Bollywood Singer Shaan Birthday : ଶାନଙ୍କ ଜୀବନରେ ରାଧିକାଙ୍କ ଭୂମିକା କଣ ,ଜାଣନ୍ତୁ କିଏ ସେ ରାଧିକା ମୁଖାର୍ଜୀ ?
Advertisement
Article Detail0/zeeodisha/odisha1374348

Bollywood Singer Shaan Birthday : ଶାନଙ୍କ ଜୀବନରେ ରାଧିକାଙ୍କ ଭୂମିକା କଣ ,ଜାଣନ୍ତୁ କିଏ ସେ ରାଧିକା ମୁଖାର୍ଜୀ ?

Bollywood Singer Shaan Birthday : ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍(Bollywood Singer Shaan ) । ଆଜି ତାଙ୍କର ଜନ୍ମଦିନ (Singer Shaan Birthday) । ସେ ୫୧ ବର୍ଷରେ ପାଦଦେଇଛନ୍ତି । ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ। 

ସୌଜନ୍ୟ : ସୋସିଆଲ ମିଡିଆ

Bollywood Singer Shaan Birthday : ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍(Bollywood Singer Shaan ) । ଆଜି ତାଙ୍କର ଜନ୍ମଦିନ (Singer Shaan Birthday) । ସେ ୫୧ ବର୍ଷରେ ପାଦଦେଇଛନ୍ତି । ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ। ଶାନଙ୍କ ପୁରା ନାଁ  ଶାନ୍ତନୁ ମୁର୍ଖାଜୀ । ହେଲେ ଲୋକେ ତାଙ୍କୁ ଷ୍ଚେଜ ନାଁରେ ଅଧିକ ଜାଣନ୍ତି । ୧୯୭୨ ମସିହା ଆଜିର ଦିନରେ ଶାନ୍‌ ମହାରାଷ୍ଟ୍ରର ଏକ ବଙ୍ଗାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲ । ଶାନ୍‌ ମଧ୍ୟ ହିନ୍ଦୀ,ବଙ୍ଗାଳୀ, ମରାଠୀ, ଉର୍ଦ୍ଦୁ, ତେଲୁଗୁ, କନ୍ନଡ, ନେପାଳୀ, ଓଡିଆ, ପଞ୍ଜାବୀ ଏବଂ ମାଲାୟାଲମ୍ ସମେତ ବିଭିନ୍ନ ଭାଷାରେ ଗୀତ ଗାଇ ସଂଗୀତ ପ୍ରେମୀଙ୍କ ହୃଦୟ ଜିତିଛନ୍ତି। 

ଶାନଙ୍କ ଜେଜେବାପା ଜାହର ମୁଖାର୍ଜୀ ଜଣେ ଜଣାଶୁଣା ଗୀତିକାର ଥିଲେ। ତାଙ୍କ ପିତା ମାନସ ମୁଖାର୍ଜୀ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ଶାନ୍  ଓ ତାଙ୍କ ପତ୍ନୀ ରାଧିକାଙ୍କ ଲଭଷ୍ଟୋରୀ କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ, ଯେତେବେଳେ ରାଧିକାଙ୍କୁ ୧୭ବର୍ଷ ହୋଇଥିଲେ ସେତେବେଳେ ଶାନ ୨୪ ବର୍ଷର ଥିଲେ । ଦୁହିଁଙ୍କର ପ୍ରଥମେ ସାକ୍ଷାତ ପରେ ପରସ୍ପର ପ୍ରେମରେ ପଡିଥିଲେ। ଶାନ୍ ପ୍ରକୃତିରେ ଟିକେ ଲଜ୍ଜାକୁଳା । ଏଥିପାଇଁ ତାଙ୍କୁ ମଧ୍ୟ ପ୍ରେମ ପ୍ରସ୍ତାବ ଦେବା ପାଇଁ କିଛି ସମୟ ଲାଗିଥିଲା। ଯେତେବେଳେ ଠିକ୍ ସମୟ ଆସିଲା, ଶାନ୍ ରାଧିକାଙ୍କୁ ଏକ ଫିଲ୍ମ ଶୈଳୀରେ ପ୍ରସ୍ତାବ ଦେଇଥିଲେ । ଦିନେ ଶାନ ଏବଂ ରାଧିକା ସମୁଦ୍ର କୂଳକୁ ଯାଇଥିଲେ । ସେଠାରେ ଶାନ ଆଣ୍ଠୁମାଡି ରାଧିକାଙ୍କୁ କହିଥିଲେ, ‘ଏହି ସାଗର, ଆକାଶ ଏବଂ ଏହି ପବନ ରହିଲା ସାକ୍ଷୀ, ତୁମେ ମୋତେ ବିବାହ କରିବ କି?’ ରାଧିକା ମଧ୍ୟ ବିଳମ୍ବ ନ କରି ଏହି ପ୍ରସ୍ତାବକୁ ହଁ କହିଥିଲେ। କିନ୍ତୁ ପ୍ରକୃତ ପରୀକ୍ଷା ଏପର୍ଯ୍ୟନ୍ତ ଆସି ନଥିଲା କାରଣ ଶାନଙ୍କୁ ରାଧିକାଙ୍କ ପିତାମାତାଙ୍କ ହୃଦୟ ଜିତିବାକୁ ଥିଲା । ଶାନ୍ ରାଧିକାଙ୍କ ହାତ ମାଗିବାକୁ ତାଙ୍କ ଘରକୁ ଯାଇଥିଲେ। ରାଧିକାଙ୍କ ବାପାମାଆ ଶାନଙ୍କୁ ଦେଖି କହିଥିଲେ ଯେ,"କଣ ଏହି ଗାୟକକୁ ତୁ ତୋର ଜୀବନ ସାଥୀ କରିବୁ , ରାଧିକା ହଁ " ମାରିଥିଲେ । 

ଏହାବି ପଢନ୍ତୁ : Adipurush : ରାମ ଭୂମିକାରେ ନଜର ଆସିବେ ପ୍ରଭାସ ,ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ

ଉଭୟଙ୍କ ମଧ୍ୟରେ ବୟସର ତାରତମ୍ୟ ଅଧିକ ଥିବାରୁ  ବିବାହରେ ସମସ୍ୟା ଉପୁଜିଥିଲା। ଯାହାକୁ ନେଇ ଉଭୟ ଶାନ ଓ ରାଧିକା ଚିନ୍ତିତ ଏବଂ ଅସୁରକ୍ଷିତ ଥିଲେ । କିନ୍ତୁ ଶେଷରେ ରାଧିକାଙ୍କ ବାପାମାଆଙ୍କୁ ମନେଇବାରେ ସଫଳ ହୋଇଥିଲେ ଶାନ୍ । ଆଉ ଏଥିରେ ବିଳମ୍ବ ନ କରି ଶାନ୍ ରାଧିକାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ଏ ଦମ୍ପତିଙ୍କର ଦୁଇଟି ସନ୍ତାନ ରହିଛନ୍ତି । ଶୁଭ୍ ଓ ଶୋହମ୍ । ରାଧିକା ଓ ଶାନ୍ ଏକ ସଫଳ ଯୋଡି ବୋଲି କୁହାଯାଇପାରିବ । ଶାନ୍ କେବେଳ ଜଣେ ବଲିଉଡରେ ପ୍ଲେ ବ୍ୟାକ୍ ସିଙ୍ଗର ନୁହେଁ, ସେ କେତେକ ରିଏଲିଟି ଶୋରେ ଜଜ ଭାବେ ମଧ୍ୟ ଦାୟିତ୍ବ ତୁଲାଉଛନ୍ତି ।