Lok Sabha Elections 2024 Voting: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶେଷ ହୋଇଛି ଅପ୍ରେଲ ୨୬ ଶୁକ୍ରବାର ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଦ୍ୱିତୀୟ ପର୍ଯ୍ୟାୟରେ ୧୨୦୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୧୫.୮୮ କୋଟି ଭୋଟର।
Trending Photos
Lok Sabha Election 2024 Phase 2 Voting: ବହୁ ପ୍ରତୀକ୍ଷିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୨୬ ତାରିଖ ଶୁକ୍ରବାର ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଶୁକ୍ରବାର ଅନୁଷ୍ଠିତ ହୋଇଥିବା
ଦ୍ୱିତୀୟ ପର୍ଯ୍ୟାୟର ୧୨ ରାଜ୍ୟର ୮୮ ଲୋକସଭା ଆସନରେ ହୋଇଥିଲା ମତଦାନ। ଏହି ପର୍ଯ୍ୟାୟରେ ୧୨୦୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୧୫.୮୮ କୋଟି ଭୋଟର।
ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୨୦, କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତର ପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟ ପ୍ରଦେଶର ୬, ଆସାମର ୫, ବିହାରର ୫, ପଶ୍ଚିମବଙ୍ଗର ୩, ଛତିଶଗଡ଼ର ୩, ଜମ୍ମୁ କଶ୍ମୀର, ମଣିପୁର ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଆସନରେ ଶେଷ ହୋଇଛି ଭୋଟ ଗ୍ରହଣ। ଆପଣଙ୍କୁ କହିରଖୁଛୁ ଯେ ଅପ୍ରେଲ ୨୬ ତାରିଖ ଶୁକ୍ରବାର ମଧ୍ୟ ପ୍ରଦେଶର ୭ ଆସନରେ ଭୋଟଗ୍ରହଣ ହୋଇଥାନ୍ତା। ମାତ୍ର ବୈତୁଲ ଆସନରୁ ନିର୍ବାଚନ ଲଢୁଥିବା ବହୁଜନ ସମାଜ ପାର୍ଟି ପ୍ରାର୍ଥୀଙ୍କ ଦେହାନ୍ତ ହେବା କାରଣରୁ ଏହି ଆସନରେ ଭୋଟ ଗ୍ରହଣ ହୋଇନାହିଁ। ଏଠାରେ ମେ ୭ ତାରିଖରେ ଅନୁଷ୍ଠିତ ହେବ ମତଦାନ। ସେହିପରି ଆଉଟର ମଣିପୁର ଲୋକସଭା ଆସନ ଅଧିନସ୍ଥ ୧୩ ବିଧାନସଭା ଆସନରେ ଶୁକ୍ରବାର (ଅପ୍ରେଲ ୨୬) ହୋଇଯାଇଛି ମତଦାନ।
Also Read: Lok Sabha Election 2024: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ବାଜିରେ ଲାଗିଛି ଏହି ରାଜନେତାଙ୍କ ଭାଗ୍ୟ
କେଉଁ ରାଜ୍ୟରେ ହୋଇଛି କେତେ ପ୍ରତିଶତ ମତଦାନ? (ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ)
Also Read: Lok Sabha Election 2024: ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ; କେଉଁ ରାଜ୍ୟରେ ହୋଇଛି କେତେ ପ୍ରତିଶତ ମତଦାନ
ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ରାଜ୍ୟର କେତେ ଆସନରେ ହୋଇଥିଲା ମତଦାନ?
ଶୁକ୍ରବାର କେଉଁ ରାଜ୍ୟରେ କେଉଁ ଆସନରେ ହୋଇଥିଲା ଭୋଟ ଗ୍ରହଣ
ଆସାମ
ବିହାର
କିଶାନଗଞ୍ଜ
କଟିହାର
ପୂର୍ଣ୍ଣିଆ
ଭାଗଲପୁର
ବାଙ୍କା
ଛତିଶଗଡ଼
ଜାମୁକାଶ୍ମୀର
ଜାମୁ
କର୍ଣ୍ଣାଟକ
କେରଳ
ମଧ୍ୟପ୍ରଦେଶ
ମହାରାଷ୍ଟ୍ର
ରାଜସ୍ଥାନ
ତ୍ରିପୁରା
ତ୍ରିପୁରା ପୂର୍ବ
ଉତ୍ତରପ୍ରଦେଶ
ପଶ୍ଚିମବଙ୍ଗ