Gadar 2 Box Office Collection Day 8: ସଫଳତା ସାଉଁଟୁଛି ' ଗଦ୍ଦର-୨', ଆଠ ଦିନରେ ଆୟ କଲାଣି ଏତେ କୋଟି
Advertisement
Article Detail0/zeeodisha/odisha1831376

Gadar 2 Box Office Collection Day 8: ସଫଳତା ସାଉଁଟୁଛି ' ଗଦ୍ଦର-୨', ଆଠ ଦିନରେ ଆୟ କଲାଣି ଏତେ କୋଟି

Gadar 2 Box Office Collection Day 8: ବକ୍ସ ଅଫିସରେ ଥମୁନି ' ଗଦ୍ଦର-୨' ର କ୍ରେଜ୍ । ଫିଲ୍ମଟି ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ଢେର ସାରା ଭଲ ପାଇବା ପାଉଛି । ରିଲିଜ୍ ହେବା ଦିନ ଠାରୁ ଭଲ କଲେକସନ୍ କରୁଛି । ଦିର୍ଘ ୨୨ ବର୍ଷ ପରେ ତାରା ସିଂ ଓ ସକିନାଙ୍କ ରୋମାନ୍ସ ଦର୍ଶକଙ୍କୁ ବିମୋହିତ କରିଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Gadar 2 Box Office Collection Day 8: ବକ୍ସ ଅଫିସରେ ଥମୁନି  ' ଗଦ୍ଦର-୨' (Gadar 2 ) ର କ୍ରେଜ୍ । ଫିଲ୍ମଟି ରିଲିଜ୍ ହେବା ଦିନଠାରୁ ଦର୍ଶକଙ୍କ ଢେର ସାରା ଭଲ ପାଇବା ପାଉଛି ।  ରିଲିଜ୍ ହେବା ଦିନ ଠାରୁ ଭଲ କଲେକସନ୍ କରୁଛି । ଦିର୍ଘ ୨୨ ବର୍ଷ ପରେ ତାରା ସିଂ ଓ ସକିନାଙ୍କ ରୋମାନ୍ସ ଦର୍ଶକଙ୍କୁ ବିମୋହିତ କରିଛି।  ତେବେ,  ଗଦ୍ଦର-୨' ର (Gadar 2 ) ପ୍ରଥମ ଭାଗ ୨୦୦୧ ମସିହାରେ ରିଲିଜ୍ ହୋଇଥିଲା।  ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସେହି ସମୟରେ ବି ରେକର୍ଡ ଭାଙ୍ଗିଥିଲା।' ଗଦ୍ଦର-୨' (Gadar 2 ) ଚଳିତ ମାସ  ଅଗଷ୍ଟ ୧୧ରେ ରିଲିଜ୍ ହୋଇଛି ।   ତେବେ, ଆସନ୍ତୁ ଜାଣିବା ଏହି ଫିଲ୍ମ ରିଲିଜ୍ ହେବାର ଅଷ୍ଟମ ଦିନରେ କେତେ କଲେକସନ୍ କରିଛି (Gadar 2 Box Office Collection Day 8) ।

Also Read: Martyr Sushant Khuntia Mother Passes Away: ପୁଅ ସହିଦ ହେବାର ୮ ଦିନ ପରେ ଆଖି ବୁଜିଲା ମା’...

Also Read: Entertainment News: ଆସୁଛି ଥଲାଇବାଙ୍କ ଆଉ ଏକ ବଡ଼ ବଜେଟ୍ ଫିଲ୍ମ, ରଜନୀକାନ୍ତଙ୍କ ସହ ନଜର ଆସିବେ ବିଗ୍ ବି

ଦ୍ୱିତୀୟ ଶୁକ୍ରବାରରେ ' ଗଦ୍ଦର-୨'  ଏତେ କୋଟି କଲା ସଂଗ୍ରହ :
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲଙ୍କ(Sunny Deol) ଫିଲ୍ମ ' ଗଦ୍ଦର-୨'  ଅଷ୍ଟମ ଦିନରେ .୧୯.୫୦ କୋଟି ରୋଜଗାର କରିଛି । ପ୍ରଥମ ସପ୍ତାହରେ ଭାରତୀୟ ବକ୍ସ ଅଫିସରେ ୨୮୪.୬୩  କୋଟିରୁ ଅଧିକ ଟଙ୍କା କଲେକସନ୍ କରିଛି । ସେହିପରି ଦେଖିବାକୁ ଗଲେ ଫିଲ୍ମଟି ରିଲିଜ୍ ହେବା ଦିନରୁ ଆଜି ପର୍ଯ୍ୟନ୍ତ ମୋଟ  ୩୦୪. ୧୩ କୋଟି ରୋଜଗାର କରିଛି। ସନ୍ନି ଦେଓଲ୍ ଏବଂ ଅମିଷା ପଟେଲଙ୍କ ଏହି ଫିଲ୍ମକୁ ଢେରସାରା ଭଲ ପାଇବା ମିଳୁଛି ।  ' ଗଦ୍ଦର-୨'  ସନ୍ନି ଦେଓଲ ଏକ ବ୍ଲକବଷ୍ଟର ହିଟ୍ ହେବା ପରେ ସନ୍ନି ଦେଓଲ ସପ୍ତାହ ଆରମ୍ଭରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯେଉଁଠାରେ ଅଭିନେତା କହିଥିଲେ ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ବହୁତ ଚାପରେ ଥିଲେ ଏବଂ ଫିଲ୍ମ ରିଲିଜ ହେବା ପରେ ସେ ବର୍ତ୍ତମାନ ଖୁସିରେ ଅଛନ୍ତି। 

ତେବେ,  ଗଦ୍ଦର-୨' ର (Gadar 2 ) ପ୍ରଥମ ଭାଗ ୨୦୦୧ ମସିହାରେ ରିଲିଜ୍ ହୋଇଥିଲା।  ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସେହି ସମୟରେ ବି ରେକର୍ଡ ଭାଙ୍ଗିଥିଲା। ଫିଲ୍ମରେ ସନ୍ନି ଦେଓଲଙ୍କ (Sunny Deol) ଦମଦାର୍ ଆକ୍ସନ ଦର୍ଶକଙ୍କ ମନ କିଣିଛି। ' ଗଦ୍ଦର-୨' (Gadar 2 ) ଚଳିତ ମାସ  ଅଗଷ୍ଟ ୧୧ରେ ରିଲିଜ୍ ହୋଇଛି। ତେବେ ଦର୍ଶକଙ୍କ ଫିଲ୍ମ ପ୍ରତି ଥିବା ରେସପନ୍ସକୁ ଦେଖିଲେ ସନ୍ନି ଓ ଅମିଷାଙ୍କ କଠିନ ପରିଶ୍ରମ କାମ ଦେଇଛି ବୋଲି କୁହାଯାଇପାରିବ । ତେବେ ଏହି ଫିଲ୍ମର ଲିଡ୍ ରୋଲରେ ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କଳ ଶର୍ମାଙ୍କୁ ଦେଖିବାକୁ ମିଳିଛି ।  ଏବଂ ଏହି ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି ଅନୀଲ ଶର୍ମା । ଏହି ଫିଲ୍ମଟି ୮୦ କୋଟି ବଜେଟରେ ନିର୍ମାଣ ହୋଇଛି ।