200 Crore Extortion Case : ଜେଲ ଯିବା ପୂର୍ବରୁ ମୁକୁଳିଲେ ଜ୍ୟାକଲିନ୍
Advertisement

200 Crore Extortion Case : ଜେଲ ଯିବା ପୂର୍ବରୁ ମୁକୁଳିଲେ ଜ୍ୟାକଲିନ୍

Jacqueline Fernandez : ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲା । ଏହି ମାମଲାରେ ଛନ୍ଦି ହୋଇଛନ୍ତି ସିଂହଳ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ।

ସୌଜନ୍ୟ : ସୋସିଆଲ ମିଡିଆ

Jacqueline Fernandez : ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲା । ଏହି ମାମଲାରେ ଛନ୍ଦି ହୋଇଛନ୍ତି ସିଂହଳ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । ଆଜି ତାଙ୍କୁ ଏ ମାମଲାରେ ଆଶ୍ବସ୍ତି ମିଳିଛି । ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅନ୍ତରୀଣ ଜାମିନ ମିଳିଛି। ତାଙ୍କୁ ୫୦,୦୦୦ ଟଙ୍କା ମୁଚାଲିକାରେ ପଟିଆଲା ହାଉସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ରେ କରିବେ । ମନି ଲଣ୍ଡରିଂ ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ନେଇ ଜ୍ୟାକଲିନ୍ ଙ୍କୁ ଇଡି ସମନ କରିଥିଲା।  ଇଡି ଜ୍ୟାକଲିନଙ୍କ ବିରୋଧରେ ଏକ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା। ଇଡି ତାଙ୍କୁ ଚାର୍ଜସିଟରେ ଜଣେ ଅଭିଯୁକ୍ତ ଭାବେ ଦର୍ଶାଇଥିଲା । ଇଡିର ଏହି ଚାର୍ଜସିଟ୍‌କୁ ଗ୍ରହଣ କରି କୋର୍ଟ ଜ୍ୟାକଲିନଙ୍କୁ ସେପ୍ଟେମ୍ବର ୨୬ରେ ହାଜର ହେବାକୁ କହିଥିଲେ। 

ଏହାପୂର୍ବରୁ ଏହି ଠକେଇ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସେପ୍ଟେମ୍ବର ୧୯ରେ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ପଚରାଉଚରା କରିଥିଲା। ତାଙ୍କୁ ପ୍ରାୟ ଆଠ ଘଣ୍ଟା ଧରି ଜେରା କରାଯାଇଥିଲା। ଇଓଡବ୍ଲୁ ଉଭୟ ଜ୍ୟାକଲିନ ଏବଂ ପିଙ୍କି ଇରାନୀଙ୍କୁ ମୁହାଁମୁହିଁ ବସାଇ ଜେରା କରିଥିଲା । ପୂର୍ବରୁ ଦିଲ୍ଲୀ ପୋଲିସର ଇଓଡବ୍ଲୁ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ମଧ୍ୟ ପଚରାଉଚରା କରିଛି। ପିଙ୍କି ସୁକେଶ ଚନ୍ଦ୍ରଶେଖରଙ୍କ ଖୁବ୍ ନିକଟତମ ଅଟେ । ସୁକେଶ ପକ୍ଷରୁ ସେ ଜ୍ୟାକଲିନଙ୍କ ପାଖରେ କୋଟି କୋଟି ଟଙ୍କାର ଗିଫ୍ଟ ପହଞ୍ଚାଉଥିଲେ । 

ଏହାବି ପଢନ୍ତୁ : 200 crore money laundering case: ଆଜି ଜ୍ୟାକଲିନଙ୍କୁ ଜେରା ,ଦିଲ୍ଲୀ ପୋଲିସକୁ ମିଳିବ ବଡ ତଥ୍ୟ !

ଫ୍ରି ପ୍ରେସ୍ ଜର୍ଣ୍ଣାଲ ରିପୋର୍ଟ (Free Press Journal report) ଅନୁସାରେ, ପୂର୍ବରୁ ଜ୍ୟାକଲିନଙ୍କୁ ପଚରାଉଚରା କରୁଥିବା ଇଓଡ୍ଲୁ ର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ଠକ ସୁକେଶ ସହ ଦୂରେଇ ରହିବାକୁ ଜ୍ୟାକଲିନଙ୍କୁ ପରାମର୍ଶ ଦେଇଥିଲେ ତାଙ୍କ ସାଥି କଳାକାର। ହେଲେ ଜ୍ୟାକଲିନ ଏସବୁ ପ୍ରତି ଧ୍ୟାନ ଦେଇ ନ ଥିଲେ। ସୁକେଶଙ୍କ ସହ ଭେଟିବା ଜାରି ରଖିଥିଲେ।  ଏହା ସହ ସୁକେଶ ଠାରୁ ଜ୍ୟାକଲିନଙ୍କୁ ଅନେକ ଦାମୀ ଉପହାର ମଧ୍ୟ ନେଉଥିଲେ। ଇଓଡବ୍ଲୁର ସ୍ପେଶାଲ ପୋଲିସ କମିଶନର Special Commissioner of Police (EOW) କହିଥିଲେ ଯେ, ସୁକେଶ କେବେଳ ଜ୍ୟାକଲିନଙ୍କୁ ନୁହେଁ, ତାଙ୍କ ମ୍ୟାନେଜର ପ୍ରଶାନ୍ତକୁ ମଧ୍ୟ ଅନେକ ଦାମୀ ଗିଫ୍ଟ ଦେଇଥିଲା । ଏହାପୂର୍ବରୁ ଇଓଡବ୍ଲୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମ୍ୟାନେଜର ପ୍ରଶାନ୍ତଙ୍କଠାରୁ ଏକ ବାଇକ୍ ଜବତ କରିଥିଲେ। ଏହି ବାଇକ୍ ର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ । ଠକେଇ ଟଙ୍କାରେ ଏହି ବାଇକ୍ କିଣି ସୁକେଶ ଚନ୍ଦ୍ରଶେଖର ପ୍ରଶାନ୍ତଙ୍କୁ ଦେଇଥିଲେ। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ବର୍ତ୍ତମାନ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ତିହାର ଜେଲରେ ଅଛନ୍ତି। ସେ ବିଭିନ୍ନ ଧନୀ ଲୋକ, ଏପରିକି ପୂର୍ବତନ ଫୋର୍ଟିସ୍ ହେଲଥ କେୟାର ପ୍ରମୋଟର ଶିଭିନ୍ଦର ମୋହନ ସିଂଙ୍କ ପତ୍ନୀ ଆଦିତି ସିଂଙ୍କ ଭଳି ହାଇପ୍ରୋଫାଇଲ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲା ।