Amarnath Yatra 2024: ୨୯ ଜୁନରୁ ଆରମ୍ଭ ଅମରନାଥ ଯାତ୍ରା, ଜାଣନ୍ତୁ ପଞ୍ଜୀକରଣ ତାରିଖ
Advertisement

Amarnath Yatra 2024: ୨୯ ଜୁନରୁ ଆରମ୍ଭ ଅମରନାଥ ଯାତ୍ରା, ଜାଣନ୍ତୁ ପଞ୍ଜୀକରଣ ତାରିଖ

Amarnath Yatra 2024 Start Date: ବାବା ଅମରନାଥଙ୍କ ଭକ୍ତମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି । ଶ୍ରୀ ଅମରନାଥ ସାଇନ ବୋର୍ଡ ଆନୁଷ୍ଠାନିକ ଭାବେ ଯାତ୍ରା ଆରମ୍ଭ ତାରିଖ ଘୋଷଣା କରି କହିଛି ଯେ, ଚଳିବ ବର୍ଷ ଅମରନାଥ ଯାତ୍ରା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବ ।

Amarnath Yatra 2024: ୨୯ ଜୁନରୁ ଆରମ୍ଭ ଅମରନାଥ ଯାତ୍ରା, ଜାଣନ୍ତୁ ପଞ୍ଜୀକରଣ ତାରିଖ

Amarnath Yatra 2024 Registration: ବାବା ଅମରନାଥଙ୍କ ଦର୍ଶନ କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର ଆସିଛି । ଶ୍ରୀ ଅମରନାଥ ସାଇନ ବୋର୍ଡ ଆନୁଷ୍ଠାନିକ ଭାବେ ଅମରନାଥ ଯାତ୍ରା ଆରମ୍ଭର ତାରିଖ ଘୋଷଣା କରିଛି। ଚଳିତଥର ଅମରନାଥ ଯାତ୍ରା ଜୁନ୍ ୨୯ ରୁ ଆରମ୍ଭ ହେବାକୁ ଯାଉଛି । ଅମରନାଥ ଯାତ୍ରା ୧୯ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ । ଏଥର ଭକ୍ତମାନେ ୫୨ ଦିନ ପର୍ଯ୍ୟନ୍ତ ଅମରନାଥଙ୍କ ଯାତ୍ରାରେ ସାମିଲ ହୋଇପାରିବେ । ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ କେବେ ଆରମ୍ଭ ହେବ ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ।

ସରକାରୀ ଘୋଷଣା ଅନୁଯାୟୀ ଅମରନାଥ ଯାତ୍ରା ପାଇଁ ଆପଣ ଏପ୍ରିଲ ୧୫ ତାରିଖରୁ ପଞ୍ଜୀକରଣ କରିପାରିବେ । ବାବା ବାରଫାନୀଙ୍କ ଭକ୍ତମାନେ ଅମରନାଥ ସାଇନ ବୋର୍ଡର ଅଫିସିଆଲ୍ ୱେବସାଇଟ୍ https://jksasb.nic.in/ ଲଗଇନ କରି ଯାତ୍ରା ନିମନ୍ତେ ପଞ୍ଜିକରଣ କରିପାରିବେ।

୨ଟି ରୁଟରେ ଯାତ୍ରା
ଜାମ୍ମୁ କାଶ୍ମୀର ସରକାର ଏବଂ ଶ୍ରୀ ଅମରନାଥ ସାଇନ ବୋର୍ଡର ମିଳିତ ସହଯୋଗରେ ଅମରନାଥ ଯାତ୍ରା ପ୍ରତିବର୍ଷ ଆୟୋଜିତ ହୋଇଆସୁଛି। ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଯାତ୍ରା ଦୁଇଟି ମାର୍ଗରେ କରିଥାନ୍ତି । ପ୍ରଥମ ମାର୍ଗ ହେଉଛି ନନୁନବାନ-ପହଲଗମ୍ ମାର୍ଗ ଯାହାକି ୪୮ କିଲୋମିଟର ଦୂରତା ଏବଂ ଦ୍ୱିତୀୟ ମାର୍ଗ ହେଉଛି ବାଲ୍ଟାଲ୍ ମାର୍ଗ ଯାହା ମାତ୍ର ୧୪ କିଲୋମିଟରର ସଂକୀର୍ଣ୍ଣ ମାର୍ଗ ।

ଅମରନାଥ ଧାମ କାହିଁକି ସ୍ୱତନ୍ତ୍ର?
ଅମରନାଥ ଗୁମ୍ଫା ଜାମ୍ମୁ କାଶ୍ମୀରର ଉପତ୍ୟକାର ଅମରନାଥ ପର୍ବତରେ ଅବସ୍ଥିତ । ଏହି ସ୍ଥାନଟି ସମୁଦ୍ରପତନଠାରୁ ୧୨ ହଜାର ୭୫୬ ଫୁଟ ଉଚ୍ଚରେ ଅବସ୍ଥିତ । ପୃଥିବୀରେ ଏହା ହେଉଛି ଏକମାତ୍ର ଶିବଲିଙ୍ଗ ଯାହା ପ୍ରାକୃତିକ ଭାବରେ ଗଠିତ ହୋଇ ରହିଥାଏ । ଏହି ଶିବଲିଙ୍ଗ ପ୍ରାୟ ୫ ହଜାର ବର୍ଷ ପୁରୁଣା ବୋଲି ବିବେଚନା କରାଯାଏ । ବାବା ବାରଫାନୀଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ପ୍ରାୟ ୩୫ରୁ ୪୮ କିଲୋମିଟର ଯାତ୍ରା କରିବାକୁ ପଡିଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଅମରନାଥ ଯାତ୍ରା କରିବାକୁ ପୀଠରେ ପହଞ୍ଚିଥାନ୍ତି । ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ କାରଣରୁ ଭକ୍ତଙ୍କ ପାଇଁ ମନ୍ଦିର ଖୁବ୍ ନିର୍ଦ୍ଦିଷ୍ଟ ସମୟରେ ଖୋଲା ଯାଇଥାଏ ।

Also Read- Ration Card List 2024: କେବଳ ଏହି ଲୋକଙ୍କୁ ମିଳିବ ମାଗଣା ରାସନ

Also Read- Crime News: କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଗୁଣ୍ଡାରାଜ, ଜଣେ ଆହତ