)
Shocking News: ପର୍ଣ୍ଣଷ୍ଟାରରୁ ଅଭିନେତ୍ରୀ ହୋଇଥିବା ସନ୍ନି ଲିଓନି (Actress Sunny Leone ) ନିଜର ହଟନେସ୍ ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି। ତେବେ, ସନିଙ୍କୁ ନେଇ ଆଉ ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ଉତ୍ତର ପ୍ରଦେଶ କନେଷ୍ଟବଳ ପରୀକ୍ଷାର ଆଡମିଟ୍ କାର୍ଡରେ ସନି ଲିଓନିଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଛି । ଏହି ଫଟୋଟି ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଗତକାଲି ଉତ୍ତରପ୍ରଦେଶ କନଷ୍ଟେବଳ ପାଇଁ ୬୦,୨୪୪ ପଦରେ ନିଯୁକ୍ତି (Uttar Pradesh Police Recruitment & Promotion Board) ପାଇଁ ୨ ଦିନିଆ ପରୀକ୍ଷା କରାଯାଇଥିଲା । ଏଥିରେ ପ୍ରାୟ ୪୮ ଲକ୍ଷରୁ ଅଧିକ ପ୍ରାର୍ଥି ପରୀକ୍ଷା ଦେଇଥିଲେ । କେବଳ ସେତିକି ନୁହେଁ, ଏକାଧିକ ପରୀକ୍ଷାରେ କପି କରି ଧରା ବି ପଡିଥିଲେ। କିନ୍ତୁ କନୌଜ ଜିଲ୍ଲାରେ ଏକ ଆଡମିଟ କାର୍ଡ ଫଟୋ ଭାଇଲାଲ୍ ହୋଇଥିଲା। କାହିଁକିନା ଏହି ଆଡମିଟ୍ କାର୍ଡରେ ସନି ଲିଓନିଙ୍କ ଫଟୋ ଲଗାଯାଇଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ଆଡମିଟ୍ କାର୍ଡ ଅନୁଯାୟୀ, ପ୍ରାର୍ଥୀ ତିରୱା ସ୍ମିଥ୍ 'ସୋନେଶ୍ରୀ ମେମୋରିଆଲ୍ ବାଳିକା ମହାବିଦ୍ୟାଳୟ'ରେ ପରୀକ୍ଷା ଦେବାକୁ ଯାଇଥିଲେ। ହେଲେ ପ୍ରାର୍ଥୀ ତାଲିକାରେ ଏହି ପରୀକ୍ଷାର୍ଥୀଙ୍କ ବିଷୟରେ ଜାଣିବା ପରେ ଡ୍ୟୁଟିରେ ଥିବା ଅଧିକାରୀ ବି ଚକିତ ହୋଇପଡିଥିଲେ। ସୋସିଆଲ୍ ମିଡିଆରେ ଏହି ଫଟୋ ଭାଇରାଲ୍ ହେବା ପରେ, ଉତ୍ତରପ୍ରଦେଶ ପୋଲିସ୍ ନିଯୁକ୍ତି -ପଦୋନ୍ନତି ବୋର୍ଡ (Uttar Pradesh Police Recruitment & Promotion Board) ଏହାକୁ ନକଲି ବୋଲି ଦର୍ଶାଇଥିଲା।