ମଝି ଆକାଶରେ ଅର୍ଚ୍ଚିତାଙ୍କୁ ଏମିତି ସର୍ପ୍ରାଇଜ୍ ଦେଲେ ସବ୍ୟସାଚୀ
Advertisement

ମଝି ଆକାଶରେ ଅର୍ଚ୍ଚିତାଙ୍କୁ ଏମିତି ସର୍ପ୍ରାଇଜ୍ ଦେଲେ ସବ୍ୟସାଚୀ

   

ଡିଜାଇନ୍ ଫଟୋ

ଭୁବନେଶ୍ୱର: ମଝି ଆକାଶରେ ପତ୍ନୀ ଅର୍ଚ୍ଚିତା ସାହୁଙ୍କୁ ଅଭିନେତା ସବ୍ୟସାଚୀ ମିଶ୍ର ଏକ ବଡ ସର୍ପ୍ରାଇଜ୍ ଦେଇଛନ୍ତି। ଆମେରିକା ଗସ୍ତ ବେଳେ ସେ ଅଭିନେତ୍ରୀଙ୍କୁ ନିଆରା ଢଙ୍ଗରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ବିମାନ ଭିତରେ ଅର୍ଚ୍ଚିତା କେକ୍ କାଟି ନିଜର ଜନ୍ମ ଦିନ ପାଳନ କରିଛନ୍ତି। ଏହାର ଏକ ଭିଡିଓକୁ ଓଲିଉଡ ଅଭିନେତା ତାଙ୍କ ଫେସବୁକରେ ପୋଷ୍ଟ କରିଛନ୍ତି। 

ବର୍ତ୍ତମାନ ଅଭିନେତା ସବ୍ୟସାଚୀ ମିଶ୍ର, ତାଙ୍କ ପତ୍ନୀ ଅର୍ଚ୍ଚିତା ସାହୁ, ଏଲିନା, ଅସିମା ପଣ୍ଡା, ସତ୍ୟଜିତ ଏବଂ ଯୋଗେସ ଜୋଜୋ ଆମେରିକା ଗସ୍ତରେ ଅଛନ୍ତି। ଏହି ଆମେରିକା ଯିବା ସମୟରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ସବ୍ୟସାଚୀ ଏକ ସର୍ପ୍ରାଇଜ ଦେଇଛନ୍ତି। ଯାହାର ଭିଡିଓକୁ ସେ ଶୁକ୍ରବାର ବିଳମ୍ବତ ରାତିରେ ନିଜ ଫେସବୁକରେ ପୋଷ୍ଟ କରିଛନ୍ତି। କିନ୍ତୁ ସେହି ସମାନ ଭିଡିଓକୁ ଅର୍ଚ୍ଚିତା, ସବ୍ୟଙ୍କ ଆଠ ଘଣ୍ଟା ପୂର୍ବରୁ ପୋଷ୍ଟ କରିଥିଲେ। ଯାହାପରେ ଅଭିନେତ୍ରୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟି ଥିଲା।

ପ୍ରକୃତରେ କଥାଟି ହେଲା, ୨୦୨୨ ଜୁନ ୨୯ ତାରିଖରେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ୩୩ ବର୍ଷ ବୟସରେ ପାଦ ଦେଇଛନ୍ତି। କିନ୍ତୁ ଜନ୍ମଦିନ ଅବସରରରେ ସେ ଆମେରିକା ଗସ୍ତ କରିଛନ୍ତି। ସେଥିପାଇଁ ଉଡନ୍ତା ବିମାନରେ ତାଙ୍କର ଜନ୍ମଦିନ ପାଳନ କରାଯାଇଛି। ପତ୍ନୀଙ୍କ ବର୍ଥଡେ ସେଲିବ୍ରେସନ ପାଇଁ ସବ୍ୟସାଚୀ ସ୍ପେସିଆଲ ଆୟୋଜନ କରିଥିଲେ। ହଠାତ ବିମାନ କ୍ରିୟୁ କେକ୍ ଆଣି ଅର୍ଚ୍ଚିତାଙ୍କ ସମ୍ମୁଖରେ ଠିଆ ହୋଇଗଲେ ଓ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ବିମାନର ଅନ୍ୟ ଯାତ୍ରୀମାନେ ମଧ୍ୟ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଥିଲେ।

Also Read: ଆମେରିକା ଅଭିମୁଖେ ଓଡ଼ିଆ ସିନେ ତାରକା, ସବ୍ୟ ସେୟାର କଲେ ବିମାନ ଭିତର ଭିଡିଓ

ସନ ଫ୍ରାନ୍ସିସ୍କୋ ସହର ଉପରେ ଅର୍ଚ୍ଚିତାଙ୍କ ଜନ୍ମଦିନ ପାଳନ କରାଯାଇଛି। ସବ୍ୟସାଚୀ ଏହାର ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି, 'ଏଥର ମୁଁ ଭୁଲି ନାହିଁ'। ଏହି ସର୍ପ୍ରାଇଜ ପାଇଁ ଅଭିନେତ୍ରୀ, ପତି ସବ୍ୟସାଚୀ ଓ ବିମାନ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିମାନ କର୍ତ୍ତୃପକ୍ଷଙ୍କ ତରଫରୁ ମଧ୍ୟ ଅଭନେତ୍ରୀଙ୍କୁ ଏକ ସ୍ୱତନ୍ତ୍ର ଅଭିନନ୍ଦନ କାର୍ଡ ଦିଆଯାଇଛି।