Edible Oil Prices: ସୋରିଷ ତେଲ ମହଙ୍ଗା ହେବାକୁ ନେଇ ଜବାବ ରଖିଲେ କୃଷି ମନ୍ତ୍ରୀ
Advertisement

Edible Oil Prices: ସୋରିଷ ତେଲ ମହଙ୍ଗା ହେବାକୁ ନେଇ ଜବାବ ରଖିଲେ କୃଷି ମନ୍ତ୍ରୀ

Edible Oil Prices News Update: ପେଟ୍ରୋଲ ଓ ଡିଜେଲର ଦର ପରି ଖାଇବା ତେଲ ଦର ମଧ୍ୟ ଆକାଶ ଛୁଇଁବାକୁ ବସିଛି ।

 

ସୋରିଷ ତେଲ ମହଙ୍ଗା ହେବାକୁ ନେଇ ଜବାବ ରଖିଲେ କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: Edible Oil Prices News Update: ପେଟ୍ରୋଲ ଓ ଡିଜେଲର ଦର ପରି ଖାଇବା ତେଲର ଦର (Edible Oil Price) ମଧ୍ୟ ଛୁଇଁବାକୁ ବସିଛି । ପେଟ୍ରୋଲ ଓ ଡିଜେଲର ଦର ହ୍ରାସ କରିବା ସରକାରଙ୍କ ହାତରେ ନାହିଁ, କାରଣ ସରକାର ଏଥିପାଇଁ ବିଶ୍ୱ ବଜାରର ଅଶୋଧିତ ତୈଳ ଦର ଉପରେ ନିର୍ଭର କରନ୍ତି, କିନ୍ତୁ ଖାଇବା ତେଲର ଦର ବିଶ୍ୱ ବଜାର ସହିତ କୌଣସି ସମ୍ପର୍କ ନାହିଁ । ତେବେ ଦର କାହିଁକି ବୃଦ୍ଧି ପାଉଛି? କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Narendra Singh Tomar) ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ମିଶ୍ରଣ ବନ୍ଦ କରାଗଲା ଏଥିପାଇଁ ମହଙ୍ଗା ହୋଇଛି ସୋରିଷ ତେଲ ମହଙ୍ଗା: ତୋମର
କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର (Narendra Singh Tomar) କହିଛନ୍ତି ଯେ ସୋରିଷ ତେଲ (Mustard oil) ନିଶ୍ଚିତ ଭାବରେ ଟିକେ ମହଙ୍ଗା ହୋଇଛି । କାରଣ ସରକାର ଏଥିରେ ହେଉଥିବା ମିଶ୍ରଣକୁ ବନ୍ଦ କରି ଦେଇଛନ୍ତି । ସେ କହିଛନ୍ତି ଯେ ମୁଦ୍ରାସ୍ଫୀତି ବୃଦ୍ଧି ଉପରେ ସରକାର ନଜର ରଖିଛନ୍ତି, ଡାଲି ଓ ତେଲର ଦର ଉପରେ ଆମର ଧ୍ୟାନ ରହିଛି । ଡାଲିର ଦର ହ୍ରାସ ପାଇଛି କାରଣ ସରକାର ଷ୍ଟକ୍ ଛାଡିଛନ୍ତି, କିନ୍ତୁ ସୋରିଷ ତେଲର (Mustard oil) ଦର ବୃଦ୍ଧି ପାଇଛି କାରଣ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆମେ ଏଥିରେ ଅନ୍ୟ କୌଣସି ଖାଇବା ତେଲକୁ ମିଶ୍ରଣ କରିବାକୁ ଦେବୁ ନାହିଁ ଯାହା ଦ୍ୱାରା ଏହାର ଶୁଦ୍ଧତା ଅକ୍ଷୁର୍ଣ୍ଣ ରହିବ । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହା ସମଗ୍ର ଦେଶରେ ତୈଳବୀଜ ଓ ସୋରିଷରେ କାମ କରୁଥିବା ଚାଷୀଙ୍କୁ ଉପକୃତ କରିବ । ବର୍ତ୍ତମାନ ସୋରିଷ ତେଲରେ ଏକାଧିକ ଉତ୍ସରୁ ତିଆରି ତେଲ, ଖାଇବା ପନିପରିବା ତେଲର ଉତ୍ପାଦନ ଓ ପ୍ୟାକିଂରେ ମିଶ୍ରଣ ଉପରେ ଏକ ନିଷେଧାଦେଶ ଲାଗୁ ହୋଇଛି । ସୋମବାର ଏ ସମ୍ପର୍କରେ ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: World Record! ମହିଳା ଏକାସାଙ୍ଗରେ ଜନ୍ମ ଦେଲେ ୧୦ ଟି ସନ୍ତାନ

୧ ବର୍ଷ ମଧ୍ୟରେ ୬୦% ବୃଦ୍ଧି ପାଇଛି ତେଲ ଦର 
ବିଗତ ଏକ ବର୍ଷ ମଧ୍ୟରେ ସୋରିଷ ତେଲର ଦର ବହୁତ ବୃଦ୍ଧି ପାଇଛି । ଗ୍ରାହକ ମନ୍ତ୍ରଣାଳୟ ଅନୁଯାୟୀ, ଗୋଟିଏ ବର୍ଷରେ ଖାଇବା ତେଲର ଦର ୬୦ ପ୍ରତିଶତ ବୃଦ୍ଧି ପାଇଛି । ଆଜିକାଲି ସୋରିଷ ତେଲର ଦର ଲିଟର ପିଛା ୧୭୦-୧୮୦ ଟଙ୍କାରେ ବିକ୍ରି ହେଉଛି । ଯାହା ଗତ ବର୍ଷ ମେ' ମାସରେ ଲିଟର ପିଛା ଦର ୧୨୦-୧୩୦ ଟଙ୍କା ଥିଲା । ସୋରିଷ ତେଲ ବ୍ୟତୀତ ଗ୍ରାଉଣ୍ଡନାଟ୍, ସୂର୍ଯ୍ୟମୁଖୀ, ଡାଲଡା ଓ ବିଶୋଧିତ ଅନ୍ୟାନ୍ୟ ଖାଇବା ତେଲର ଦର ମଧ୍ୟ ତୀବ୍ର ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ: ବନ୍ଦ ହେଲା 'ବାବା କା ଢ଼ାବା' ମାଲିକଙ୍କ ନୂଆ ରେସ୍ତୋରାଁ, ବର୍ତ୍ତମାନ କରୁଛନ୍ତି ଏହି କାମ

ବିଶୋଧିତ ତେଲ ମଧ୍ୟ ମହଙ୍ଗା ହୋଇଛି
ସେହିଭଳି ସୋୟାବିନ୍ ବିଶୋଧିତ ତେଲ ବର୍ତ୍ତମାନ ଲିଟର ପିଛା ୧୬୦ ଟଙ୍କା ଦରରେ ବିକ୍ରି ହେଉଛି । ଗତ ବର୍ଷ ଏହା ଲିଟର ପିଛା ୧୨୦ ଟଙ୍କା ଥିଲା । ମଇ ୨୦୨୦ ରେ ଲିଟର ପିଛା ୧୩୨ ଟଙ୍କାରେ ବିକ୍ରି ହୋଇଥିବା ସୂର୍ଯ୍ୟମୁଖୀ ତେଲର ଦର ବର୍ତ୍ତମାନ ଲିଟର ପିଛା ୨୦୦ ଟଙ୍କାରେ ପହଞ୍ଚିଛି । ସେହିଭଳି ପନିପରିବା ତେଲର ଦର ଗତ ବର୍ଷ ଲିଟର ପିଛା ୧୦୦ ଟଙ୍କା ଥିଲା । ବର୍ତ୍ତମାନ ଏହା ଲିଟର ପିଛା ୧୪୦ ଟଙ୍କାରେ ପହଞ୍ଚିଛି । କେବଳ ଗତ ଏକ ସପ୍ତାହ ମଧ୍ୟରେ ଖାଇବା ତେଲର ଦରରେ ୭-୮ ପ୍ରତିଶତ ବୃଦ୍ଧି ଘଟିଛି । ବ୍ୟବସାୟୀମାନେ କହିଛନ୍ତି ଯେ ସୋରିଷର ନୂଆ ଫସଲ ମଧ୍ୟ କଟାଯାଇଛି । ତଥାପି ତେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ।