kareena kapoor: ଖୁସି ଖବର ଦେଲେ କରୀନା! ଇନଷ୍ଟାଗ୍ରାମ ପୋଷ୍ଟକୁ ଦେଖି ଉତ୍ସାହିତ ଫ୍ୟାନ୍ସ
Advertisement
Article Detail0/zeeodisha/odisha1905692

kareena kapoor: ଖୁସି ଖବର ଦେଲେ କରୀନା! ଇନଷ୍ଟାଗ୍ରାମ ପୋଷ୍ଟକୁ ଦେଖି ଉତ୍ସାହିତ ଫ୍ୟାନ୍ସ

kareena kapoor: ବି ଟାଉନର ଜଣେ ସଫଳ ଅଭିନେତ୍ରୀ ଭାବେ ବେଶ ଜଣାସୁଣା ବେବୋ । ନିଜର ଦମଦାର ଅଭିନୟ ବଳରେ ବଲିଉଡରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ନିକଟରେ ଅଭିନେତ୍ରୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଥିବା ଫଟୋକୁ ନେଇ ସବୁଆଡ଼େ ହଇଚଇ । ଏହି ପୋଷ୍ଟ ପରେ ଫ୍ୟାନ୍ସଙ୍କ ମଧ୍ଯରେ ଉତ୍ସାହ ବଢିଚାଲିଛି । 

ସୌ(ସୋସିଆଲ ମିଡିଆ)

Singam 3: ବଲିଉଡ଼ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ କରୀନା କପୁର (kareena kapoor khan) । ନିକଟରେ କରୀନା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି ।

ସୂଚନା ଅନୁଯାୟୀ, ବି ଟାଉନର ଜଣେ ସଫଳ ଅଭିନେତ୍ରୀ ଭାବେ ବେଶ ଜଣାସୁଣା ବେବୋ । ନିଜର ଦମଦାର ଅଭିନୟ ବଳରେ ବଲିଉଡରେ ସେ (kareena kapoor) ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ନିକଟରେ ଅଭିନେତ୍ରୀ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଥିବା ଫଟୋକୁ ନେଇ ସବୁଆଡ଼େ ହଇଚଇ । ଏହି ପୋଷ୍ଟ ପରେ ଫ୍ୟାନ୍ସଙ୍କ ମଧ୍ଯରେ ଉତ୍ସାହ ବଢିଚାଲିଛି । ବାସ୍ତବରେ, ଅଭିନେତ୍ରୀ ରୋହିତ ସେଟ୍ଟୀଙ୍କ (Rohit Shetty) ଫିଲ୍ମ ‘ସିଂଘମ୍-୩’ (Singam 3) ପାଇଁ ସୁଟିଂ ଆରମ୍ଭ କରିଛନ୍ତି । କରୀନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ସିଂଘମ୍-୩’ ସେଟରୁ ଏକ ପରଦା ପଛର ଫଟୋ ସେୟାର କରିଛନ୍ତି । ଫଟୋରେ ଅଭିନେତ୍ରୀ ଠିଆ ହୋଇଥିବାବେଳେ ତାଙ୍କ ସାମ୍ନାରେ ଏକ କାର ପବନରେ ଉଡୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ମୁଁ କାହା ପାଇଁ ସୁଟିଂ କରୁଛି ତାହା କହିବା ଆବଶ୍ୟକ କି? ସେ ମୋର ପ୍ରିୟ ନିର୍ଦ୍ଦେଶକମାନଙ୍କ ମଧ୍ଯରୁ ଜଣେ । ତାଙ୍କ ସହ ଏହା ମୋର ଚତୁର୍ଥ ଫିଲ୍ମ.. କିନ୍ତୁ ଶେଷ ନୁହେଁ..ରେଡ୍ଡୀ ଷ୍ଟେଡ଼ି ଗୋ’ । ଅନ୍ୟପଟେ କରୀନାଙ୍କ ଏହି ପୋଷ୍ଟରେ ଅଭିନେତା ରଣଭୀର ସିଂ କମେଣ୍ଟ କରିଥିବା ନଜର ଆସିଛି ।  କମେଣ୍ଟ କରି ରଣଭୀର (Ranveer Singh) ଲେଖିଛନ୍ତି, ‘ଏହାର ତୁମର ଚତୁର୍ଥ ଫିଲ୍ମ କିନ୍ତୁ ତୁମ ସହ ଏହା ମୋର ପ୍ରଥମ ଚଳଚ୍ଚିତ୍ର’ । ତେବେ ‘ସିଂଘମ୍-୩’ କରୀନା କପୁର ଓ ରଣଭୀର ସିଂ ଏକାଠି ନଜର ଆସିବା ନେଇ ଆଭାସ ମିଳିଛି । ତେବେ ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ କେତେ ପସନ୍ଦ ଆସିବା ତାହା ଦେଖିବାକୁ ବାକି ରହିଲା ।

 

ପ୍ରକାଶ ଥାଉ କି, କରୀନା ସୁଟିଂ ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ (Ramoji Film City) ଥିବା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରୁ ଜଣାପଡ଼ିଥିଲା । ଅଭିନେତ୍ରୀଙ୍କ ଏହି ପୋଷ୍ଟରୁ ସେ ‘ସିଂଘମ୍-୩’ ପାଇଁ ସୁଟିଂ ଆରମ୍ଭ କରିଥିବା ଜଣାପଡିଛି। ପୂର୍ବରୁ ରଣଭୀର ତାଙ୍କ ଇନଷ୍ଟାଗ୍ରାମରେ ସିଙ୍ଗହମ୍ ମୁହରତ୍ ସୁଟ୍ ର ଫୋଟେ ସେୟାର କରିଥିଲେ।

Also Read-Kangana Ranaut: କାହିଁକି ବଲିଉଡ଼ ଷ୍ଟାରଙ୍କୁ ଚେତାବନୀ ଦେଲେ କଙ୍ଗନା ରଣାୱତ...