Ganpath and Leo Total Collection: ଅକ୍ଟୋବର ୨୦(ଗତକାଲି) ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ (Tiger Shorff Movie) ‘ଗଣପଥ: ଏ ହିରୋ ଇଜ୍ ବର୍ନ’(Ganpath Movie) ରିଲିଜ୍ ହୋଇଛି। ସମସ୍ତେ ଆଶା କରିଥିଲେ କି ବକ୍ସ ଅଫିସରେ ଏହି ଫିଲ୍ମଟି ଭଲ କଲେକସନ୍ କରିବ। କିନ୍ତୁ ଏହି ଫିଲ୍ମଟି ପ୍ରଥମ ଦିନରେ ସେଭଳି କିଛି ଖାସ୍ କଲେକସନ୍ କରି ପାରିନି। ସେହିପରି, ସାଉଥ୍ ସୁପରଷ୍ଟାର ଥଲପତି ବିଜୟ (Thalapathy Vijay)ଙ୍କ ଅଭିନୀତ ଫିଲ୍ମ ‘ଲିଓ’ ଅକ୍ଟୋବର ୧୯ରେ ରିଲିଜ୍ ହୋଇଛି।
Trending Photos
Ganpath and Leo Total Collection: ଅକ୍ଟୋବର ୨୦(ଗତକାଲି) ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଅଭିନୀତ ଫିଲ୍ମ (Tiger Shorff Movie) ‘ଗଣପଥ: ଏ ହିରୋ ଇଜ୍ ବର୍ନ’(Ganpath Movie) ରିଲିଜ୍ ହୋଇଛି। ସମସ୍ତେ ଆଶା କରିଥିଲେ କି ବକ୍ସ ଅଫିସରେ ଏହି ଫିଲ୍ମଟି ଭଲ କଲେକସନ୍ କରିବ। କିନ୍ତୁ ଏହି ଫିଲ୍ମଟି ପ୍ରଥମ ଦିନରେ ସେଭଳି କିଛି ଖାସ୍ କଲେକସନ୍ କରି ପାରିନି। ପ୍ରଥମ ଦିନରେ ଫିଲ୍ମଟି ୨.୫ କୋଟି ରୋଜଗାର କରିବାରେ ସକ୍ଷମ ହୋଇଛି। ତେବେ, ଆଜି ଛୁଟିଦିନ ହୋଇଥିବାରୁ ଫିଲ୍ମଟି ଅଧିକ କଲେକସନ୍ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା।
Also Read: Odisha News: ମହାଷ୍ଟମୀରେ ଭଗବତୀଙ୍କ ପୀଠରେ ଲାଗି ହୋଇଥାଏ ଆମିଷ ଭୋଗ, ଜାଣନ୍ତୁ ଏହାର ମାହାତ୍ମ୍ୟ?
ଯଦି ଆମେ ଦେଖିବା ତେବେ, ଏହା ଏକ ଆକ୍ସନ ସ୍ପୋର୍ଟସ ଫିଲ୍ମ ଅଟେ । ଏହି ଫିଲ୍ମର ଲିଡ୍ ରୋଲରେ ନଜର ଆସିଛନ୍ତି ଟାଇଗର ସ୍ରଫ୍ । ଫିଲ୍ମରେ ଟାଇଗର ଶ୍ରଫଙ୍କ, କ୍ରିତି ସାନନ(Kriti Sanon),ଅମିତାଭ ବଚ୍ଚନ (Amitabh Bachchan) ମୁଖ୍ୟ ଭୂମିକାରେ ରହିଛନ୍ତି । ଆଉ ଏହାର ନିର୍ଦ୍ଦେଶକ ରହିଛନ୍ତି ବିକାଶ ବହଲ। ତେବେ, ଏହି ଫିଲ୍ମଟି ୫୦ କୋଟି ଟଙ୍କାରେ ନିର୍ମିତ ହୋଇଛି।
ସେହିପରି, ସାଉଥ୍ ସୁପରଷ୍ଟାର ଥଲପତି ବିଜୟ (Thalapathy Vijay)ଙ୍କ ଅଭିନୀତ ଫିଲ୍ମ ‘ଲିଓ’ ଅକ୍ଟୋବର ୧୯ରେ ରିଲିଜ୍ ହୋଇଛି। ପ୍ରଥମ ଦିନରେ (Rs 148 crore worldwide) ବିଶ୍ବବ୍ୟାପି ୧୪୮ କୋଟି ରୋଜଗାର କରି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି । ସେହିପରି ଦ୍ବୀତିୟ ଦିନରେ ବିଜୟଙ୍କ (Thalapathy Vijay Movie) ଫିଲ୍ମଟି ୧୦୦ କୋଟିରୁ ଅଧିକ ସଂଗ୍ରହ କରିଛି। ତେବେ, ଆଜି ଛୁଟିଦିନଥିବାରୁ ଫିଲ୍ମଟି ତୃତୀୟ ଦିନର ଆୟ ବଢିବ ବୋଲି ଆଶା କରାଯାଉଛି।
ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବିଜୟଙ୍କ ଏହି ପାଖାପାଖି ୩୦୦ କୋଟି ବଜେଟରେ ନିର୍ମିତ ହୋଇଛି। ଯେଉଁ ଭଳି ଫିଲ୍ମ ରୋଜଗାର କରୁଛି, ଏହା ଖୁବ ଶୀଘ୍ର ୫୦୦ କୋଟି ଟଙ୍କା କ୍ଲବରେ ପ୍ରବେଶ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ର ବିଜୟଙ୍କ କ୍ୟାରିୟରର ସବୁଠାରୁ ବଡ ଓପନର୍ ବୋଲି ମଧ୍ୟ ପ୍ରମାଣିତ ହୋଇଛି। ତେବେ, ଏହି ଫିଲ୍ମଟିକୁ ଲୋକେଶ କାନାଗରାଜ ନିର୍ଦ୍ଦେଶନା ଦେଇଥିବାବେଳେ ‘ଲିଓ’ର ଡିଜିଟାଲ୍ ରାଇଟ୍ସ ନେଟଫ୍ଲିକ୍ସ ପାଖରେ ଅଛି | ଏହି ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ମୁକ୍ତିଲାଭ କରିଛି। ବିଜୟଙ୍କ ବ୍ୟତୀତ ଲୋକେଶ କାନାଗରାଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ତ୍ରିଶା କୃଷ୍ଣନ ଏବଂ ସଞ୍ଜୟ ଦତ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ସଞ୍ଜୟ ଦତ୍ତ ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି। ତେବେ, ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ବେଶ ଛୁଇଁଛି।