Odisha News: ମହାଷ୍ଟମୀରେ ଭଗବତୀଙ୍କ ପୀଠରେ ଲାଗି ହୋଇଥାଏ ଆମିଷ ଭୋଗ, ଜାଣନ୍ତୁ ଏହାର ମାହାତ୍ମ୍ୟ?
Advertisement
Article Detail0/zeeodisha/odisha1924607

Odisha News: ମହାଷ୍ଟମୀରେ ଭଗବତୀଙ୍କ ପୀଠରେ ଲାଗି ହୋଇଥାଏ ଆମିଷ ଭୋଗ, ଜାଣନ୍ତୁ ଏହାର ମାହାତ୍ମ୍ୟ?

Odisha News:  ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଗବତୀଙ୍କ ପୀଠରେ (Bhagabati Temple, Banapur) ବି ନବରାତ୍ରୀ ନେଇ ସ୍ବତନ୍ତ୍ର ପୂଜା ଆରମ୍ଭ ହୋଇଛି। ଦୂର୍ଗାପୂଜା ଅବସରରେ ମା’ଙ୍କୁ ବିଭିନ୍ନ ବେଶ କରାଯାଇଥାଏ।  ମା’ଭଗବତୀଙ୍କର ଏହି ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । 

ସୌଜନ୍ୟ- ସୋସିଆଲ ମିଡି଼ଆ

(ଖୋର୍ଦ୍ଧା,ସୂର୍ଯ୍ୟ ନାରାୟଣ ମହାନ୍ତି) Odisha News: ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଆ। ମାଆଙ୍କ ଆଗମନରେ ହସୁଛି ଧରା। ଆଜି ଶକ୍ତି ପୀଠ ଗୁଡିକରେ ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ତପ ଗୁଡିକରେ ମାଆଙ୍କ ମହା ସପ୍ତମୀ ପୂଜା (mahasaptami puja) ଚାଲିଛି। ଏହି କ୍ରମରେ ପାରମ୍ପରିକ ରୀତିନିତି ଅନୁସାରେ, ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଗବତୀଙ୍କ ପୀଠରେ (Bhagabati Temple, Banapur) ବି ନବରାତ୍ରୀ ନେଇ ସ୍ବତନ୍ତ୍ର ପୂଜା ଆରମ୍ଭ ହୋଇଛି। ଦୂର୍ଗାପୂଜା ଅବସରରେ ମା’ଙ୍କୁ ବିଭିନ୍ନ ବେଶ କରାଯାଇଥାଏ।  ମା’ଭଗବତୀଙ୍କର ଏହି ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । 

ଷୋଡଶ ଉପଚାର ଆରମ୍ଭ ହେବା ଦିନ ଠାରୁ ପ୍ରତ୍ୟେକ ଦିନ ଚଣ୍ଡିପାଠ ସାଙ୍ଗକୁ ସନ୍ଧିପୂଜା, ରାତ୍ରକାଳୀନ ପୂଜା କରାଯାଇ ମା’ଙ୍କୁ ଆବାହନ କରାଯାଇଥାଏ । ଯାହାକି ଅନ୍ୟ କେଉଁ ସ୍ଥାନରେ ଦେଖିବାକୁ ମିଳିନଥାଏ । କିମ୍ବଦନ୍ତୀ ରହିଛି ସତ୍ୟ ଯୁଗରେ ମହଦେବ କ୍ରୋଧରେ ମା’ ସତୀଙ୍କ ଶରୀରକୁ କାନ୍ଧରେ ଧରି ପରିକ୍ରମା କରୁଥିବା ସମୟରେ ଏହି ପୀଠରେ ସତୀଙ୍କର ଅଳଙ୍କାର ପଡ଼ିଥିଲା । ସେହିପରି ଦ୍ୱାପର ଯୁଗରେ ବାଣାଶୁର ତ୍ରିପୁରା ବିଜୟୀ ହେବା ପାଇଁ ମା’ ଭଗବତୀଙ୍କୁ ସ୍ଥାପନା କରି ସିଦ୍ଧି ପାଇଥିଲା । ସେହି ବାଣାଶୁର ନାମରେ ବାଣପୁର ନାମକରଣ ହୋଇଥିବା କୁହାଯାଏ । ବିଶ୍ବାସ ରହିଛି ଯେ, ଏହି ସମୟରେ ମାଆଙ୍କୁ ଦର୍ଶନ କରି ଆଶିଷ ଲାଭ ପାଇଲେ ଭକ୍ତଙ୍କୁ କୋଟିପୁଣ୍ୟ ମିଳିଥାଏ। ଏବଂ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।

ତେବେ ପାର୍ବଣ ଆସିବା ମାତ୍ରେ ବିଭିନ୍ନ ପ୍ରକାର ମନସ୍କାମନା ନେଇ ଭକ୍ତଙ୍କ ସୁଅ ଛୁଟିଥାଏ ଏହି ପୀଠକୁ । ପରମ୍ପରା ଅନୁଯାୟୀ ମା’ ଭଗବତୀଙ୍କ ପୀଠରେ ଷୋଡ଼ଶ ଉପରାର ପୂଜା ଆରମ୍ଭରେ ଶହସ୍ର କୁମ୍ଭ ଜଳରେ ମା’ଙ୍କୁ ସ୍ନାନ କରାଯାଇଥାଏ । ପରେ ସ୍ୱତନ୍ତ୍ର ମନ୍ତ୍ର ପାଠରେ ମା’ଙ୍କୁ ଆବାହନ କରିଥାନ୍ତି ପୂଜକ । ପବିତ୍ର ମହାଳୟା ଅମାବାସ୍ୟା ଠାରୁ ମାଆଙ୍କ ପୀଠରେ ଚଣ୍ଡିପୂଜା, ଦଶମହାବିଦ୍ୟା, ହୋମ, ତର୍ପଣ, ତ୍ରୀକାଳ ପୂଜା ଆରମ୍ଭ ହୋଇଥାଏ । ସେହିପରି ନବରାତ୍ର ସମୟରେ ମା’ଙ୍କ ସ୍ୱତନ୍ତ୍ର ଗୁପ୍ତପୂଜା କରାଯାଇ ବିଧି ମୁତାବକ ଛାଗ, ପଶୁ ଓ ପ୍ରତୀକ ନରବଳୀ ଦିଆଯିବାର ପରମ୍ପର ରହିଛି। ତେବେ, ସବୁଠାରୁ ଖାସ୍ କଥା ହେଉଛି ଯେ,  ଦଶହରା ଅବସରରେ ମା’ଙ୍କ ପୀଠରେ ବିଭିନ୍ନ ଫଳ ମୂଳ ସହ ପ୍ରସାଦ ସ୍ବରୂପ ଆମିଷ ଭୋଗ ବି ହୋଇଥାଏ।