Ollywood News:ରିଲିଜ ହେଲା ଅଡିଓ, ଖୁବ ଶୀଘ୍ର ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’
Advertisement
Article Detail0/zeeodisha/odisha1768701

Ollywood News:ରିଲିଜ ହେଲା ଅଡିଓ, ଖୁବ ଶୀଘ୍ର ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’

ଜୀବନରେ ପ୍ରେମର ରଙ୍ଗ ସବୁବେଳେ ସତେଜ ହୋଇ ରହିବା ଦରକାର ନହେଲେ ଜୀବନର ଅର୍ଥ ବଦଳି ଯାଏ । ଆଉ ଆପଣଙ୍କ ଜୀବନରେ ସେ ପ୍ରେମର ରଙ୍ଗ ବୋଳିବାକୁ ଆସୁଛି ନୂଆ ସ୍ୱାଦର ନୂଆ ଚଳଚ୍ଚିତ୍ର ‘ତୁ ସେଇ ନୀଳ ନୟନା’ । ସିନେମାର ପ୍ରସ୍ତୁତି ଖୁବ୍ ଜୋରଦାର ଭାବରେ ଆଗେଇ ଚାଲିଥିବା ସମୟରେ ଖୁବ ଶୀଘ୍ର ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି ଭିନ

Ollywood News:ରିଲିଜ ହେଲା ଅଡିଓ, ଖୁବ ଶୀଘ୍ର ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’

Ollywood News: ଜୀବନରେ ପ୍ରେମର ରଙ୍ଗ ସବୁବେଳେ ସତେଜ ହୋଇ ରହିବା ଦରକାର ନହେଲେ ଜୀବନର ଅର୍ଥ ବଦଳି ଯାଏ । ଆଉ ଆପଣଙ୍କ ଜୀବନରେ ସେ ପ୍ରେମର ରଙ୍ଗ ବୋଳିବାକୁ ଆସୁଛି ନୂଆ ସ୍ୱାଦର ନୂଆ ଚଳଚ୍ଚିତ୍ର ‘ତୁ ସେଇ ନୀଳ ନୟନା’ । ସିନେମାର ପ୍ରସ୍ତୁତି ଖୁବ୍ ଜୋରଦାର ଭାବରେ ଆଗେଇ ଚାଲିଥିବା ସମୟରେ ଖୁବ ଶୀଘ୍ର ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ନୂଆ ଓଡ଼ିଆ ସିନେମା ଫିଲ୍ମ ‘ତୁ ସେଇ ନୀଳ ନୟନା’ (Tu Sei Nila Nayana) ।  ବଗନି ପଟ୍ଟନାୟକ ଫିଲ୍ମସର ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ତ୍ରିପତୀ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ (Music director premanand) , ଗୀତିକାର ବସନ୍ତରାଜ ସାମଲ, ସଂଳାପକାର ଡ‍ଃ ରଜନୀ ରଞ୍ଜନ ଓ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା (Actor Pradyumna lenka) ଚଳଚ୍ଚିତ୍ରର ଅଭିନେତ୍ରୀ ଲିପିକା ସେନାପତି, ଅମର ମହାପାତ୍ର , ଓ ଉପଦେଷ୍ଠା ସଚ୍ଚିକାନ୍ତ ଜେନା ପ୍ରମୁଖ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ ।  ବେଶ୍ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ସିନେମାର ଅଡିଓ ରିଲିଜ୍ କରାଯାଇଥିଲା ।

ଫିଲ୍ମରେ ଓଡ଼ିଆ ମନୋରଂଜନ ଜଗତର ଅଫେରା କିମ୍ବଦନ୍ତୀ କଳାକାର ପିଣ୍ଟୁ ନନ୍ଦ (Pintu Nanda)ଙ୍କୁ ଦେଖିବେ ଏକ ନୂଆ ଅବତାରରେ । ବିନି ପଟ୍ଟନାୟକ ପ୍ରଯୋଜିତ ଏହି ଫିଲ୍ମର ସହ ପ୍ରଯୋଜକ ହେଉଛନ୍ତି ମୋହିତ ପଟ୍ଟନାୟକ । ଫିଲ୍ମର ମୁଖ୍ୟ ଊପଦେଷ୍ଟା ତ୍ରିନାଥ ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟକ ହୋଇଥିବା ବେଳେ ଊପଦେଷ୍ଟା ଭାବରେ ମନସା ମୟୁରୀ, ବୃନ୍ଦାବନ ମିଶ୍ର, ସଞ୍ଜିତ ନାୟକ ଓ ମନୋଜ ସ୍ବାଇଁ ଅଛନ୍ତି ଓ ଏଥିରେ ବିଶେଷ ସହଯୋଗ କରିଛନ୍ତି ସଚ୍ଚିକାନ୍ତ ଜେନା । ଦର୍ଶକଙ୍କୁ ନୂଆ ତଥା ଓଡ଼ିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ (Film) ଦେବା ପାଇଁ ଆମେ ସମସ୍ତେ ଚେଷ୍ଟା କରିଛୁ । ଏକ ନିଆରା ଓ ଅଦ୍ଭୁତ କାହାଣୀ  (Unique and wonderful story) ଯାହାକୁ ନେଇ ନିର୍ମାଣ ହୋଇଛି ଫିଲ୍ମ  "ତୁ ସେଇ ନୀଳନୟନା"  ନିଶ୍ଚିତ ଭାବରେ ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଦାବିର ସହ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ (Film Director) ତ୍ରିପତୀ ସାହୁ । ଫିଲ୍ମର ସଂଳାପ ଡକ୍ଟର ରଜନୀ ରଞ୍ଜନ ଲେଖିଥିବା ବେଳେ ଫିଲ୍ମର ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ । ସୁମଧୁର ଗୀତ ଗୁଡିକରେ ସ୍ବର ଦେଇଛନ୍ତି କଣ୍ଟଶିଳ୍ପୀ ହ୍ୟୁମାନ ସାଗର (Singer Human Sagar), ଦୀପ୍ତିରେଖା ପାଢୀ, ସ୍ୱୟଂ ପାଢୀ, ସୋହିନୀ ମିଶ୍ର (Sohini Mishra), ଆଶୁତୋଷ ଓ ଅମ୍ରିତା ନାୟକ । ଅଡିଓ ରିଲିଜ୍ ପରେ ସୂଚନା ମିଳିଛି ଯେ, ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଛି ସିନେମାର ଗୀତ ଗୁଡିକ ।

ପ୍ରେମ, ପ୍ରଣୟ ଓ ଭଲପାଇବାର ସ୍ପର୍ଶରେ ପଥର କିପରି କୋମଳ ଫୁଲରେ ପରିବର୍ତ୍ତନ (Changes) ହୁଏ ତାହା ଏହି ଫିଲ୍ମରେ ଦର୍ଶକ ଦେଖିବେ ବୋଲି କହିଛନ୍ତି ଫିଲ୍ମର ପୁରା ଟିମ୍ । ବରିଷ୍ଠ ଅଭିନେତା ସ୍ବର୍ଗତଃ ପିଣ୍ଟୁ ନନ୍ଦଙ୍କ ବ୍ୟତୀତ ସମ୍ବିତ୍ ଆଚାର୍ଯ୍ୟ, ଲିପିକା ସେନାପତି, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା, ଚୌଧୁରୀ ଜୟ ପ୍ରକାଶ ଦାସ, ବରଦା ତ୍ରିପାଠୀ, ନନସେନ୍ସ ମଣି, ଅମର ମହାପାତ୍ର, ଆଲିଶା, ଜ୍ୟୋତି ତ୍ରିପାଠୀ, ଜୀବନ ପଣ୍ଡା ଓ ଦେବଶ୍ରୀ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ଓଡ଼ିଶାର ଅଗଣିତ ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ଚାହିଦା ପୂରଣ  ପାଇଁ ଖୁବ୍ ଶୀଘ୍ର ଆସୁଅଛି ଫିଲ୍ମ ‘ତୁ ସେଇ ନୀଳ ନୟନା’ ବୋଲି ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ବ ରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା‌ ଦେଇଛନ୍ତି।

Also read- Crime News: ଟଙ୍କାକର ଚକୋଲେଟ୍ ପାଇଁ ନାବାଳକକୁ ବାନ୍ଧି ୯ ଘଣ୍ଟା ପିଟିଲେ: ଭିଡ଼ିଓ ଭାଇରାଲ

Trending news