Advertisement
Article Detail0/zeeodisha/odisha2204393
Zee OdishaOdisha Entertainmentମହାଦେବଙ୍କ ଆଶୀର୍ବାଦ ନେଲେ ରଣଭୀର ଏବଂ କ୍ରିତି, କାଶୀ ବିଶ୍ୱନାଥ ମନ୍ଦିରରୁ ଫଟୋ ଭାଇରାଲ୍

ମହାଦେବଙ୍କ ଆଶୀର୍ବାଦ ନେଲେ ରଣଭୀର ଏବଂ କ୍ରିତି, କାଶୀ ବିଶ୍ୱନାଥ ମନ୍ଦିରରୁ ଫଟୋ ଭାଇରାଲ୍

Ranveer Singh at Varanasi: ରଣଭୀର ଓ କ୍ରିତିଙ୍କ ସେହି ସମୟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାରଣାସୀରେ ରଣଭୀରଙ୍କୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ୍ ଖୁସି ହୋଇଛନ୍ତି । ଅଭିନେତା ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମହାଦେବଙ୍କ ଆଶୀର୍ବାଦ ନେଲେ ରଣଭୀର ଏବଂ କ୍ରିତି, କାଶୀ ବିଶ୍ୱନାଥ ମନ୍ଦିରରୁ ଫଟୋ ଭାଇରାଲ୍

Kashi Vishwanath Temple: ରଣଭୀର ସିଂ ସିନେମା ଜଗତର ଜଣାଶୁଣା ଚେହେରା । ପଦ୍ମାବତ, ରାମଲୀଲା, ଦିଲ ଧଡକନେ ଦୋ ସମେତ ଅନେକ ବଡ଼ ବଜେଟର ହିଟ୍ ଫିଲ୍ମ୍ କରିବା ପରେ ସେ ଏବେ ଡନ୍-୩ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଫିଲ୍ମର ସୁଟିଂ ପୂର୍ବରୁ ଅଭିନେତା ବାରଣାସୀରେ କ୍ରିତି ସାନନଙ୍କ ସହ ନଜର ଆସିଥିଲେ। ଏପ୍ରିଲ୍ ୧୪ ରେ ରଣଭୀର ସିଂ ଏବଂ କ୍ରିତି ସାନନ୍ ବାରାଣାସୀରେ ପହଞ୍ଚି କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଥିଲେ। ଏହାପୂର୍ବରୁ ଦୁହେଁ ମୁମ୍ବାଇର ଘରୋଇ ବିମାନବନ୍ଦରରେ ଏକାଠି ନଜର ଆସିଥିଲେ । 

ରଣଭୀର-କ୍ରିତି ବାରଣାସୀରେ ପହଞ୍ଚିଥିଲେ

ରଣଭୀର ସିଂ ଏବଂ କ୍ରିତି ସାନନ୍ ଖ୍ୟାତନାମା ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୟରେ ରଣଭୀର ମହାଦେବଙ୍କ ଭକ୍ତିରେ ଲୀନ ଥିବା ଦେଖାଯାଇଥିଲା।  କ୍ରୁ ଅଭିନେତ୍ରୀ ଏକ କମଳା ରଙ୍ଗର ଶାଢ଼ୀ ପିନ୍ଧିଥିଲେ ।  ଖୋଲା କେଶ ଏବଂ ନ୍ୟୁଡ୍ ମେକଅପ୍ ସହିତ ସେ ନିଜର ଲୁକକୁ ପୁରା କରିଥିଲେ । ଯେତେବେଳେ କି, ରଣଭୀରଙ୍କୁ ଧଳା କୁର୍ତ୍ତା-ପାଇଜାମାରେ ଦେଖିବାକୁ ମିଳିଥିଲା ​​। ରଣଭୀର ଓ କ୍ରିତିଙ୍କ ସେହି ସମୟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାରଣାସୀରେ ରଣଭୀରଙ୍କୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ୍ ଖୁସି ହୋଇଛନ୍ତି । ଅଭିନେତା ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Add Zee News as a Preferred Source

Post- 

ରଣଭୀର-କ୍ରିତି ବାରାଣାସୀରେ କାହିଁକି ପହଞ୍ଚିଥିଲେ?
ରଣଭୀର ଓ  କ୍ରିତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ସେଠାକୁ କାହିଁକି ଯାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।  ତେବେ ଆପଣଙ୍କୁ ଆମେ ଜଣାଇଦେବୁ କି କ୍ରିତି ଏବଂ ରଣଭୀର ଏକାଠି ମନୀଷ ମଲହୋତ୍ରାଙ୍କ ପରବର୍ତ୍ତୀ ଫ୍ୟାଶନ ସୋ’ର ରାମ୍ପରେ ନଜର ଆସିବେ, ଯାହାର ଥିମ୍ ହେଉଛି 'ଧରୋହର କାଶୀ କି'। ଏହାର ଉଦ୍ଦେଶ୍ୟ ହେଉଛି ବାରାଣାସୀର ହ୍ୟାଣ୍ଡିକ୍ରାପଟ୍ସ ଏବଂ ହ୍ୟାଣ୍ଡଲୁମ୍ ସାମଗ୍ରୀ ପ୍ରଦର୍ଶନ କରିବା । ଆଉ ଏହି ଫ୍ୟାଶନ ସୋ ପୂର୍ବରୁ ଦୁହେଁ ମହାଦେବଙ୍କ ଦର୍ଶନ କରିଥିଲେ।

Also Read- Amarnath Yatra 2024: ୨୯ ଜୁନରୁ ଆରମ୍ଭ ଅମରନାଥ ଯାତ୍ରା, ଜାଣନ୍ତୁ ପଞ୍ଜୀକରଣ ତାରିଖ

Also Read- Ration Card List 2024: କେବଳ ଏହି ଲୋକଙ୍କୁ ମିଳିବ ମାଗଣା ରାସନ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author