ଦୁଇ କଳାକାରଙ୍କ ଜୋରଦାର ଝଗଡା: ରାଣୀ ପଣ୍ଡା VS ନିଶା ମହାରଣା
Advertisement
Article Detail0/zeeodisha/odisha1734912

ଦୁଇ କଳାକାରଙ୍କ ଜୋରଦାର ଝଗଡା: ରାଣୀ ପଣ୍ଡା VS ନିଶା ମହାରଣା

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଖୁବ୍ ଭାଇରାଲ୍ (Viral) ହେବାରେ ଲାଗିଛି । ଯେଉଁଥିରେ ଯଲିଉଡ (Jollywood) ଜଗତର ଦୁଇ ଚର୍ଚ୍ଚିତ ଆଇଟମ ଗର୍ଲଙ୍କ ଜୋରଦାର ଝଗଡ଼ା ଦେଖିବାକୁ ମିଳିଛି । ସେ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଣୀ ପଣ୍ଡା (Rani panda) ଏବଂ ଅନ୍ୟ ଜଣେ ନିଶା ମହାରଣା (Nisha maharana) । ନିଜର କାର୍ଯ୍ୟକଳାପକୁ ନେଇ ସମଗ୍ର

ଦୁଇ କଳାକାରଙ୍କ ଜୋରଦାର ଝଗଡା: ରାଣୀ ପଣ୍ଡା VS ନିଶା ମହାରଣା

ଭୁବନେଶ୍ୱର: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଖୁବ୍ ଭାଇରାଲ୍ (Viral) ହେବାରେ ଲାଗିଛି । ଯେଉଁଥିରେ ଯଲିଉଡ (Jollywood) ଜଗତର ଦୁଇ ଚର୍ଚ୍ଚିତ ଆଇଟମ ଗର୍ଲଙ୍କ ଜୋରଦାର ଝଗଡ଼ା ଦେଖିବାକୁ ମିଳିଛି । ସେ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଣୀ ପଣ୍ଡା (Rani panda) ଏବଂ ଅନ୍ୟ ଜଣେ ନିଶା ମହାରଣା (Nisha maharana) । ନିଜର କାର୍ଯ୍ୟକଳାପକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚିତ ଚେହେରା ପାଲଟିଥିବା ଏହି ଦୁଇ ଆଇଟମ ଗାର୍ଲଙ୍କ ଝଗଡା କେଉଁ କାରଣରୁ ହୋଇଛି ତାହା ଉକ୍ତ ଭାଇରାଲ ଅଡିଓ (Audio)ରୁ କିଛିଟା ଜଣା ପଡୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ନାହିଁ । ତେବେ କଣ ରହିଛି ସେ ଭାଇରାଲ୍ ଅଡିଓରେ ଆସନ୍ତୁ ଜାଣିବା ।

ଅଡିଓଟିର ଆରମ୍ଭରୁ ଦୁହେଁ ଦୁହିଁଙ୍କ ଉପରେ ଖୁବ୍ ଜୋରରେ ରାଗିଥିବା ଅନୁମାନ ହେଉଛି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଥା କଟା କଟି ସହ ଉଭୟଙ୍କ ପାର୍ଶ୍ୱରୁ ଅଶ୍ଳୀଳ ଭାଷା ମଧ୍ୟ ପ୍ରୟୋଗ କରାଯାଇଛି । ରାଣୀଙ୍କ ପ୍ରତ୍ୟକ କଥାକୁ ନିଶା କାଉଣ୍ଟର କରୁଥିବାବେଳେ ନିଶାଙ୍କ କଥାକୁ ମଧ୍ୟ ରାଣୀ କାଉଣ୍ଟର କରି ପ୍ରତି ଉତ୍ତର ଦେଉଛନ୍ତି । ତେବେ କୌଣସି ଏକ ଯାତ୍ରା କାର୍ଯ୍ୟକ୍ରମକୁ ନେଇ ବିବାଦ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ଏପରି ଝଗଡାଟି ସୋସିଆଲ ମିଡିଆ (Social media)ରେ ଭାଇରାଲ ହେବାପରେ ଲୋକମାନେ ବିଭିନ୍ନ ପ୍ରକାରର ମତ ରଖିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଉଭୟେ ଗୋଟିଏ ଲାଇନର ତେଣୁ ଏପରି ଝଗଡ଼ା କରିବା ଠିକ୍ ନୁହେଁ । ଭଲ କଥାରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିବ । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ବୃତ୍ତିଗତ ହିସାବରେ ଦୁହେଁ ଦୁହିଁଙ୍କର ପ୍ରତିଦ୍ୱନ୍ଦି ହେଲେ ଏପରି ପରିସ୍ଥିତି ଉପୁଜିଥାଏ । 

ସୂଚନାଯୋଗ୍ୟ, ଅଭିନେତ୍ରୀ ରାଣୀ ପଣ୍ଡା ପୂର୍ବରୁ ଯାତ୍ରାରେ ନୃତ୍ୟ ପ୍ରଦର୍ଶନ କରୁଥିଲେ । ଖଣ୍ଡଗିରି ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ କରିଥିବାର ଅଭିଯୋଗ ଆସିବା ପରେ ସେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ । ପରେ ଯାତ୍ରାରେ ରାଣୀଙ୍କ ଅଭିନୟ ଦେଖିବାକୁ ମିଳିଥିଲା । 'ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା' ଯାତ୍ରା ରାଣୀଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ପରେ ସାମାଜିକ କର୍ମୀ ହିସାବରେ ରାଣୀ ଅନେକ ଲୋକଙ୍କୁ ସହାୟତା ପ୍ରଦାନ କରି ଚର୍ଚ୍ଚାକୁ ଆସିଛନ୍ତି । ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପାଇଁ ରାଣୀ ପଣ୍ଡା ନିଜ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ସହାୟତା ରାଶି କେନ୍ଦ୍ର ସରକାରଙ୍କୁ ଦେବେ ବୋଲି ଗଣମାଧ୍ୟମରେ ପ୍ରତିଶୃତି ଦେଇଥିଲେ । ଏଥିସହ କହିଥିଲେ ଯେ, ମୁଁ ଏତେ ପଇସା ବାଲା ନୁହେଁ । ଏତେମାତ୍ରାରେ ଲୋକଙ୍କ ଜୀବନ ଯାଇଛି ଆଉ ଆହତ ହୋଇଛନ୍ତି ସମସ୍ତଙ୍କୁ ସାହାଯ୍ୟ କରିବା ମୋ ପକ୍ଷେ ସମ୍ଭବ ନୁହେଁ । ତେଣୁ ମୁଁ ସକ୍ଷମ ହିସାବରେ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କଲି । ମୋ ପରି ଆପଣ ମଧ୍ୟ ସାହାଯ୍ୟ କରନ୍ତୁ । ବିନ୍ଦୁଏ ବିନ୍ଦୁଏ ଜଳ ମିଶି ସମୁଦ୍ର ହୋଇଥାଏ । ତେଣୁ ଆମ ସମସ୍ତେ ସହାୟତାର ମନବୃତ୍ତି ରଖିବା ଆବଶ୍ୟକ । 

ସେହିପରି ନିଶା ମହାରଣା ମଧ୍ୟ ରାତିର ରଙ୍ଗିନ ମଞ୍ଚରେ ଦର୍ଶକଙ୍କ ମନୋରଞ୍ଜନ କରିବା ସହିତ ଲୋକଙ୍କ ସୁବିଧା ଅସୁବିଧା ସମୟରେ ସେମାନଙ୍କ ନିକଟରେ ପହଞ୍ଚିଯାଆନ୍ତି । ଏପରି କି ଅସୁବିଧାରେ ପଡିଥିବା ଲୋକଙ୍କୁ ଆର୍ଥିକ ସହାୟତାର ହାତ ବଢାନ୍ତି । ନିକଟରେ ବାଲେଶ୍ୱର ରେଳ ଦୁର୍ଘଟଣାରେ ଶିକାର ହୋଇଥିବା ପରିବାର ନିକଟରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଆଶ୍ୱସନା ଦେବା ସହ ଆର୍ଥିକ ସହାୟତାର ହାତ ବଢାଇବାକୁ ପ୍ରତିଶୃତି ଦେଇଥିଲେ । ଏଥିସହ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ଭେଟିଥିଲେ ।

Also read- ମୁସଲିମ ପୁଅ ସହ ଫେରାର ହେଲା ଝିଅ: ମରିଗଲା କହି ପିଣ୍ଡ ଦେଇଦେଲେ ପରିବାର