HBD Ramya Krishnan: ବିବାହ ପୂର୍ବରୁ ଗର୍ଭବତୀ ହେଲେ, ଗର୍ଭପାତ ପାଇଁ ନିର୍ଦ୍ଦେଶକଙ୍କୁ ଟଙ୍କା ମାଗିଥିଲେ...
Advertisement
Article Detail0/zeeodisha/odisha1872624

HBD Ramya Krishnan: ବିବାହ ପୂର୍ବରୁ ଗର୍ଭବତୀ ହେଲେ, ଗର୍ଭପାତ ପାଇଁ ନିର୍ଦ୍ଦେଶକଙ୍କୁ ଟଙ୍କା ମାଗିଥିଲେ...

Ramya Krishnan Unknown Facts: ସାଉଥ୍ ଅଭିନେତ୍ରୀ ରାମ୍ୟା କ୍ରିଷ୍ଣା (Ramya Krishnan)। ନାଁ ହିଁ ଯଥେଷ୍ଟ  ।  ଫିଲ୍ମ ବାହୁବଳୀରେ ସିଭାଗାମୀ (shivgamidevi) ଭୂମିକାରେ ଅଭିନୟ କରିଥିବା ବାହୁବଳୀଙ୍କ (Baahubali) ମାଆ ରାମ୍ୟା କ୍ରିଷ୍ଣାଙ୍କ ଆଜି ଜନ୍ମଦିନ।  ୧୯୭୦ ମସିହା, ଆଜିକା ଦିନରେ ତାମିଲନାଡୁର ଚେନ୍ନାଇ (ମାଦ୍ରାସ)ରେ ଜନ୍ମ ଗ୍ରହଣ କରିଥିଲେ। ଆଜିକା ଦିନରେ  ରାମ୍ୟା କ୍ରିଷ୍ଣାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ, ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା । 

ସୌଜନ୍ୟ- ସୋସିଆଲ ମିଡି଼ଆ

ଜାଣନ୍ତୁ ରାମ୍ୟା କ୍ରିଷ୍ଣାଙ୍କ ବିଷୟରେ କିଛି ଖାସ୍ କଥା :

ମାଆ ରାମ୍ୟା କ୍ରିଷ୍ଣା ସାଉଥ ଫିଲ୍ମ ସହିତ ଅନେକ ଗୁଡିଏ ବଲିଉଡ଼ ଫିଲ୍ମରେ ବି କାମ କରିଛନ୍ତି।  କିନ୍ତୁ ଆପଣ ଜାଣନ୍ତି କି ରାମ୍ୟାଙ୍କ ବ୍ୟକ୍ତିଗତ ଜୀବନ ବିବାଦରେ ପରିପୂର୍ଣ୍ଣ। ଏପରିକି ସିନେମା ଜଗତରେ ନିର୍ଦ୍ଦେଶକ କେ.ଏସ୍ ରବିକୁମାରଙ୍କ (K. S. Ravikumar ,Indian film director) ସହ ତାଙ୍କର ଅନୈତିକ ସମ୍ପର୍କ ଏବଂ ଏହା ସହ ଜଡିତ ବିବାଦ ପାଇଁ ସେ ଅଧିକ ସମୟ ଲାଇମ ଲାଇଟରେ ରୁହନ୍ତି। ଏହା ମଧ୍ୟ ଚର୍ଚ୍ଚା ହୁଏ ଯେ, ରାମ୍ୟା ଏହି କାରଣରୁ ଗର୍ଭବତୀ ମଧ୍ୟ ହୋଇଥିଲେ। ରାମ୍ୟା  ନିର୍ଦ୍ଦେଶକ କେ.ଏସ୍ ରବିକୁମାରଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ରବି କୁମାରଙ୍କ ସହ କାମ କରୁଥିବାବେଳେ ଉଭୟ ପରସ୍ପରର ନିକଟତର ହୋଇଥିଲେ। ଏପରିକି ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ। ବିଶେଷ କଥା ହେଉଛି ରବିକୁମାର ପୂର୍ବରୁ ବିବାହିତ ଥିଲେ। ଅନେକ ରିପୋର୍ଟରେ କୁହାଯାଇଛି ଯେ, ରବିକୁମାରଙ୍କ ସହ ତାଙ୍କ ସମ୍ପର୍କ ଏତେ ଗଭୀର ହୋଇଯାଇଥିଲା ଯେ, ରମ୍ୟା ବିବାହ ନ କରି ମାଆ ହୋଇଯାଇଥିଲେ। କିନ୍ତୁ ରାମ୍ୟା ଏହି ସନ୍ତାନକୁ ଜନ୍ମ କରିବାକୁ ଚାହୁଁ ନଥିଲେ  । ଏପରିକି ଗର୍ଭପାତ କରାଇବା ପାଇଁ ରମ୍ୟା କେ.ଏସ୍ ରବିକୁମାରଙ୍କୁ ୭୫  ଲକ୍ଷ ଟଙ୍କା ମାଗିଥିଲେ । କିନ୍ତୁ ଏହି ପ୍ରସଙ୍ଗ ନେଇ ଦୁଇଜଣ କେବେବି ମୁହଁ ଖୋଲି ନାହାଁନ୍ତି।  ଏହା ପରେ ୨୦୦୩ ରେ ରାମ୍ୟା ଫିଲ୍ମ ନିର୍ଦ୍ଦେଶକ କ୍ରିଷ୍ଣା ଭାମସିଙ୍କୁ (Telugu director Krishna Vamsi)ବିବାହ କରିଥିଲେ। 

ବିବାହ ପରେ ରାମ୍ୟା ତାଙ୍କ ପତି କ୍ରିଷ୍ଣା ଭାମସିଙ୍କ ସହ ଏକ  (Sri Anjaneyam) ଶ୍ରୀ ଅଞ୍ଚନେୟମ୍ ଫିଲ୍ମରେ କାମ କରୁଥିଲେ। ଫିଲ୍ମର ସୁଟିଂ ଚାଲୁଥିବା ସମୟରେ ରାମ୍ୟାଙ୍କୁ ତାଙ୍କ ପତି ନିର୍ଦ୍ଦେଶନା ଦେଉଥିଲେ।  ଏହି ସମୟରେ ରାମ୍ୟା  ଖୁସ୍ ଜୋରେ ହସି ଦେଇଥିଲେ। ଯାହାକୁ  ଦେଖି ରାଗି ଯାଇଥିଲେ  କ୍ରିଷ୍ଣା ଭାମସି। ଏବଂ  ସୁଟିଂ ସେଟରେ ଏହି କୌଣସି କଥାକୁ ନେଇ ପାଟିତୁଣ୍ତ ହୋଇଥିଲା। ଫଳରେ ସେହି ଦିନ ଠାରୁ ରାମ୍ୟା ଶପଥ ନେଇଥିଲେ ଯେ, ସେ ଜୀବନରେ କେବେବି ନିଜ ସ୍ବାମୀଙ୍କ ସହିତ କାମ କରିବେ ନାହିଁ। ଏ-କଥା ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ରାମ୍ୟା ଖୋଦ୍ କହିଥିଲେ। 

ସାଉଥ ସିନେମା ବ୍ୟତୀତ ରାମ୍ୟା ମଧ୍ୟ ବଲିଉଡରେ ଏକାଧିକ ଫିଲ୍ମରେ ନଜର ଆସିଛନ୍ତି।   ୧୯୯୩ ରେ ମୁକ୍ତିଲାଭ କରିଥିବା ୟଶ ଚୋପ୍ରାଙ୍କ ଫିଲ୍ମ 'ପାରମ୍ପରା' ('Parampara')ରେ ବଲିଉଡରେ ସେ ଡେବ୍ୟୁ କରିଥିଲେ।  ଏହା ବ୍ୟତୀତ ସେ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ'ରେ ବି ସେ ନଜର ଆସିଛନ୍ତି।  ଏହା ବ୍ୟତତି ସେ  ଫିଲ୍ମ (Liger) 'ଲିଗର୍'ରେ କାମ କରିବା ସହିତ 'ଜେଲର' ବି ନଜର ଆସିଛନ୍ତି।