Entertainment News: ଆସୁଛି ଥଲାଇବାଙ୍କ ଆଉ ଏକ ବଡ଼ ବଜେଟ୍ ଫିଲ୍ମ, ରଜନୀକାନ୍ତଙ୍କ ସହ ନଜର ଆସିବେ ବିଗ୍ ବି
Advertisement
Article Detail0/zeeodisha/odisha1831231

Entertainment News: ଆସୁଛି ଥଲାଇବାଙ୍କ ଆଉ ଏକ ବଡ଼ ବଜେଟ୍ ଫିଲ୍ମ, ରଜନୀକାନ୍ତଙ୍କ ସହ ନଜର ଆସିବେ ବିଗ୍ ବି

Rajinikanth and Amitabh Bachchan Movies: ତାମିଲ ଫିଲ୍ମର ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ 'ଜେଲର' ନିକଟରେ ରିଲିଜ୍ ହୋଇଛି । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ରଜନୀକାନ୍ତଙ୍କ ଆଉ ଏକ ଫିଲ୍ମ ଆସିବାକୁ ଯାଇଛି । ଏହି ଫିଲ୍ମରେ ରଜନୀକାନ୍ତଙ୍କ (Rajinikanth) ସହ ବିଗ୍ ବି ଅମିତାଭ ବଚ୍ଚନ (Amitabh Bachchan)ମଧ୍ୟ ନଜର ଆସିବେ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Rajinikanth and Amitabh Bachchan Movies: ତାମିଲ ଫିଲ୍ମର ସୁପରଷ୍ଟାର ରଜନୀକାନ୍ତଙ୍କ (Rajinikanth)ଅଭିନୀତ ଫିଲ୍ମ 'ଜେଲର' ନିକଟରେ (Jailer ) ରିଲିଜ୍ ହୋଇଛି । ଦିର୍ଘ ଦେଢ ବର୍ଷ ପରେ ରଜନୀକାନ୍ତ ବଡ ପରଦାକୁ ଫେରିଛନ୍ତି। ତେବେ ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଉଛି । ଯଦି ଆମେ ଫିଲ୍ମର କଲେକସନ ବିଷୟରେ କଥା ହେବେ ତେବେ ରିଲିଜ୍ ହେବାର ୯ ଦିନରେ ଫିଲ୍ମଟି ୯ କୋଟିରୁ ଅଧିକ ଆୟ ଭାରତରେ କରିସାରିଲାଣୀ । ଯେଉଁଥି ପାଇଁ ଥଲାଇବା ବର୍ତ୍ତମାନ ଲାଇମ ଲାଇଟରେ ଅଛନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ରଜନୀକାନ୍ତଙ୍କ ଆଉ ଏକ ଫିଲ୍ମ ଆସିବାକୁ ଯାଇଛି । ଏହି ଫିଲ୍ମରେ ରଜନୀକାନ୍ତଙ୍କ (Rajinikanth) ସହ ବିଗ୍ ବି ଅମିତାଭ ବଚ୍ଚନ (Amitabh Bachchan)ମଧ୍ୟ ନଜର ଆସିବେ। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ବାସ କରାଯାଏ । ତେବେ, ଫିଲ୍ମ (Thalaiva 170) 'ଥଲାଇଭା ୧୭୦' ଉଭୟ ଷ୍ଟାର ନଜର ଆସିବେ(Rajinikanth and Amitabh Bachchan Movies)। ଏହି ଫିଲ୍ମ ପାଇଁ ଉଭୟ ଏବେ ପ୍ରସ୍ତୁତ ହେଉଛନ୍ତି। 

Also Read: Shani Remedies: ଜାତକରେ ଶନିଦଶା ଥିଲେ କରନ୍ତୁ ଏହି ସବୁ ଉପାୟ, ଦୂର ହେବ ସମସ୍ୟା!

Also Read: Horoscope Today Aug 19 2023: ଦୂରଯାତ୍ରା ବେଳେ ସତର୍କ ରୁହନ୍ତୁ ଏହି ରାଶିର ଲୋକେ! ଜାଣନ୍ତୁ କେମିତ କଟିବ ଆଜିର ଦିନ?

୩୨ ବର୍ଷ ପରେ ଅନସ୍କ୍ରିନରେ ଏହି ଯୋଡି଼ ଧମାଲ ମଚାଇବ : 
ଇ-ଟାଇମ୍ସ ର ସଦ୍ୟତମ ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ ଓ ରଜନୀକାନ୍ତଙ୍କ ଅଭିନିତ ଏହି ଫିଲ୍ମ ଏକ ବଡ ବଜେଟର ଫିଲ୍ମ ବୋଲି କୁହାଯାଇଛି। ତେବେ, 'ଥଲାଇଭା ୧୭୦' ରେ କେଉଁ ସବୁ ଅଭିନେତା ନଜର ଆସିବେ ସେନେଇ ଫିଲ୍ମ ନିର୍ମାତା କୌଣସି ଘୋଷଣା ଅଫିସିଆଲି ଏପର୍ଯ୍ୟନ୍ତ କରି ନାହାଁନ୍ତି। ତେବେ, ରଜନୀକାନ୍ତ (Rajinikanth ) ଓ ଅମିତାଭ ୩୨ ବର୍ଷ ପୂର୍ବେ ଏକ ଫିଲ୍ମରେ ଏକାଠି ନଜର ଆସିଥିଲ । ଏହି ଦୁଇ ମେଗାଷ୍ଟାର (Mukul S Anand) ମୁକୁଲ ଏସ ଆନନ୍ଦଙ୍କ ଫିଲ୍ମଙ୍କ (Hum)'ହାମ୍'ରେ ଏକାଠି କାମ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସଫଳତା ସାଉଁଟିଥିଲା ।

 ଅମିତାଭ ବଚ୍ଚନ ଭିଲେନ୍ ଭୂମିକାରେ ନଜର ଆସିବେ :
ଗଣମାଧ୍ୟମ ରିପୋର୍ଟ ଅନୁସାରେ, 'ଥଲାଇଭା ୧୭୦' ରେ ଅମିତାଭ ବଚ୍ଚନ ଭିଲେନ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ବ (TJ Gnanavel ) ଟିଜେ ଗଣୱାଲ ନେଇଛନ୍ତି । ସେହିପରି ଜେଲର ଫିଲ୍ମରେ ସଙ୍ଗୀତକାର ଥିବା ଧନୁସ୍ ମଧ୍ୟ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେବେ। ତେବେ,ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଅମିତାଭ ବଚ୍ଚନ (Amitabh Bachchan )ବର୍ତ୍ତମାନ ଫିଲ୍ମ (Kalki 2898 AD) କଲକି ୨୮୯୮ ଏଡି଼ ଓ କୋନ ବନେଗା କରୋଡିପତିର ସୁଟିଂରେ ବ୍ୟସ୍ତ ଅଛନ୍ତି। 

ଅଗଷ୍ଟ ୧୦ରେ ତାମିଲ ଫିଲ୍ମର ସୁପରଷ୍ଟାର ରଜନୀକାନ୍ତଙ୍କ(Rajinikanth) ଫିଲ୍ମ 'ଜେଲର'(jaller) ରିଲିଜ୍ ହୋଇଛି । ବିଶ୍ବର ୪୦୦୦ଟି ସିନେମା ହଲରେ ଏହି ଫିଲ୍ମଟି ରିଲିଜ୍ ହୋଇଛି । ବିଭିନ୍ନ ପ୍ରେକ୍ଷାଳୟରେ ଥଲାଇବାଙ୍କ ଫିଲ୍ମ ଦେଖିବା ପାଇଁ ନାହିଁ ନଥିବା ଭିଡି ମଧ୍ୟ ଦେଖିବାକୁ ମିଳିଛି ।   ଫିଲ୍ମ 'ଜେଲର' (Jailer) ପାଇଁ ଚେନ୍ନାଇ ଏବଂ ବେଙ୍ଗାଲୁରୁର ଅନେକ କାର୍ଯ୍ୟାଳୟ କର୍ମଚାରୀକୁ ପାଇଁ ଛୁଟି ଘୋଷଣା କରାଯାଇଛି । ଏପରିକି ଆଉ କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ମାଗଣାରେ ଟିକେଟ ବାଣ୍ଟୁଥିବା ମଧ୍ୟ ଜଣାପଡିଛି ।