Raha kapoor: ପ୍ରଥମ ଥର ପାଇଁ ଝିଅ ରାହାଙ୍କ ଫଟୋ ପୋଷ୍ଟ କଲେ ଆଲିଆ, ଦେଖନ୍ତୁ
Advertisement

Raha kapoor: ପ୍ରଥମ ଥର ପାଇଁ ଝିଅ ରାହାଙ୍କ ଫଟୋ ପୋଷ୍ଟ କଲେ ଆଲିଆ, ଦେଖନ୍ତୁ

Raha kapoor: ଝିଅର ପ୍ରଥମ ଜନ୍ମ ଦିନରେ ଗ୍ରାଣ୍ତ ପାର୍ଟିର ଆୟୋଜନ କରିଥିଲେ ଏହି ଷ୍ଟାର କପଲ । ରାହା କପୁରଙ୍କ ଏହି ଜନ୍ମଦିନ ପାର୍ଟିରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ୍, କରୀନା କପୁର, ପୂଜା ଭଟ୍ଟ ଓ ଶାହିନ୍ ଭଟ୍ଟ ଆଦି ଯୋଗ ଦେଇଥିଲେ । ଜନ୍ମଦିନର କୌଣସି ଫଟୋ ସାମ୍ନାକୁ ଆସିନଥିବା ବେଳେ ବେବି ରାହାଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆର ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୌ(ସୋସିଆଲ ମିଡିଆ)

Raha kapoor: ବଲିଉଡ଼ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଝିଅ ରାହା କପୁରଙ୍କୁ ପୂରିଛି ଏକ ବର୍ଷ । ଝିଅର ପ୍ରଥମ ଜନ୍ମ ଦିନରେ ଗ୍ରାଣ୍ତ ପାର୍ଟିର ଆୟୋଜନ କରିଥିଲେ ଏହି ଷ୍ଟାର କପଲ । ରାହା କପୁରଙ୍କ ଏହି ଜନ୍ମଦିନ ପାର୍ଟିରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ୍, କରୀନା କପୁର, ପୂଜା ଭଟ୍ଟ ଓ ଶାହିନ୍ ଭଟ୍ଟ ଆଦି ଯୋଗ ଦେଇଥିଲେ । ଜନ୍ମଦିନର କୌଣସି ଫଟୋ ସାମ୍ନାକୁ ଆସିନଥିବା ବେଳେ ବେବି ରାହାଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆର ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଆଲିଆ ଝିଅ ରାହାଙ୍କ ଜନ୍ମଦିନରେ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାହା କେକ୍ ଉପରେ ହାତ ରଖିବା ସମୟର ଏକ ଫଟୋ ପୋଷ୍ଟ କରିଛନ୍ତି, ଏହା ସହ ସେ ଲେଖିଛନ୍ତି , ‘ଗତକାଲି ଭଳି ମନେ ହେଉଛି ଯେତେବେଳେ ଆମେ ଗୀତ ବଜାଉଥିଲୁ ସେ ସମୟରେ ତୁମେ ମୋ ପେଟରେ ଥାଇ କିକ୍ ମାରୁଥିଲ । ତୁମକୁ ଜୀବନରେ ପାଇବା ଆମ ପାଇଁ ଏକ ଆଶୀର୍ବାଦ ଅଟେ । ଜନ୍ମଦିନର ଶୁଭେଚ୍ଛା ବେବି ଟାଇଗର । ଆମେ ନିଜଠାରୁ ତୁମକୁ ଅଧିକ ଭଲ ପାଉ’ ।

 

 
 
 
 

 
 
 
 
 
 
 
 
 
 
 

A post shared by Alia Bhatt  (@aliaabhatt)

ସେହିପରି ଜନ୍ମଦିନର ଏକ ଭିଡ଼ିଓ ମଧ୍ଯ ସାମ୍ନାକୁ ଆସିଛି । ଯେଉଁଥିରେ ରାହାଙ୍କ ଜନ୍ମଦିନ ପାଳନ କରିବା ଆଲିଆ ଓ ରଣବୀର କେକ୍ ଓ କୁକିଜ ପଠାଇଥିବା ଦେଖିବାକୁ ମିଳୁଛି । ଏଥିରେ ପାପାରାଜିମାନେ ରାହାଙ୍କ ଜନ୍ମଦିନର କେକ୍ କାଟୁଥିବା ଦେଖିବାକୁ ମିଳିଛି । ଫ୍ୟାନ୍ସ ଆଲିଆ ଓ ରଣବୀରଙ୍କ ଏଭଳି କାର୍ଯ୍ୟକୁ ପ୍ରସଂଶା କରିଛନ୍ତି ।

 

 

ପ୍ରକାଶ ଥାଉ କି, ୨୦୨୨ ମସିହା ଏପ୍ରିଲ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରଣବୀର ଓ ଆଲିଆ । ବିବାହ କିଛି ମାସ ପରେ ଏହି ଷ୍ଟାର କପଲ ପିତାମାତା ହେବା ନେଇ ସୂଚନା ଦେଇଥିଲେ । ବିବାହର ମାତ୍ର ୭ ମାସ ଭିତରେ ଆଲିଆ ଭଟ୍ଟ ମାଆ ହୋଇଥିଲେ । ୨୦୨୨ ମସିହା ନଭେମ୍ବର ୬ ତାରିଖରେ ରଣବୀରଙ୍କ ଘରେ ନହ୍ନି ପରୀ ଜନ୍ମ ନେଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାହା ମାଆ ଆଲିଆଙ୍କ କାର୍ବନ କପି ଅଟନ୍ତି । ଏଣୁ ପରିବାର ଲୋକେ ରାହାଙ୍କୁ ମିନି ଆଲିଆ ବୋଲି ଡ଼ାକିଥାଆନ୍ତି । ଏପର୍ଯ୍ୟନ୍ତ ରଣବୀର ଓ ଆଲିଆ ଝିଅ ରାହା କପୁରଙ୍କ ଚେହେରା ଦେଖାଇନାହାନ୍ତି ।

Also Read-Kamal Haasan Birthday: ଗୋଟିଏ ଫିଲ୍ମରେ ୧୦ଟି ଭୂମିକାରେ ନଜର ଆସିଥିଲେ କମଲ ହାସନ୍, ଦେଖନ୍ତୁ ଫଟୋ