Health Tips : ଏହି ଖାଦ୍ୟ ସାମଗ୍ରୀ କମାଇବା ଆପଣଙ୍କ ମୋଟାପଣ, ଜାଣନ୍ତୁ କେମିତି
Advertisement

Health Tips : ଏହି ଖାଦ୍ୟ ସାମଗ୍ରୀ କମାଇବା ଆପଣଙ୍କ ମୋଟାପଣ, ଜାଣନ୍ତୁ କେମିତି

Health Tips : ଆଜିକାଲି ଅଧିକାଂଶ ଲୋକେ ମୋଟାପଣ ନେଇ ଚିନ୍ତିତ। ମୋଟାପଣକୁ ହଟାଇବା ପାଇଁ କିଏ ଦନରାତି ଜିମ୍ କୁ ଯାଉଛି ତ ଆଉ କିଏ ଡାଏଟ କରୁଛି ।

ସୌଜନ୍ୟ : ସୋସିଆଲ ମିଡିଆ

Health Tips : ଆଜିକାଲି ଅଧିକାଂଶ ଲୋକେ ମୋଟାପଣ ନେଇ ଚିନ୍ତିତ। ମୋଟାପଣକୁ ହଟାଇବା ପାଇଁ କିଏ ଦନରାତି ଜିମ୍ କୁ ଯାଉଛି ତ ଆଉ କିଏ ଡାଏଟ କରୁଛି । କିଏ ମର୍ଣ୍ଣିଂ ଓ୍ବାର୍କ କରୁଛି ତ ଆଉ କିଏ ସୁଇମିଙ୍ଗ କରୁଛି । ତେବେ ଏଭଳି କିଛି ସହଜ ଉପାୟ ରହିଛି । ଯାହା ଦ୍ବାରା ଆପଣ ଘରେ ରହି ମଧ୍ୟ ସୁସ୍ଥ ଶରୀର ସହ ପତଳା ହୋଇ ପାରିବେ । ତେବେ, ଜାଣନ୍ତୁ କିଛି ଘରୋଇ ଉପଚାର । ରସୁଣ ମୋଟାପଣକୁ କମାଇବାରେ ବେଶ ସହାୟକ ହୋଇଥାଏ। ରସୁଣରେ ଅନେକ ପୋଷକ ତତ୍ତ୍ୱ ରହିଥାଏ।  ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଅବଶ୍ୟ, ଯଦି ଆପଣ ନିୟମିତ ବ୍ୟାୟାମ ଓ ଉତ୍ତମ ଖାଦ୍ୟ ଖାଉଛନ୍ତି । ତେବେ ,ସକାଳୁ ଖାଲିପେଟରେ କିଛି ରସୁଣ ଖାଆନ୍ତୁ । ଏହା ଶରୀରରେ ଶକ୍ତି ବୃଦ୍ଧି ପାଇଁ ମଧ୍ୟ କାମ କରିଥାଏ । ଏଥିରେ ପୋଷକ ତତ୍ତ୍ୱ ରହିଥାଏ । ଯାହା ମେଟାବୋଲିଜିମ୍ (metabolism) ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯାହା ଓଜନ ହ୍ରାସ କରିବାରେ ଅଧିକ ସାହାଯ୍ୟ କରିଥାଏ |

ଓଜନ ହ୍ରାସ କରିବାରେ ରସୁଣ କିପରି ସାହାଯ୍ୟ କରେ ?

ପ୍ରତ୍ୟକ ଦିନ ସକାଳେ ଖାଲି ପେଟରେ କିଛି ରସୁଣର ପାଖୁଡା ଖାଆନ୍ତୁ । ଏହା ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କାରଣ ଏହା ଶରୀରରେ ଜମା ହୋଇଥିବା ଶରୀରର ଚର୍ବିକୁ ନଷ୍ଟ କରିବାରେ ସହାୟକ ହୋଇଥାଏ । ରସୁଣରେ ଥିବା ବୁଷ୍ଟି ଲେବଲ (boosting level) ଶରୀରରେ ଥିବା କ୍ୟାଲୋରୀକୁ ଶୀଘ୍ର ଜାଳିବାରେ ସାହାଯ୍ୟ କରେ । ଏହା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖିବା ସହିତ ଆପଣଙ୍କର ଭୋକକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ଏବଂ ଅତ୍ୟଧିକ ଖାଦ୍ୟପେୟକୁ ରୋକିଥାଏ । ଏକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ରସୁଣ ଶରୀରରେ ଚର୍ବି ନଷ୍ଟ କରିବାରେ ସହାୟକ ହୋଇଥାଏ । ଏହାର ଡିଟକ୍ସାଇଫିଙ୍ଗ ଗୁଣ ମଧ୍ୟ ଅଛି,  ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । 

ଯଦି ଆପଣ ରସୁଣ ଖାଇଲେ ଶରୀରରେ କିଛି ଯନ୍ତ୍ରଣା ଅନୁଭବ କରୁଛନ୍ତି । ତେବେ ରସୁଣ ଖାଆନ୍ତୁ ନାହିଁ । କିଛି ଲୋକଙ୍କ ଠାରେ ରସୁଣ ଖାଇ ସାରିଲା ପରେ ପେଟରେ ଓ ଛାତିରେ ଜଳାପୋଡା ହୋଇଥାଏ। ରସୁଣ ଅଳ୍ପ ଲୋକଙ୍କଠାରେ ଆଲର୍ଜି ସୃଷ୍ଟି କରିପାରେ ଏବଂ ଏହାର ଲକ୍ଷଣ ଗୁଡ଼ିକ ହେଉଛି ଚର୍ମରେ ନାଲି ଦାଗ ପଡିବା(hives) ,ଓଠ ଶୁଖିବା କିମ୍ବା ଓଠ ଫାଟିବା ଭଳି ସମସ୍ୟା ଦେଖାଦେଇପାରେ , ଆଖିରେ ଜଳାପୋଡା, ଛିଙ୍କିବା ଓ କାଶିବା ଭଳି ସମସ୍ୟା ଦେଖାଦେଇପାରେ । ଲୋ ବ୍ଲଡ ପ୍ରେସର, ହାଇ ବ୍ଲଡ ପ୍ରେସର , ମଧୁମେହ ରୋଗୀ , ପ୍ରସୂତି ମହିଳା ଓ ଶିଶୁ ମାନେ ଏହି ଘରୋଇ ଉପଚାର ଆପଣାଇବା ଉଚିତ୍ ନୁହେଁ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)