ସଞ୍ଜୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କର ଅଯୋଧ୍ୟାରେ ରାମ ମନ୍ଦିରକୁ ଯିବାକୁ ଇଚ୍ଛା ରହିଛି । ରାମ ମନ୍ଦିର ନିର୍ମାଣ ଏବଂ ଜାନୁଆରୀ ୨୨ ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସଞ୍ଜୟ ଖୁବ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ଏକ ଭଲ କଥା ଏବଂ ମୁଁ ମଧ୍ୟ ପରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବି ।

ଅନ୍ୟପଟେ ନିଜ ପ୍ରିୟ ଅଭିନେତାଙ୍କୁ ପାଖରେ ପାଇ ଫ୍ୟାନ୍ସମାନେ ଖୁସି ବ୍ୟକ୍ତ କରିଥିଲେ । ସଞ୍ଜୟଙ୍କ ସହ ସେଲଫି ନେବାପାଇଁ ଅନେକ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ଅତ୍ୟଧିକ ଭିଡ ହେବାରୁ ସଞ୍ଜୟଙ୍କ ସୁରକ୍ଷାକର୍ମୀମାନେ ଭିଡ ନିୟନ୍ତ୍ରଣ କରିଥିଲେ । ତେବେ ଆପଣଙ୍କୁ କହିରଖୁଛୁ ଯେ, ସଞ୍ଜୟ ଦତ୍ତ ନିଜର ସିନେମା ମୁନା ଭାଇ ଏମବିବିଏସ, ଖଳନାୟକ ପାଇଁ ବେଶ୍ ଜଣାଶୁଣା । ଶେଷଥର ପାଇଁ ସେ ଲିଓ ସିନେମାରେ ନଜର ଆସିଥିଲେ । ଆଗକୁ ତାଙ୍କର ନୂଆ ସିନେମା ଦି କୁମାରୀ ଏବଂ ୱେଲକମ୍ ଟୁ ଜଙ୍ଗଲ ମଧ୍ୟ ଆସିବାକୁ ଯାଉଛି ।

Also Read- Flipkart Republic Day Sale: ଜାନୁଆରୀ ୧୪ରୁ ଫ୍ଲିପକାର୍ଟରେ ବଡ ରିହାତି, ଶସ୍ତାରେ କିଣନ୍ତୁ ସାମଗ୍ରୀ

Also Read- Cricket News: ହାତ ନଥିବା କ୍ରିକେଟର, ଯାହାଙ୍କର ବୋଲିଂ ଆଉ ବ୍ୟାଟିଂ ଆପଣଙ୍କ ହୋସ୍ ଉଡ଼ାଇ ଦେବ