Radhika Apte Birthday: ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ସ୍ବାମୀ...
Advertisement

Radhika Apte Birthday: ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ସ୍ବାମୀ...

Radhika Apte Birthday: ୩୮ ବର୍ଷରେ ପାଦ ଥାପିଛନ୍ତି ବଲିଉଡ଼ ତଥା ଓଟିଟି କୁଇନ୍ ରାଧିକା ଆପତେ (Radhika Apte )। ତେବେ ଖୁବ କମ୍ ଲୋକଙ୍କୁ ଏହା ଜଣାଥିବ ଯେ, ରାଧିକା ବିବାହିତା ଅଟନ୍ତି । ସେ ୨୦୧୨ ମସିହାରେ ବିବାହ କରିଥିଲେ ।

ସୌ(ସୋସିଆଲ ମିଡିଆ)

Radhika Apte Birthday: ୩୮ ବର୍ଷରେ ପାଦ ଥାପିଛନ୍ତି ବଲିଉଡ଼ ତଥା ଓଟିଟି କୁଇନ୍ ରାଧିକା ଆପତେ (Radhika Apte )। ତେବେ ଖୁବ କମ୍ ଲୋକଙ୍କୁ ଏହା ଜଣାଥିବ ଯେ, ରାଧିକା ବିବାହିତା ଅଟନ୍ତି । ସେ ୨୦୧୨ ମସିହାରେ ବିବାହ କରିଥିବା ବେଳେ ଦୀର୍ଘ ୧୦ ବର୍ଷ ହେବ ସେ ନିଜ ସ୍ବାମୀଙ୍କଠାରୁ ଦୂରେଇ ରହୁଛନ୍ତି ।

ବଲିଉଡ଼ ଫିଲ୍ମ ଓ ବହୁ ୱେବ୍ ସିରିଜ୍ (Web series) ରେ ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ରାଧିକା ଆପତେ ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ହିନ୍ଦୀ ସିନେମା ସହ ସେ ଅନ୍ୟାନ୍ୟ ଭାଷାରେ ମଧ୍ୟ ଚଳଚ୍ଚିତ୍ର କରିଛନ୍ତି । ରାଧିକା ୨୦ରୁ ଅଧିକ ବଲିଉଡ଼ ଫିଲ୍ମରେ ଅଭିନୟ କରିଛନ୍ତି । ବୃତ୍ତିଗତ ଜୀବନ ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ଯ ବେଶ ଚର୍ଚ୍ଚାରେ ରହିଥାଆନ୍ତି ରାଧିକା । ତେବେ ରାଧିକା ବିବାହିତା ବୋଲି ଖୁବ କମ୍ ଲୋକେ ଜାଣିଛନ୍ତି। ତାଙ୍କ ବିବାହକୁ ଇତି ମଧ୍ଯରେ ବିତିଛି ୧୨ ବର୍ଷ । ରାଧିକା ୨୦୧୨ ମସିହାରେ ବେନେଡିକ୍ଟ ଟେଲରଙ୍କୁ (Benedict Taylor) ବିବାହ କରିଥିଲେ, କିନ୍ତୁ ବିବାହ ପରେ ଉଭୟ ଅଲଗା ରୁହଛନ୍ତି । ରାଧିକା ଗତ ୯ କିମ୍ବା ୧୦ ବର୍ଷ ହେବ ମୁମ୍ବାଇରେ ରୁହଥିବା ବେଳେ ତାଙ୍କ ସ୍ୱାମୀ ଲଣ୍ଡନରେ ରୁହନ୍ତି। ବେଳେବେଳେ ସମୟ ବାହାର କରି ରାଧିକା ସ୍ବାମୀଙ୍କୁ ସାକ୍ଷାତ କରିବା ନେଇ ଲଣ୍ଡନ ଯାଇଥାଆନ୍ତି ।

 

 
 
 
 

 
 
 
 
 
 
 
 
 
 
 

A post shared by Radhika (@radhikaofficial)

ଫିଲ୍ମ 'ବିକ୍ରମ ବେଦା' (Vikram Vedha) ସମୟରେ ବିବାହକୁ ନେଇ ଚର୍ଚ୍ଚାରେ ଆସିଥିଲେ ଅଭିନେତ୍ରୀ । ବିବାହ ପରେ ସ୍ୱାମୀଙ୍କଠାରୁ ଦୂରରେ ରହିବା ନେଇ ଅଭିନେତ୍ରୀ କହିଥିଲେ, 'COVID-19 ବେଳେ ମୁଁ ମୋ ସ୍ୱାମୀଙ୍କ ଠାରୁ ବହୁତ ଦୂର ଥିଲି, କିନ୍ତୁ ଆମେ ବର୍ତ୍ତମାନ ପରସ୍ପର ସହ ବହୁ ସମୟ ବିତାଉଛୁ  । ଏହା ଆମର ବିବାହର ଦ୍ୱିତୀୟ ଅଧ୍ୟାୟ ଅଟେ । ବିବାହ ପରେ ଆମେ କିଛି ସମୟ ଏକାଠି ରହୁଥିଲୁ, କିନ୍ତୁ ପରେ କାମ ଯୋଗୁଁ ଆମକୁ ଅଲଗା ହେବାକୁ ପଡ଼ିଥିଲା ।

 

 
 
 
 

 
 
 
 
 
 
 
 
 
 
 

A post shared by Radhika (@radhikaofficial)

ସେ ଆହୁରି ମଧ୍ଯ କହିଥିଲେ, ବିବାହ ପରେ ଦୂରରେ ରହିବା ଅତ୍ୟନ୍ତ ଯନ୍ତ୍ରଣା ଓ ଦୁଃଖଦାୟକ ଥିଲା। ସେତେବେଳେ ଏହା ଏକ ହୃଦୟ ବିଦାରକ ପରିସ୍ଥିତି ଥିଲା । କିନ୍ତୁ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଆମେ ପରସ୍ପରଠାରୁ କିଛି କ୍ଷଣ ମଧ୍ୟ ଦୂରେଇ ରହିପାରିବୁ ନାହିଁ, କାରଣ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ । ବର୍ତ୍ତମାନ ଆମେ ପରସ୍ପର ସହ ସାକ୍ଷାତ ନେଇ ସମୟ ବାହାର କରୁଛୁ ।

​ଏହା ବି ପଢନ୍ତୁ-ଭାରତ ବନାମ ଇଣ୍ତିଆ ତର୍କ ଭିତରେ ଫିଲ୍ମର ନାଁ ବଦଳାଇଲେ ଅକ୍ଷୟ କୁମାର, ଜାଣନ୍ତୁ କ’ଣ ଥିଲା ନାମ…

​ଏହା ବି ପଢନ୍ତୁ-Parineeti-Raghav Wedding: ଭାଇରାଲ ହେଉଛି ପରିଣୀତି ଓ ରାଘବଙ୍କ ନିମନ୍ତ୍ରଣ ପତ୍ର, ଦେଖନ୍ତୁ ଫଟୋ