Article 370: ବକ୍ସ ଅଫିସରେ ଧମାଲ କରୁଛି ୟାମିଙ୍କ ଅଭିନୀତ 'Article 370', ଜାଣନ୍ତୁ କେତେ କଲାଣି ଆୟ?
Advertisement

Article 370: ବକ୍ସ ଅଫିସରେ ଧମାଲ କରୁଛି ୟାମିଙ୍କ ଅଭିନୀତ 'Article 370', ଜାଣନ୍ତୁ କେତେ କଲାଣି ଆୟ?

Article 370: ୟାମି ଗୌତମଙ୍କ ଅଭିନୀତ ଫିଲ୍ମ 'Article 370' ଫେବୃଆରୀ ୨୩ରେ ରିଲିଜ ହୋଇଯାଇଛି । ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରୁଥବା ଦେଖିବାକୁ ମିଳିଛି । ରିଲିଜ ହେବା ଦିନଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ଯରେ କ୍ରେଜ୍ ଦେଖିବାକୁ ମିଳିଛି । 

Article 370: ବକ୍ସ ଅଫିସରେ ଧମାଲ କରୁଛି ୟାମିଙ୍କ ଅଭିନୀତ 'Article 370', ଜାଣନ୍ତୁ କେତେ କଲାଣି ଆୟ?

Article 370: ୟାମି ଗୌତମଙ୍କ ଅଭିନୀତ ଫିଲ୍ମ 'Article 370' ଫେବୃଆରୀ ୨୩ରେ ରିଲିଜ ହୋଇଯାଇଛି । ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରୁଥବା ଦେଖିବାକୁ ମିଳିଛି । ରିଲିଜ ହେବା ଦିନଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ଯରେ କ୍ରେଜ୍ ଦେଖିବାକୁ ମିଳିଛି । ଫିଲ୍ମର ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସସନ୍ ‘କାଶ୍ମୀର ଫାଇଲ’ର ରେର୍କଡ଼କୁ ପଛରେ ପକାଇଛି । ତେବେ ଆସନ୍ତୁ ଜାଣିବା ରିଲିଜ ପରଠାରୁ କେତେ ରୋଜଗାର କଲାଣି ଏହି ଫିଲ୍ମ ।

ରିପୋର୍ଟ ଅନୁଯାୟୀ, 'Article 370' ଫିଲ୍ମଟି ପ୍ରଥମ ଦିନର ୫.୯ କୋଟି ଟଙ୍କା ଆୟ କରିଥିବା ବେଳେ ରିଲିଜର ଦ୍ବିତୀୟ ଦିନ ଏହାର ବକ୍ସ ଅଫିସ କଲେକ୍ସସନ୍ ରେ ବୃଦ୍ଧି ହୋଇଛି । ଦ୍ବିତୀୟ ଦିନ ଫିଲ୍ମଟି ୭.୫ କୋଟି ଟଙ୍କା ରୋଜଗାର କରିଛି । ଫିଲ୍ମଟି ରିଲିଜ ହେବାର ୨ ଦିନ ମଧ୍ୟରେ ପ୍ରାୟ ୧୩.୪ କୋଟି ଟଙ୍କା ରୋଜଗାର କରିଛି । ତେବେ ୱାର୍ଲଡ଼ ୱାଇଡ଼ ଚଳଚ୍ଚିତ୍ରର ଆୟ ୧୫ କୋଟି ଟଙ୍କା ଅତିକ୍ରମ କରିଛି । ଆଜି ରବିବାର ଥିବାରୁ ଫିଲ୍ମର କଲେକ୍ସନ୍ ଆହୁରି ବଢିବା ନେଇ ଅନୁମାନ କରାଯାଇଛି ।

ଫିଲ୍ମର କାହାଣୀ ପ୍ରକୃତ ଘଟଣା ଉପରେ ଆଧାରିତ । ୨୦୧୬ ମସିହାରୁ କାଶ୍ମୀର ଉପତ୍ୟକାରେ ଘଟିଥିବା ଘଟଣାକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ । ଏଥିରେ ୟାମି ଗୌତମ ଓ ପ୍ରିୟମଣି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଜଣେ ଗୁପ୍ତଚର ଭୂମିକାରେ ୟାମି ଦମଦାର ଅଭିନୟ କରିଛନ୍ତି । ଅନ୍ୟପଟେ ପିଏମଓର ଜଣେ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି ପ୍ରିୟମଣି ।