HBD Gauri Khan: ସମ୍ପତ୍ତିରେ ବଲିଉଡର ମେଗା ଷ୍ଟାରଙ୍କୁ ପଛରେ ପକାଇ ଦେବେ ଗୌରୀ ଖାନ୍
Advertisement
Article Detail0/zeeodisha/odisha1905379

HBD Gauri Khan: ସମ୍ପତ୍ତିରେ ବଲିଉଡର ମେଗା ଷ୍ଟାରଙ୍କୁ ପଛରେ ପକାଇ ଦେବେ ଗୌରୀ ଖାନ୍

Gauri Khan Net Worth: କିଙ୍ଗ୍ ଖାନଙ୍କ (srk wife) ପତ୍ନୀ ହେଉଛନ୍ତି ଗୌରୀ ଖାନ୍ (Gauri Khan)। ତାଙ୍କୁ ଆଜିକା ଦିନରେ କୌଣସି ପ୍ରକାରର ପରିଚୟର ଆବଶ୍ୟକତା ନାହିଁ।  ସେ କୌଣସି ସିଲିବ୍ରିଟି ଠାରୁ କମ୍ ନୁହଁନ୍ତି । ଖାସ୍ କରି ,ଆଜିକା ଦିନରେ ତାଙ୍କର ଫ୍ୟାନ ଫୋଲର୍ସ ସଂଖ୍ୟା ମଧ୍ୟ କୌଣସି ଅଭିନେତ୍ରୀଙ୍କ ଠାରୁ କମ୍ ନାହିଁ । ଆଜି ହେଉଛି ଶାହାରୁଖ୍ ଖାନଙ୍କ (Shah Rukh Khan) ପତ୍ନୀ ଗୌରୀ ଖାନଙ୍କ ଜନ୍ମଦିନ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Gauri Khan Net Worth: କିଙ୍ଗ୍ ଖାନଙ୍କ (srk wife) ପତ୍ନୀ ହେଉଛନ୍ତି ଗୌରୀ ଖାନ୍ (Gauri Khan)। ତାଙ୍କୁ ଆଜିକା ଦିନରେ କୌଣସି ପ୍ରକାରର ପରିଚୟର ଆବଶ୍ୟକତା ନାହିଁ।  ସେ କୌଣସି ସିଲିବ୍ରିଟି ଠାରୁ କମ୍ ନୁହଁନ୍ତି । ଖାସ୍ କରି ,ଆଜିକା ଦିନରେ ତାଙ୍କର ଫ୍ୟାନ ଫୋଲର୍ସ ସଂଖ୍ୟା ମଧ୍ୟ କୌଣସି ଅଭିନେତ୍ରୀଙ୍କ ଠାରୁ କମ୍ ନାହିଁ । ଆଜି ହେଉଛି ଶାହାରୁଖ୍ ଖାନଙ୍କ (Shah Rukh Khan) ପତ୍ନୀ ଗୌରୀ ଖାନଙ୍କ ଜନ୍ମଦିନ। ୧୯୭୦ ମସିହା ଆଜିକା ଦିନରେ ଗୌରୀ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ(Punjabi family) ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ଛୁଟୁଛି ଶୁଭେଚ୍ଛାର ସୁଅ। (Lady Shri Ram College, University of Delhi) ଲେଡି ଶ୍ରୀରାମ କଲେଜ, ୟୁନିଭରସିର୍ଟି ଅଫ ଦିଲ୍ଲୀରୁ ସେ ଇତିହାସରେ ଡିଗ୍ରୀ ହାସଲ କରିଥିବା ଗୌରୀ ଆଜିକା ଦିନରେ  ଜଣେ ଫିଲ୍ମ ନିର୍ମାତା ଓ (interior designer) ଏନଟେରିୟର ଡିଜାଇନର ଓ ଫ୍ୟାସନ୍ ଡିଜାଇନର ଭାବେ ବେଶ୍ ଖାତି ଅର୍ଜନ କରିଛନ୍ତି। ତେବେ, ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଏକ ଅଜଣା କଥା...

Also Read: Road Accident: ଜୀବନ ନେଉଛି ମର୍ଣ୍ଣିଂୱାକ୍, ସକାଳୁ ସକାଳୁ ଟ୍ରକ୍ ଭ୍ୟାନ ଚାପାରେ ତିନି ମୃତ

Also Read: Parineeti Chopra: ଶାଶୂଘରେ ପାଦ ରଖିଲେ ପରିଣୀତି, ଗ୍ରାଣ୍ତ ଓ୍ବେଲକମ୍ ପୂର୍ବରୁ ହେଲା ଏମିତି କିଛି...

୧୯୯୧ ମସିହାରେ ଶାହାରୁଖଙ୍କୁ ବିବାହ କରିଥିଲେ ଗୌରୀ । ପରେ ସେ  ମୁମ୍ବାଇ ଆସିଥିଲେ। ଆଉ ଏଠାରେ ବଲିଉଡରେ କାମ ଆରମ୍ଭ କରିଥିଲେ ଶାହାରୁଖ୍ । ପରେ ୨୦୦୨ ମସିହାରେ ଗୌରୀ ଖାନ୍ (Red Chillies Entertainment) ରେଡ୍ ଚିଲ୍ଲୀ ଏଣ୍ଟରଟେନମେଣ୍ଟ ନାଁର ଏକ ପ୍ରଡକସନ୍ ହାଉସ୍ ଖୋଲିଥିଲେ। ଆଉ ଗୌରୀ 'ମେଁ ହୁଁ ନା' (Main Hoon Na) ଫିଲ୍ମରୁ  ନିର୍ମାତା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମଟି ବି ବକ୍ସ ଅଫିସରେ ଧମାଲ ମଚାଇଥିଲା।  ଏହାପରେ  'ଓମ୍ ଶାନ୍ତି ଓମ୍',  'ପେହେଲି',  'ବିଲ୍ଲୁ',  'ଚେନ୍ନାଇ ଏକ୍ସପ୍ରେସ୍' ,  'ବଦଲା', 'ରଇସ୍' (Raees) ଓ 'ଜଓ୍ବାନ୍' ଫିଲ୍ମରେ ନିର୍ମାତା ଭାବେ କାମ କରିଛନ୍ତି।  ଏହା ବ୍ୟତିତ ଆଗାମୀ ଫିଲ୍ମ(Dunki) 'ଡୁଙ୍କି' ବି ଖୁବଶିଘ୍ର ପରଦାକୁ ଆସିବ। 

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଗୌରୀ ଖାନ୍ ଜଣେ ଏନଟେରିୟର ଡିଜାଇନର ଭାବେ ବି ଖୁବ୍ ଖ୍ୟାତି ଅର୍ଜନ କରିଛନ୍ତି । ଶାହାରୁଖ୍ ଖାନଙ୍କ ଘର ମନ୍ନତକୁ ବି ସେ ନିଜ ହାତରେ ଡିଜାଇନ୍ କରିଛନ୍ତି। ତେବେ, ମନ୍ନତ ବି କୌଣସି ରାଜମହଲ ଠାରୁ କମ୍ ନୁହେଁ। କେବଳ ସେତିକି ନୁହେଁ, ଏନଟେରିୟର ଡିଜାଇନର ଗୌରୀ ଖାନ୍  ଅନେକ ବଲିଉଡ ତାରକାଙ୍କ ଘର ଡିଜାଇନ୍ କରିଛନ୍ତି। ଏହି ତାଲିକାରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଘର ଆଣ୍ଟିଲିଆ, କରଣ ଜୋହରଙ୍କ ବଙ୍ଗଳା, ଆଲିଆ ଭଟ୍ଟଙ୍କ ଭ୍ୟାନିଟି ଭ୍ୟାନ୍ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଘର ରହିଛି।

କେତେ କୋଟି ସମ୍ପତ୍ତିର ମାଲିକାଣୀ ଅଟନ୍ତି ଗୌରୀ ଖାନ୍: ୧୫୦ କୋଟି ଟଙ୍କା ମୂଲ୍ୟର ଏକ ଷ୍ଟୋର୍‌ର ମାଲିକାଣୀ ଅଟନ୍ତି ଗୌରୀ ।  ଗୌରୀଙ୍କର ମୁମ୍ବାଇରୁ ଦିଲ୍ଲୀ, ଆଲିବାଗ, ଲଣ୍ଡନ, ଦୁବାଇ ଏବଂ ଲସ୍ ଆଞ୍ଜେଲସ୍ ରେ କୋଟି କୋଟି ଟଙ୍କାର ବଙ୍ଗଳା ରହିଛି। ସେହିପରି ତାଙ୍କ ପାଖରେ ଅନେକ ଲକଜୁରୀୟସ୍ କାର ରହିଛି । ତେବେ, ଗୌରୀ ଖାନଙ୍କ ସମ୍ପତ୍ତି ମୂଲ୍ୟ ୧୬୦୦ କୋଟି ଟଙ୍କା ଅଟେ।