Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ପ୍ରସିଦ୍ଧ ଗାୟକଙ୍କ ଝିଅ
Advertisement
Article Detail0/zeeodisha/odisha2348656

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ପ୍ରସିଦ୍ଧ ଗାୟକଙ୍କ ଝିଅ

Lucy-Bleu Knight Passes Away: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା ପୂରା ହଲିଉଡ। ଆଉ ନାହାଁନ୍ତି ପ୍ରସିଦ୍ଧ ଅଭିନେତା, ସଙ୍ଗୀତଜ୍ଞ ତଥା ରାପର (Slash) ସ୍ଲାସ୍ ଙ୍କ ଝିଅ ଲୁକ୍ ବ୍ଲୁ ନାଇଟ୍। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ସେ ଦିର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। 

 Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ପ୍ରସିଦ୍ଧ ଗାୟକଙ୍କ ଝିଅ

Lucy-Bleu Knight Passes Away: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର। ଲୁହରେ ଭିଜିଲା ପୂରା ହଲିଉଡ। ଆଉ ନାହାଁନ୍ତି ପ୍ରସିଦ୍ଧ ଅଭିନେତା, ସଙ୍ଗୀତଜ୍ଞ ତଥା ରାପର (Slash) ସ୍ଲାସ୍ ଙ୍କ ଝିଅ ଲୁକ୍ ବ୍ଲୁ ନାଇଟ୍। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ସେ ଦିର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ସ୍ଲାସ୍ ଙ୍କର  ଲୁକ୍ ପାଳିତ ଝିଅ ଥିଲେ। ସ୍ଲାସ୍ ଙ୍କର ମଧ୍ୟ ଜଣେ ପ୍ରେମିକା ରହିଛନ୍ତି। ସୋଲ୍  ହଟସନ୍ (Saul Hudson)ଆମେରିକାର ଜଣେ ନାଁ ପ୍ରସିଦ୍ଧ ସଙ୍ଗୀତକାର। କିନ୍ତୁ କଳାଜଗତରେ ସେ ସ୍ଲାସ୍ ଭାବେ ପରିଚିତ। ସେ ନିଜ ଝିଅର ଅକଳ ନିଧନରେ ଭାଙ୍ଗି ପଡିଛନ୍ତି। ସ୍ଲାସ୍ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଲୁସି-ବ୍ଲୁ ନାଇଟ୍ ଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି। ସ୍ଲାସ୍ ତାଙ୍କ ଇନଷ୍ଟା ପୋଷ୍ଟରେ ସୂଚନା ଦେଇ ଲେଖିଛନ୍ତି ଯେ ଲୁସି-ବ୍ଲୁ ନାଇଟ୍ (ଜନ୍ମ: ଡିସେମ୍ବର ୬,୧୦୯୮ )  । ମୋ ଝିଅର ଅକାଳ ମୃତ୍ୟୁରେ ମୁଁ ଅତ୍ୟନ୍ତ ଦୁଃଖିତ। 

ALSO READ: Surya Grahan 2025: ସୂର୍ଯ୍ୟ ଗ୍ରହଣରେ ଶନିଙ୍କ ଚଳନ, ୨୦୨୫ରେ ଏହି ୪ ରାଶି ହେବେ ସବୁଠୁ ଧନୀ!

ନିକଟରେ, ସିନେ ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା । ଆମେରିକାର ପ୍ରସିଦ୍ଧ ଷ୍ଟାଣ୍ଡ ଅପ୍ କମେଡିଆନ୍ ଓ ହାସ୍ୟ ଅଭିନେତା ବବ୍ ନ୍ୟୁହାର୍ଟ ୯୪ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ସମସ୍ତଙ୍କୁ ନିଜ କମେଡିରେ ହସାଉଥିବା ବବ୍ ଆଜି ସମସ୍ତଙ୍କୁ କନ୍ଦାଇ ଛାଡ଼ି ଚାଲି ଯାଇଛନ୍ତି। ବବ୍ ନ୍ୟୁହାର୍ଟଙ୍କ ମୃତ୍ୟୁ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ତାଙ୍କ ଦେହାନ୍ତରେ ସମସ୍ତେ ଶୋକ ବ୍ୟକ୍ତ କରିଛନ୍ତି। କମେଡି ଦୁନିଆରେ ବବ ନ୍ୟୁହାର୍ଟ ନାଁ ସବୁବେଳେ ଖୁବ୍ ଚର୍ଚ୍ଚାରେ ରହିଥାଏ। ତାଙ୍କର କମେଡି ଏତେ ଜବରଦସ୍ତ ଯେ ଜଣେ ଦୁଃଖରେ ଥିବା ଲୋକ ବି ଖୁସି ହୋଇଯିବ। ଟିଭିର ଟପ୍ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ତାଲିକାରେ ବବ୍ ନ୍ୟୁହାର୍ଟଙ୍କ ନାଁ ଖୁବ୍ ଜଣାଶୁଣା। ସେ ନିଜେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବବ୍ ଜୁଲାଇ ୧୮ ତାରିଖ ଗୁରୁବାର ଦିନ ପ୍ରାଣ ହରାଇଥିବା ନେଇ ପ୍ରକାଶକ ଜେରୀ ଡିଗନି ସେୟାର କରିଥିଲେ। ତାଙ୍କ ପ୍ରଶଂସକମାନେ ଏହା ବିଷୟରେ ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି। ବବଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।