Advertisement
Article Detail0/zeeodisha/odisha2103300
Zee OdishaOdisha EntertainmentDalljiet kaur: ବିବାହକୁ ବର୍ଷେ ନପୁରୁଣ ଦ୍ବିତୀୟ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ ଦଲଜିତ୍ କୌର!

Dalljiet kaur: ବିବାହକୁ ବର୍ଷେ ନପୁରୁଣ ଦ୍ବିତୀୟ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ ଦଲଜିତ୍ କୌର!

Dalljiet kaur: ଦ୍ବିତୀୟ ସ୍ବାମୀଙ୍କଠାରୁ ଅଲଗା ହେବେ ଟେଲିଭିଜନର ପପୁଲାର ଅଭିନେତ୍ରୀ ଦଲଜିତ୍ କୌର । ପ୍ରଥମ ସ୍ବାମୀ ଶାଲିନ୍ ଭାନୋଟଙ୍କ ସହ ଛାଡ଼ପତ୍ର ପରେ ବ୍ୟବସାୟୀ ନିଖିଲ ପଟେଲଙ୍କୁ ଦ୍ବିତୀୟ ବିବାହ କରିଥିଲେ ଅଭିନେତ୍ରୀ । ବାହାଘର ପରେ ସେ କେନିଆରେ ରହୁଥିଲେ ।

ସୌଜନ୍ୟ-ସୋସିଆଲ ମିଡିଆ
ସୌଜନ୍ୟ-ସୋସିଆଲ ମିଡିଆ

Dalljiet kaur: ଦ୍ବିତୀୟ ସ୍ବାମୀଙ୍କଠାରୁ ଅଲଗା ହେବେ ଟେଲିଭିଜନର ପପୁଲାର ଅଭିନେତ୍ରୀ ଦଲଜିତ୍ କୌର । ପ୍ରଥମ ସ୍ବାମୀ ଶାଲିନ୍ ଭାନୋଟଙ୍କ ସହ ଛାଡ଼ପତ୍ର ପରେ ବ୍ୟବସାୟୀ ନିଖିଲ ପଟେଲଙ୍କୁ ଦ୍ବିତୀୟ ବିବାହ କରିଥିଲେ ଅଭିନେତ୍ରୀ । ବାହାଘର ପରେ ସେ କେନିଆରେ ରହୁଥିଲେ ।

ଖବର ଅନୁଯାୟୀ, ପ୍ରଥମ ବିବାହ ବାର୍ଷିକୀ ନଆସୁଣୁ ଅଭିନେତ୍ରୀ ଦଲଜିତ୍ ସ୍ବାମୀ ନିଖିଲଙ୍କଠାରୁ ଅଲଗା ହୋଇଥିବା ନେଇ ଚର୍ଚ୍ଚା ଜୋରଧରିଛି । ତେବେ ଦଲଜିତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ହିଁ ପ୍ରଶଂସକଙ୍କୁ ଏନେଇ ଆଭାସ ମିଳିଛି। ବାସ୍ତବରେ, ନିକଟରେ ଅଭିନେତ୍ରୀ ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ନିଖିଲଙ୍କ ସମସ୍ତ ଫଟୋ ଓ ଭିଡ଼ିଓ ଡିଲିଟ୍ କରିଦେଇଛନ୍ତି । ଆକାଉଣ୍ଟରେ ତାଙ୍କ ବିବାହ ଫଟୋ ଥିଲେ ସୁଦ୍ଧା ଦଲଜିତ୍ ନିଖିଲଙ୍କ ଓ ତାଙ୍କ ଝିଅଙ୍କ ସହ ଅପଲୋଡ଼ ହୋଇଥିବା ସମସ୍ତ ଫଟୋ ଡିଲିଟ୍ କରିଦେଇଛନ୍ତି । ଖାଲି ଏତିକି ନୁହେଁ, ବିବାହ ପରେ ଦଲଜିତ୍ ନିଜ ନାଁ ପରିବର୍ତ୍ତନ କରି ଦଲଜିତ କୌର ପଟେଲ ରଖିଥିଲେ । କିନ୍ତୁ ବର୍ତ୍ତମାନ ସେ ନିଜ ଇନଣ୍ଟଗ୍ରାମ ଆକାଉଣ୍ଟରୁ ନିଖିଲଙ୍କ ଉପନାମକୁ ହଟାଇ ଦେଇଥିବା ଦେଖିବାକୁ ମିଳିବ । ଏବେ ତାଙ୍କ ଇନଷ୍ଟା ଆକାଉଣ୍ଟରେ କେବଳ ତାଙ୍କର ଫିଟନେସ୍ ଓ ପୁଅଙ୍କ ଭିଡ଼ିଓ ରହିଛି ।

 

Add Zee News as a Preferred Source

ପ୍ରକାଶ ଥାଉ କି, ଲଜିତ୍ ପୂର୍ବରୁ ଶାଲିନ୍ ଭାନୋଟଙ୍କୁ ବିବାହ କରିଥିଲେ । ତାଙ୍କର ଜୟଡ଼େନ୍ ନାମକ ଜଣେ ପୁଅ ଅଛନ୍ତି । ଶାଲିନ୍‌ଙ୍କୁ ଛାଡ଼ପତ୍ର ଦେବା ପରେ ଦଲଜିତ ୨୦୨୩ ମାର୍ଚ୍ଚ ୧୮ ତାରିଖରେ ନିଖିଲଙ୍କୁ ଦ୍ବିତୀୟ ବିବାହ କରିଥିଲେ । ନିଖିଲ ମଧ୍ୟ ଦଲଜିତ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ନିଖିଲଙ୍କର ପୂର୍ବରୁ ଦୁଇ ଝିଅ ଅଛନ୍ତି । ବିବାହ ପରେ ନିଖିଲ, ତାଙ୍କ ଦୁଇ ଝିଅ, ଦଲଜିତ ଓ ତାଙ୍କ ପୁଅ କେନିଆରେ ରହିଆସୁଥିଲେ ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author