Year Ender 2022: ଏସବୁ ସେଲିବ୍ରେଟିଙ୍କ ଭାଙ୍ଗିଛି ହୃଦୟ, କିଏ କାହା ଠାରୁ ନେଇଛି ଛାଡପତ୍ର ତ ଆଉ କିଏ କରିଛି ବ୍ରେକଅଫ, ଜାଣନ୍ତୁ ତାଲିକାରେ ଅଛନ୍ତି କେଉଁମାନେ ?
Advertisement
Article Detail0/zeeodisha/odisha1487752

Year Ender 2022: ଏସବୁ ସେଲିବ୍ରେଟିଙ୍କ ଭାଙ୍ଗିଛି ହୃଦୟ, କିଏ କାହା ଠାରୁ ନେଇଛି ଛାଡପତ୍ର ତ ଆଉ କିଏ କରିଛି ବ୍ରେକଅଫ, ଜାଣନ୍ତୁ ତାଲିକାରେ ଅଛନ୍ତି କେଉଁମାନେ ?

Year Ender 2022: ନିଜ ପ୍ରିୟ ସେଲିବ୍ରେଟିଙ୍କ ଲାଇଫ ଷ୍ଟାଇଲ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ରିଲ୍ ଲାଇଫରେ ହେଉକି ରିୟଲ ଲାଇଫରେ ସେମାନେ କାହା ସହ ରିଲେସନସିପରେ ଅଛନ୍ତି ,କାହାକୁ ଡେଟ କରୁଛନ୍ତି । ଏବଂ କିଏ କାହା ସହିତ ବିବାହ କରୁଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Year Ender 2022: ନିଜ ପ୍ରିୟ ସେଲିବ୍ରେଟିଙ୍କ ଲାଇଫ ଷ୍ଟାଇଲ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ରିଲ୍ ଲାଇଫରେ ହେଉକି ରିୟଲ ଲାଇଫରେ ସେମାନେ କାହା ସହ ରିଲେସନସିପରେ ଅଛନ୍ତି ,କାହାକୁ ଡେଟ କରୁଛନ୍ତି । ଏବଂ କିଏ କାହା ସହିତ ବିବାହ କରୁଛନ୍ତି । କିଏ କାହା ପ୍ରେମରେ ପଡିଛନ୍ତି ତ ଆଉ କିଏ କାହାଠାରୁ ଅଲଗା ହୋଇଛନ୍ତି । ଏନେଇ ଆଜି ଆମେ ଏଠାରେ ଆମେ ଆପଣଙ୍କୁ ଏପରି କିଛି ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ଚଳିତ ବର୍ଷ ନିଜ ପାର୍ଟନର ଠାରୁ ଅଲଗା ହୋଇଛନ୍ତି । ଏବଂ ଆଉ କିଛି ସମ୍ପର୍କ ନୂଆ କରି ଗଢିଛନ୍ତି। 

ଟାଇଗର ସରାଫ ଏବଂ ଦିଶା ପାଟାନି : 
ଗୋଟେ ସମୟ ଥିଲା ଟାଇଗର ସରାଫ ଓ ଦିଶା ପରପ୍ପରକୁ ଛାଡି ରହି ପାରୁ ନ ଥିଲେ । ଉଭୟଙ୍କୁ ବିଭିନ୍ନ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳୁଥିଲା। କିନ୍ତୁ ଦୀର୍ଘ ଦିନ ଧରି ବଲିଉଡର କରିଡରରେ ଏକ ଆଲୋଚନା ହେଉଛି ଯେ, ଦିଶା ପାଟାନି ଏବଂ ଟାଇଗର ସରାଫଙ୍କର ବ୍ରେକଅପ୍ ହୋଇଛି। କିଛି ଦିନ ତଳେ ଖବର ଆସିଥିଲା ​​ଯେ, ଏହି ଲବବାର୍ଡ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉଭୟଙ୍କ ପଥ ଅଲଗା ହୋଇଯାଇଛି। କାହିଁକିନା ବର୍ତ୍ତମାନ ଦିଶା ନିଜର ଜିମ ପାର୍ଟନର ତଥା ତାଙ୍କ ବନ୍ଧୁ ଆଲେକ୍ସଜାଣ୍ତାରଙ୍କୁ ଡେଟ୍ କରୁଛନ୍ତି । ଉଭୟଙ୍କୁ ବିଭିନ୍ନ ସ୍ଥାନରେ ସ୍ପଷ୍ଟ ମଧ୍ୟ କରାଯାଉଛି। ଯାହା ସେମାନଙ୍କ ବ୍ରେକଅପକୁ ନିଶ୍ଚିତ କରୁଛି। 

 

ସାନିଆ ମିର୍ଜା ଏବଂ ସୋଏବ ମଲିକ :

ଷ୍ଟାରଦମ୍ପତି ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ ଛାଡପତ୍ର ହେବାର ଖବର ଗତ କିଛି ମାସ ଧରି ଚର୍ଚ୍ଚାରେ ରହି ଆସିଛି । ଉଭୟ ଏପର୍ଯ୍ୟନ୍ତ ଏହି ଖବରକୁ ଅସ୍ୱୀକାର ମଧ୍ୟ କରିନାହାଁନ୍ତି । ନିକଟରେ ଯେତେବେଳେ ଶୋଏବଙ୍କୁ ଏହି ବିଷୟରେ ପଚରାଯାଇଥିଲା, ସେ ଏହା ଏକ ବ୍ୟକ୍ତିଗତ ମାମଲା ବୋଲି କହିଥିଲେ । ଗୋଟିଏ ପଟେ ସେମାନଙ୍କ ଛାଡପତ୍ର ଖବର ବନ୍ଦ ହେଉନଥିବା ବେଳେ ଅନ୍ୟ ପଟେ ଦମ୍ପତିଙ୍କ ଆଗାମୀ ସେଲିବ୍ରିଟି ଟକ୍ ସୋ’ର ପ୍ରୋମୋ ରିଲିଜ୍ ହୋଇଛି । ଏହା ଏକ ମ୍ୟୁଜିକାଲ୍ ଟକ୍ ସୋ ଯେଉଁଥିରେ ସାନିଆ ଏବଂ ଶୋଏବ ସେଲିବ୍ରିଟିମାନଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିବ । ଏହି ଶୋ ’ପାକିସ୍ତାନୀ ଓଟିଟି ପ୍ଲାଟଫର୍ମ ଉର୍ଦ୍ଦୁଫ୍ଲିକ୍ସରେ ପ୍ରିମିୟର୍ ହେବ । ତେବେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ସୋଏବ ମଲିକ ଏବଂ ସାନିଆ ୨୦୧୦ ମସିହା ଏପ୍ରିଲ ୧୨ରେ ହାଇଦ୍ରାବାଦରେ ଏକ ପାରମ୍ପାରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତା’ ପରେ ଅର୍ଥାତ  ୨୦୧୮ରେ ସେମାନଙ୍କର ପୁଅ ଇଜାନ ଜନ୍ମ ହୋଇଥିଲା। ନିକଟରେ ସାନିଆ ମିର୍ଜା ଏବଂ ଶୋଏବ ମଲିକ ନିଜ ପୁଅ ଇଜାନ ମିର୍ଜା ମଲିକଙ୍କ ଜନ୍ମଦିନ ପାଳନ କରିଥିଲେ। ପୁଅ ଇଜାନଙ୍କୁ ଜନ୍ମ ଦେବାର କିଛି ମାସ ପରେ, ସାନିଆ ମିର୍ଜା ତାଙ୍କ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଜଣାଇଥିଲେ। 

ହିନା ଖାନ୍ ଏବଂ ରକି :

ହିନା ଖାନ ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ବିଶ୍ୱାସଘାତକତା ବିଷୟରେ କିଛି କହିଥିଲେ । ଏହି ପୋଷ୍ଟଗୁଡିକ ତାଙ୍କ ପ୍ରଶଂସକଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଥିଲା ​। ଗଣମାଧ୍ୟମରେ ଏହି ପୋଷ୍ଟ ମାଧ୍ୟମରେ ଉଭୟଙ୍କ ବ୍ରେକଅପ୍ ହେବାର ଖବର କ’ଣ ଥିଲା। ତେବେ, ରକି ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଅଛି । 

 

ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିଆନି :
ଅଭିନେତା ଅରବାଜ ଖାନ ଏବଂ ମଡେଲ ଜର୍ଜିଆ ଆଣ୍ଡ୍ରିଆନି ଗତ ଚାରି ବର୍ଷରୁ ପରସ୍ପରକୁ ଡେଟ କରୁଛନ୍ତି। ଉଭୟେ ପ୍ରାୟତଃ ମିଡିଆ ସାମ୍ନାରେ ଏକାଠି ନଜର ଆସିଥାନ୍ତି । କେବଳ ଏତିକି ନୁହେଁ, ଅନେକ ଥର ଅରବାଜ ଗର୍ଲଫ୍ରେଣ୍ଡ ଜର୍ଜିଆ ସହିତ ପାର୍ଟିର ମଜା ନେଉଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ସମ୍ପ୍ରତି ସେମାନଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା, କିନ୍ତୁ ଏହି ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ବ୍ରେକଅପ୍ ବିଷୟରେ ସର୍ବସାଧାରଣରେ କିଛି କହି ନାହାଁନ୍ତି।