Naga Chaitanya Samantha: ସାମନ୍ଥାଙ୍କୁ ମିସ୍ କରି ନାଗା ଚୈତନ୍ୟ କଲେ ଏହି ପୋଷ୍ଟ, ଫ୍ୟାନ୍ସ କହିଲେ ଏକାଠି...
Advertisement
Article Detail0/zeeodisha/odisha1907113

Naga Chaitanya Samantha: ସାମନ୍ଥାଙ୍କୁ ମିସ୍ କରି ନାଗା ଚୈତନ୍ୟ କଲେ ଏହି ପୋଷ୍ଟ, ଫ୍ୟାନ୍ସ କହିଲେ ଏକାଠି...

Naga Chaitanya Samantha: କେତେବେଳେ ପୂର୍ବତନ ସ୍ବାମୀ ନାଗା ଚୈତନ୍ୟ (Naga Chaitanya) ସହ ଛାଡ଼ପତ୍ରକୁ ନେଇ ତ ଆଉ କେତେବଳେ ନିଜର ଶାରୀରିକ ଅସୁସ୍ଥତାକୁ ନେଇ ସର୍ବଦା ଲାଇମଲାଇଟ୍ ରହିଥାଆନ୍ତି ଅଭିନେତ୍ରୀ । ତେବେ ଏସବୁ ଭିତରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ସାଉଥ ସୁନ୍ଦରୀ । କିନ୍ତୁ ଏଥର କାରଣ ରହିଛି ସାମନ୍ଥାଙ୍କ ଭଲ ଲାଇଫ ।

ସୌ(ସୋସିଆଲ ମିଡିଆ)

Naga Chaitanya Samantha: ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା (Samantha Ruth Prabhu) ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । କେତେବେଳେ ପୂର୍ବତନ ସ୍ବାମୀ ନାଗା ଚୈତନ୍ୟ (Naga Chaitanya) ସହ ଛାଡ଼ପତ୍ରକୁ ନେଇ ତ ଆଉ କେତେବଳେ ନିଜର ଶାରୀରିକ ଅସୁସ୍ଥତାକୁ ନେଇ ସର୍ବଦା ଲାଇମଲାଇଟ୍ ରହିଥାଆନ୍ତି ଅଭିନେତ୍ରୀ । ତେବେ ଏସବୁ ଭିତରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ସାଉଥ ସୁନ୍ଦରୀ । କିନ୍ତୁ ଏଥର କାରଣ ରହିଛି ସାମନ୍ଥାଙ୍କ ଭଲ ଲାଇଫ ।

କିଛି ଦିନ ପୂର୍ବେ ସାମନ୍ଥା (Samantha ) ନାଗା ଚୈତନ୍ୟଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ଯାହାକୁ ଛାଡପତ୍ର ପରେ ଅଭିନେତ୍ରୀ ହାଇଡ଼ (Hide) କରିଦେଇଥିଲେ। ଏହାପରେ ଉଭୟଙ୍କ ମଧ୍ଯରେ ସବୁକିଛି ଠିକ୍ ହୋଇଛି ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଏହାକୁ ନେଇ ଉଭୟଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା । ତେବେ ବର୍ତ୍ତମାନ ଆଉ ଏକ ଫଟୋ ସାମ୍ନାକୁ ଆସିଛି, ଯାହା ଦେଖିବା ପରେ ଉଭୟଙ୍କ ମଧ୍ଯରେ ଅଲ ଇଜ୍ ୱେଲ (All is well) ଥିବା ଅନୁମାନ କରାଯାଉଛି । ବାସ୍ତବରେ, ଏହି ଫଟୋକୁ ଇନଷ୍ଟାଗ୍ରାମରେ ଆଉ କେହି ନୁହେଁ ବରଂ ନାଗା ଚୈତନ୍ୟଙ୍କ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ପୋଷ୍ଟ କରି ନାଗା ଚୈତନ୍ୟ (Naga Chaitanya) କ୍ୟାପସନରେ ଲେଖିଛନ୍ତି, 'ଭାଇବ୍' (Vibe) । ଏହି ଫଟୋରେ ଗୋଟିଏ କୁକୁର ଡ୍ରାଇଭିଂ ସିଟ୍ ରେ ବସି ସୂର୍ଯ୍ୟ ଅସ୍ତ ଆଡକୁ ଚାହିଁ ରହିଥିବାର ଦେଖିବାକୁ ମିଳୁଛି । ତେବେ ଏହି ଡ଼ଗି ଆଉ କାହାର ନୁହେଁ ବରଂ ସାମନ୍ଥାଙ୍କର ଅଟେ । ନାଗା ଚୈତନ୍ୟ ଓ ସାମନ୍ଥା ଏକାଠି ଏହି ଡଗିକୁ ନିଜ ପରିବାରରେ ସ୍ବାଗତ କରିଥିଲେ । ଉଭୟ ସେହି ସମୟରେ ଏକାଠି ଥିଲେ । ଛାଡ଼ପତ୍ର ପରେ ସାମନ୍ଥା ଡ଼ଗି ‘ହୋଶ’ ସହ ଅଲଗା ଘରକୁ ଚାଲିଯାଇଥିଲେ । ବର୍ତ୍ତମାନ ସାମ୍ନାକୁ ଆସିଥିବା ଏହି ଫଟୋରୁ ଉଭୟଙ୍କ ମଧ୍ଯରେ ଦୂରତା ହ୍ରାସ ପାଇଥିବା ଅନୁମାନ କରାଯାଉଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Chay Akkineni (@chayakkineni)

ପ୍ରକାଶ ଥାଉ କି, ସାମନ୍ଥା ବର୍ତ୍ତମାନ ଦୁବାଇରେ ଥିବା ବେଳେ ନାଗା ଚୈତନ୍ୟ ହୋଶର ଦାୟିତ୍ବ  ନେଇଛନ୍ତି । ଏହା ଦେଖି ଉଭୟଙ୍କ ପ୍ରଶଂସକ ବହୁତ ଉତ୍ସାହିତ ଅଛନ୍ତି । ମାୟୋସିଟିସର ଚିକିତ୍ସା ପାଇଁ ଅଭିନେତ୍ରୀ ଦୀର୍ଘ ସମୟ ହେବ ଅଭିନୟରୁ ବ୍ରେକ୍ ନେଇଛନ୍ତି । ବର୍ତ୍ତମାନ ସେ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଅଭିନେତ୍ରୀ ଖୁବ୍ ଶୀଘ୍ର ବରୁଣ ଧାୱନଙ୍କ ସହ 'ସିଟାଡେଲ ଇଣ୍ଡିଆ'ରେ (Citadel India) ନଜର ଆସିବେ । ‘ଦି ଫ୍ୟାମିଲି ମ୍ୟାନ୍’ (The Family Man )ରେ ନିଜର ଦମଦାର ଅଭିନୟ ଫଳରେ ସାଉଥ ପରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ । ଶେଷ ଥର ପାଇଁ ସାମନ୍ଥା ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ (vijay deverakonda) ଫିଲ୍ମ ‘ଖୁସି’ରେ (kushi) ନଜର ଆସିଥିଲେ।

Also Read- kareena kapoor: ଖୁସି ଖବର ଦେଲେ କରୀନା! ଇନଷ୍ଟାଗ୍ରାମ ପୋଷ୍ଟକୁ ଦେଖି ଉତ୍ସାହିତ ଫ୍ୟାନ୍ସ