Wahida Rehman: ଓ୍ୱାହିଦାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର
Advertisement
Article Detail0/zeeodisha/odisha1888399

Wahida Rehman: ଓ୍ୱାହିଦାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

ବର୍ଷିୟାନ୍ ହିନ୍ଦି ସିନେମା ଅଭିନେତ୍ରୀ ୱାହିଦା ରେହମାନଙ୍କ ସିନେମା ଅଭିନୟ କ୍ଷେତ୍ର ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ  ଏବର୍ଷ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଅନୁରାଗ ଠାକୁର ଏ ନେଇ ଘୋଷଣା କରିଛନ୍ତି।

Wahida Rehman: ଓ୍ୱାହିଦାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

Wahida Rehman: ନୂଆଦିଲ୍ଲୀ: ବର୍ଷିୟାନ୍ ହିନ୍ଦି ସିନେମା ଅଭିନେତ୍ରୀ ୱାହିଦା ରେହମାନଙ୍କ ସିନେମା ଅଭିନୟ କ୍ଷେତ୍ର ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ  ଏବର୍ଷ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଅନୁରାଗ ଠାକୁର ଏ ନେଇ ଘୋଷଣା କରିଛନ୍ତି। 

ଓ୍ୱାହିଦା ତାଙ୍କର ୫୦ ବର୍ଷର ଅଭିନୟ କ୍ୟାରିୟରରେ ଅନେକ ପ୍ରଭାବଶାଳୀ ସିନେମାରେ ସାମ୍ନାକୁ ଆସିଛନ୍ତି। ଯେଉଁସବୁ ସିନେମା ଦର୍ଶକଙ୍କ ଗହଣରେ ବିଶେଷ ଆଦୃତି ଲାଭ କରିଥିଲା ସେ ଭିତରେ ପ୍ୟାସା, କାଗଜ କା ଫୁଲ, ଚୌଧବୀ କା ଜଚାନ୍ଦ, ସାହେବ ବିବି ଔର ଗୁଲାମ, ଗାଇଡ୍‍, ଖାମୋସୀ ଅନ୍ୟତମ। ସେ ରେଶ୍ମା ଓ ଶେରା ଫିଲ୍ମପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି।  ଜଣେ ଭାରତୀୟ ନାରୀ କିପରି ସଫଳତାର ଶୀର୍ଷତ୍ୱ ଲାଭ କରିପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଓ୍ୱାହିଦା। 

ନିଜର ପ୍ରତିବଦ୍ଧତା, ଉତ୍ସର୍ଗ ଏ ଦିଗରେ ଅନେକଙ୍କୁ ପ୍ରାତ୍ସାହିତ କରିବ। ପୂର୍ବରୁ ସେ ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପରି ଶୀର୍ଷ ପୁରସ୍କାରରେ ସମ୍ମାନିତ ହୋଇ ସାରିଛନ୍ତି। ଦାଦାସାହେବ ଫାଲକେ ପୁରସ୍କାର ଦେଶର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଏବଂ ଏହାକୁ ଭାରତ ସରକାର ପ୍ରଦାନ କରିଥାନ୍ତି। ଚଳିତବର୍ଷ ସଂସଦରେ ଐତିହାସିକ ନାରୀଶକ୍ତି ବନ୍ଦନା ଅଧିନିୟମ  ପାରିତ ହୋଇଥିବାବେଚଳେ ଓ୍ୱାହିଦାଙ୍କୁ ଏହି ସମ୍ମାନ ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ଠାକୁର କହିଛନ୍ତି।