Advertisement
Article Detail0/zeeodisha/odisha1859978
Zee OdishaOdisha EntertainmentRadhika Apte Birthday: ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ସ୍ବାମୀ...

Radhika Apte Birthday: ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ସ୍ବାମୀ...

Radhika Apte Birthday: ୩୮ ବର୍ଷରେ ପାଦ ଥାପିଛନ୍ତି ବଲିଉଡ଼ ତଥା ଓଟିଟି କୁଇନ୍ ରାଧିକା ଆପତେ (Radhika Apte )। ତେବେ ଖୁବ କମ୍ ଲୋକଙ୍କୁ ଏହା ଜଣାଥିବ ଯେ, ରାଧିକା ବିବାହିତା ଅଟନ୍ତି । ସେ ୨୦୧୨ ମସିହାରେ ବିବାହ କରିଥିଲେ ।

ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)

Radhika Apte Birthday: ୩୮ ବର୍ଷରେ ପାଦ ଥାପିଛନ୍ତି ବଲିଉଡ଼ ତଥା ଓଟିଟି କୁଇନ୍ ରାଧିକା ଆପତେ (Radhika Apte )। ତେବେ ଖୁବ କମ୍ ଲୋକଙ୍କୁ ଏହା ଜଣାଥିବ ଯେ, ରାଧିକା ବିବାହିତା ଅଟନ୍ତି । ସେ ୨୦୧୨ ମସିହାରେ ବିବାହ କରିଥିବା ବେଳେ ଦୀର୍ଘ ୧୦ ବର୍ଷ ହେବ ସେ ନିଜ ସ୍ବାମୀଙ୍କଠାରୁ ଦୂରେଇ ରହୁଛନ୍ତି ।

ବଲିଉଡ଼ ଫିଲ୍ମ ଓ ବହୁ ୱେବ୍ ସିରିଜ୍ (Web series) ରେ ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ରାଧିକା ଆପତେ ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ହିନ୍ଦୀ ସିନେମା ସହ ସେ ଅନ୍ୟାନ୍ୟ ଭାଷାରେ ମଧ୍ୟ ଚଳଚ୍ଚିତ୍ର କରିଛନ୍ତି । ରାଧିକା ୨୦ରୁ ଅଧିକ ବଲିଉଡ଼ ଫିଲ୍ମରେ ଅଭିନୟ କରିଛନ୍ତି । ବୃତ୍ତିଗତ ଜୀବନ ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ଯ ବେଶ ଚର୍ଚ୍ଚାରେ ରହିଥାଆନ୍ତି ରାଧିକା । ତେବେ ରାଧିକା ବିବାହିତା ବୋଲି ଖୁବ କମ୍ ଲୋକେ ଜାଣିଛନ୍ତି। ତାଙ୍କ ବିବାହକୁ ଇତି ମଧ୍ଯରେ ବିତିଛି ୧୨ ବର୍ଷ । ରାଧିକା ୨୦୧୨ ମସିହାରେ ବେନେଡିକ୍ଟ ଟେଲରଙ୍କୁ (Benedict Taylor) ବିବାହ କରିଥିଲେ, କିନ୍ତୁ ବିବାହ ପରେ ଉଭୟ ଅଲଗା ରୁହଛନ୍ତି । ରାଧିକା ଗତ ୯ କିମ୍ବା ୧୦ ବର୍ଷ ହେବ ମୁମ୍ବାଇରେ ରୁହଥିବା ବେଳେ ତାଙ୍କ ସ୍ୱାମୀ ଲଣ୍ଡନରେ ରୁହନ୍ତି। ବେଳେବେଳେ ସମୟ ବାହାର କରି ରାଧିକା ସ୍ବାମୀଙ୍କୁ ସାକ୍ଷାତ କରିବା ନେଇ ଲଣ୍ଡନ ଯାଇଥାଆନ୍ତି ।

 

Add Zee News as a Preferred Source
 
 
 
 

 
 
 
 
 
 
 
 
 
 
 

A post shared by Radhika (@radhikaofficial)

ଫିଲ୍ମ 'ବିକ୍ରମ ବେଦା' (Vikram Vedha) ସମୟରେ ବିବାହକୁ ନେଇ ଚର୍ଚ୍ଚାରେ ଆସିଥିଲେ ଅଭିନେତ୍ରୀ । ବିବାହ ପରେ ସ୍ୱାମୀଙ୍କଠାରୁ ଦୂରରେ ରହିବା ନେଇ ଅଭିନେତ୍ରୀ କହିଥିଲେ, 'COVID-19 ବେଳେ ମୁଁ ମୋ ସ୍ୱାମୀଙ୍କ ଠାରୁ ବହୁତ ଦୂର ଥିଲି, କିନ୍ତୁ ଆମେ ବର୍ତ୍ତମାନ ପରସ୍ପର ସହ ବହୁ ସମୟ ବିତାଉଛୁ  । ଏହା ଆମର ବିବାହର ଦ୍ୱିତୀୟ ଅଧ୍ୟାୟ ଅଟେ । ବିବାହ ପରେ ଆମେ କିଛି ସମୟ ଏକାଠି ରହୁଥିଲୁ, କିନ୍ତୁ ପରେ କାମ ଯୋଗୁଁ ଆମକୁ ଅଲଗା ହେବାକୁ ପଡ଼ିଥିଲା ।

 

 
 
 
 

 
 
 
 
 
 
 
 
 
 
 

A post shared by Radhika (@radhikaofficial)

ସେ ଆହୁରି ମଧ୍ଯ କହିଥିଲେ, ବିବାହ ପରେ ଦୂରରେ ରହିବା ଅତ୍ୟନ୍ତ ଯନ୍ତ୍ରଣା ଓ ଦୁଃଖଦାୟକ ଥିଲା। ସେତେବେଳେ ଏହା ଏକ ହୃଦୟ ବିଦାରକ ପରିସ୍ଥିତି ଥିଲା । କିନ୍ତୁ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଆମେ ପରସ୍ପରଠାରୁ କିଛି କ୍ଷଣ ମଧ୍ୟ ଦୂରେଇ ରହିପାରିବୁ ନାହିଁ, କାରଣ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ । ବର୍ତ୍ତମାନ ଆମେ ପରସ୍ପର ସହ ସାକ୍ଷାତ ନେଇ ସମୟ ବାହାର କରୁଛୁ ।

​ଏହା ବି ପଢନ୍ତୁ-ଭାରତ ବନାମ ଇଣ୍ତିଆ ତର୍କ ଭିତରେ ଫିଲ୍ମର ନାଁ ବଦଳାଇଲେ ଅକ୍ଷୟ କୁମାର, ଜାଣନ୍ତୁ କ’ଣ ଥିଲା ନାମ…

​ଏହା ବି ପଢନ୍ତୁ-Parineeti-Raghav Wedding: ଭାଇରାଲ ହେଉଛି ପରିଣୀତି ଓ ରାଘବଙ୍କ ନିମନ୍ତ୍ରଣ ପତ୍ର, ଦେଖନ୍ତୁ ଫଟୋ

 

 

 

 

 

 

 

 

 

 

 

 

 

 

 

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author