Brahmastra Box Office Collection: ବକ୍ସ ଅଫିସରେ ହିଟ, ଗୋଟିଏ ଦିନରେ ଏତିକି କୋଟି କଲା ରୋଜଗାର
Advertisement
Article Detail0/zeeodisha/odisha1345492

Brahmastra Box Office Collection: ବକ୍ସ ଅଫିସରେ ହିଟ, ଗୋଟିଏ ଦିନରେ ଏତିକି କୋଟି କଲା ରୋଜଗାର

  ନୂଆଦିଲ୍ଲୀ : ରିଲିଜ ହୋଇଛି ରଣବୀପ କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର ପାର୍ଟ ଓ୍ବାନ ଶିଭା (Brahmāstra: Part One –Shiva)। ବକ୍ସ ଅଫିସରେ ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଛି ଏ ଫିଲ୍ମ। କୋରୋନା ପରଠାରୁ ରିଲିଜ ହୋଇଥିବା ସମସ୍ତ ମୁଭିକୁ ପଛରେ ପକାଇ ଦେଇଛି ଏ ଫିଲ୍ମ। ରିଲିଜ ହେବାର ପ୍ରଥମ ଦିନ

Brahmastra Box Office Collection: ବକ୍ସ ଅଫିସରେ ହିଟ, ଗୋଟିଏ ଦିନରେ ଏତିକି କୋଟି କଲା ରୋଜଗାର

Brahmastra Box Office Collection:  ନୂଆଦିଲ୍ଲୀ : ରିଲିଜ ହୋଇଛି ରଣବୀପ କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର ପାର୍ଟ ଓ୍ବାନ ଶିଭା (Brahmāstra: Part One –Shiva)। ବକ୍ସ ଅଫିସରେ ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଛି ଏ ଫିଲ୍ମ। କୋରୋନା ପରଠାରୁ ରିଲିଜ ହୋଇଥିବା ସମସ୍ତ ମୁଭିକୁ ପଛରେ ପକାଇ ଦେଇଛି ଏ ଫିଲ୍ମ। ରିଲିଜ ହେବାର ପ୍ରଥମ ଦିନରେ ଭଲ ରୋଜଗାର କରିଛି । ହଙ୍ଗାମା ରିପୋର୍ଟ ଅନୁଯାୟୀ(As per Bollywood Hungama) ଏ ଫିଲ୍ମ ଗୋଟିଏ ଦିନରେ ୩୬.୫୦ ରୁ ୩୮.୫୦ କୋଟି ରୋଜଗାର କରିଛି ।  ଛୁଟି ଦିନରେ ଫିଲ୍ମଟି ରିଲିଜ ହୋଇ ନଥିଲେ ମଧ୍ୟ ଫ୍ୟାନ୍ସଙ୍କ ଭଲ ରେସପନସ ମିଳିଛି। ଡ୍ରାମା ,ଆକ୍ସାନ ଓ ରୋମାନ୍ସ ଭରା ଏ ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି।      

Brahmastra ଷ୍ଟାର କାଷ୍ଚ....
ବ୍ରହ୍ମାସ୍ତ୍ର ପାର୍ଟ ଓ୍ବାନ୍ ରେ ବଲିଉଡ ସୁପରଷ୍ଟାର  ତଥା ବିଗ ବି ଅମିତାଭ ବଚ୍ଚନ(Amitabh Bachchan),ରଣବୀର କପୁର(Ranbir Kapoor) ,ଆଲିଆ ଭଟ୍ଟ(Alia Bhatt),ମୌନି ରାୟ(Mouni Roy), ନାଗାର୍ଜୁନ ଆଖିନେନି(Nagarjuna), ଶାହାରୁକ ଖାନ୍(Shah Rukh Khan) , ସୌରଭ ଗୁରଜର(Saurav Gurjar), ଦିବ୍ୟେନ୍ଦୁ (Divyenndu)ଭଳି ଅଭିନେତା ରହିଛନ୍ତି। ଫିଲ୍ମଟିର ଲେଖକ ଓ ନିର୍ଦ୍ଦେଶନ ହେଉଛନ୍ତି ଆୟନ ମୁଖେର୍ଜି (Ayan Mukerji)। ପ୍ରଡ୍ୟୁସର ଭାବେ ଦାୟିତ୍ବ ତୁଲାଇଛନ୍ତି କରଣ ଯୋହର(Karan Johar) ,ଅପୂର୍ବ ମେହେଟ୍ଟା(Apoorva Mehta),  ନମିତା ମଲହୋତ୍ରା(Namit Malhotra), ରଣବୀର କପୁର(Ranbir Kapoor), ମର୍ଜିକ ଡିସୋଜା(Marijke Desouza) ଓ ଆୟନ ମୁଖେର୍ଜି (Ayan Mukerji) । ଫିଲ୍ମର ବଜେଟ ରହିଛି ୪୧୦ କୋଟି।

ବକ୍ସ ଅଫିସ ଇଣ୍ତିଆ ଡଟ କମ ରିପୋର୍ଟ, ଅନୁଯାୟୀ(BoxOfficeIndia.Com ) ''ବକ୍ସ ଅଫିସରେ ଫିଲ୍ମଟି 35 ରୁ 36 କୋଟି ଟଙ୍କା ଓପନିଂ ଡ' ରେ ରୋଜଗାର କରିଛି''।  ଏନେଇ ପ୍ରଯୋଜକ କରନ ଜୋହର(Producer Karan Johar ) ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେ, ଫିଲ୍ମଟି ବିଶ୍ବବ୍ୟାପି ଗୋଟିଏ ଦିନରେ 75 କୋଟି ଇନକମ କରିଛି। ଏଥିପାଇଁ ମୁଁ କୃତଜ୍ଞ। ଚଳିତ ବର୍ଷ ବଲିଉଡ ପାଇଁ ଏକ ଖରାପ ବର୍ଷ। କାହିଁକିନା ,ଗାଙ୍ଗୁବାଇ କାଥିଆୱାଡି (Gangubai Kathiawadi), ଭୁଲଭୁଲେୟା2 (Bhool Bhulaiyaa 2),  ଦ' କାଶ୍ମୀର ଫାଇଲ(The Kashmir Files)କୁ ଛାଡି ଦେଲେ ଅନ୍ୟ କୌଣସି ମୁଭି ବକ୍ସ ଅଫିସରେ ଆଶାତିତ ସଫଳତା ଦେଇ ନାହିଁ।  ଫିଲ୍ମଟି ବୁଲଗେରିଆ (Bulgaria), ଲଣ୍ଡନ (London) , ନ୍ୟୁୟର୍କ(New York) , ଏଡିନବର୍ଗ(Edinburgh) , ଥାଇଲ୍ୟାଣ୍ଡ(Thailand), ମନାଲି (Manali), ମୁମ୍ବାଇ (Mumbai)ଏବଂ ବାରାଣାସୀ (Varanasi) ରେ ସୁଟିଂ ହୋଇଛି। କୋଭିଡ ମହାମାରୀ (COVID19) ହେତୁ ଫିଲ୍ମର ପ୍ରଡକ୍ସନ୍ ଏବଂ ରିଲିଜ୍ ଡେଟ  ବିଳମ୍ବ ହୋଇଥିଲା। ଜୁଲାଇ 2014 ରେ ବ୍ରହ୍ମାସ୍ତ୍ର ଫିଲ୍ମଟି ଘୋଷଣା କରାଯାଇଥିଲା । ବହ୍ମାସ୍ତ୍ର  (Brahmastra:Part One – Shiva) ଫିଲ୍ମର ଫଟୋଗ୍ରାଫି ଫେବୃଆରୀ 2018 ରୁ ମାର୍ଚ୍ଚ 2022 ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଧରି ଚାଲିଥିଲା। ଶେଷରେ 2022 ରେ ସେପ୍ଚେମ୍ବର 9ରେ ମୁକ୍ତି ଲାଭ କରିଛି ଏ ଫିଲ୍ମ ।