Sonu Sood: ରିୟଲ ହିରୋ ସୋନୁ ସୁଦଙ୍କୁ ସରପ୍ରାଇଜ୍ ଦେଲା Indian Army
Advertisement
Article Detail0/zeeodisha/odisha1521096

Sonu Sood: ରିୟଲ ହିରୋ ସୋନୁ ସୁଦଙ୍କୁ ସରପ୍ରାଇଜ୍ ଦେଲା Indian Army

Sonu Sood Indian Army Soldiers: ବଲିଉଡର ଭେଟେରାନ ଅଭିନେତା ସୋନୁ ସୁଦ୍ । ସେ କେବଳ ଜଣେ ଅଭିନେତା ନୁହଁନ୍ତି ଜଣେ ଦରଦି ମଣିଷଟିଏ । ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଭଗବାନ ସାଜିଥିବା ଅଭିନେତା ସୋନୁ ସୁଦ ଏବେ ପୁଣିଥରେ ଚର୍ଚ୍ଚାରେ । ସେତେବେଳେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ସୋନୁ ଦେଶର ପ୍ରତିଟି ଘରର ସୁନା ପୁଅ ପାଲଟି ଯାଇଥିଲେ । ସେହି ସମୟରୁ ସୋନୁ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଛନ୍ତି ।

Sonu Sood: ରିୟଲ ହିରୋ ସୋନୁ ସୁଦଙ୍କୁ ସରପ୍ରାଇଜ୍ ଦେଲା Indian Army

Sonu Sood Indian Army Soldiers: ବଲିଉଡର ଭେଟେରାନ ଅଭିନେତା ସୋନୁ ସୁଦ୍ । ସେ କେବଳ ଜଣେ ଅଭିନେତା ନୁହଁନ୍ତି ଜଣେ ଦରଦି ମଣିଷଟିଏ ।  ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଭଗବାନ ସାଜିଥିବା ଅଭିନେତା ସୋନୁ ସୁଦ ଏବେ ପୁଣିଥରେ ଚର୍ଚ୍ଚାରେ । ସେତେବେଳେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ସୋନୁ ଦେଶର ପ୍ରତିଟି ଘରର ସୁନା ପୁଅ ପାଲଟି ଯାଇଥିଲେ । ସେହି ସମୟରୁ ସୋନୁ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତିଛନ୍ତି । ଦୁଃଖିଙ୍କ ପାଇଁ ସୋନୁ ସବୁବେଳେ ଆଗକୁ ଆସନ୍ତି ଆଉ ତାଙ୍କୁ ସାହାର୍ଯ୍ୟର ବି ଯୋଗାଇ ଦିଅନ୍ତି । ଏଭଳି ମଣିଷକୁ କେବଳ ସାଧାରଣ ଲୋକେ ନୁହଁନ୍ତି ଭାରତୀୟ ସେନା ମଧ୍ୟ ତାଙ୍କୁ ସମ୍ମାନ ଜଣାଇଛି । ତାହା ପୁଣି ନିଆରା ଢଙ୍ଗରେ । 

ଭାରତୀୟ ସେନା ସେନା ସୋନୁଙ୍କୁ ଏହି ବିଶେଷ ସମ୍ମାନ ପ୍ରଦାନ କରିଛନ୍ତି:
ଅଭିନେତା ସୋନୁ ସୁଦ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି । ସୋନୁ ସେୟାର କରିଥିବା ଏହି ପୋଷ୍ଟରେ  ଆପଣ ଦେଖିପାରୁଥିବା ଯେ ଭାରତୀୟ ସେନାର କିଛି ସୈନିକ ହିମାଳୟର କୈଣସି ଏକ ସ୍ଥାନରେ 'ସୋନୁ ସୁଦ୍ ରିୟଲ ହିରୋ ' ବୋଲି ଲେଖିଛନ୍ତି । ତେବେ, ସୋନୁ ନିଜ ଇନଷ୍ଟାରେ ଏଫଟୋ ସେୟାର କରିବା ସହ କ୍ୟାପସନ୍ ମଧ୍ୟ ଲେଖିଛନ୍ତି। କ୍ୟାପସନରେ ଲେଖିଛନ୍ତି ଯେ, 'ନମ୍ର,ମୋର ପ୍ରେରଣା, ଭାରତୀୟ ସେନା' । ବାସ୍ତବରେ ଭାରତୀୟ ସେନାର ସୈନିକମାନେ ଦେଇଥିବା ଏହି ବିଶେଷ ସମ୍ମାନ ଅଭିନେତାଙ୍କ ହୃଦୟକୁ ସ୍ପର୍ଶ କରିଛି।

 

 
 
 
 

 
 
 
 
 
 
 
 
 
 
 

A post shared by Sonu Sood (@sonu_sood)

ଏହାବି ପଢନ୍ତୁ : Namrata Malla: ଭୋଜପୁରୀ ଅଭିନେତ୍ରୀଙ୍କ ବେଲିଡ୍ୟାନ୍ସ, ଆପଣ ବି ଦେଖିଲେ କହିବେ ଓ ମାଇଁ ଗଡ୍

ଏହାବି ପଢନ୍ତୁ : Amitabh Bachchan: କାହିଁକି କ୍ଷମା ମାଗିଲେ ବିଗ୍ ବି, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ ?

ତେବେ ଏହି ଫଟୋରୁ , ଏହା ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ଯେ ଭାରତୀୟ ସେନ ହୃଦୟରେ ସୋନୁ ସୁଦ ପାଇଁ ଏକ ବିଶେଷ ସ୍ଥାନ ରହିଛି । ଏହା ସହିତ ସୋନୁ ମଧ୍ୟ ସମସ୍ତଙ୍କ ପ୍ରିୟ ହେବାକୁ ଯାଉଛନ୍ତି । ଏହା ପ୍ରଥମ ଘଟଣା ନୁହେଁ ଯେ ଭାରତୀୟ ସେନାର ସୋନୁ ସୁଦଙ୍କୁ ଏହିପରି ସମ୍ମାନ ପ୍ରଦର୍ଶନ କରିଛନ୍ତି। ଭାରତୀୟ ସେନା ଦ୍ବାରା ସୋନୁ ପୂର୍ବରୁ ମଧ୍ୟ ପ୍ରଶଂସିତ ହୋଇଛନ୍ତି।

ସୋନୁଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି :

ଭାରତୀୟ ସେନା ଦ୍ବାରା ସୋନୁସୁଦଙ୍କୁ ଦିଆଯାଇଥିବା ଏହି ସମ୍ମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।  ସୋନୁଙ୍କ ଜଣେ ପ୍ରଶଂସକମାନେ  ଏହି ଫଟୋ ଦେଖି କଡ଼ା ମନ୍ତବ୍ୟ ଦେଉଛନ୍ତି। ଏହା ସହିତ, ଜଣେ ୟୁଜର୍ସ ସୋନୁଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେଇଛନ୍ତି ଏବଂ ଲେଖିଛନ୍ତି - ବାସ୍ତବରେ ସୋନୁ ସୁଦ, ଆପଣ ଜଣେ ପ୍ରକୃତ ହୋରୋ । ସେହିପରି ଅନ୍ୟ ଜଣେ ୟୁଜର୍ସ ମଧ୍ୟ ସୋନୁଙ୍କ ପ୍ରଶଂସା କରି ଲେଖିଛନ୍ତି - ରାଜନୀତିରେ ପ୍ରବେଶ କରି ଲୋକଙ୍କୁ ସେବା ଯୋଗାଇ ଦିଆଯାଉ ନାହିଁ କିମ୍ବା ସାହାଯ୍ୟ କରାଯାଏ ନାହିଁ, ସୋନୁ ସୁଦ ପରି ହିରୋମାନେ ପ୍ରକୃତ, ଯେଉଁମାନେ ଜନସାଧାରଣଙ୍କୁ ସାହାଯ୍ୟ କରନ୍ତି ।