Janhvi Kapoor: ଜାହ୍ନବୀଙ୍କ ହାତରୁ ପପକର୍ଣ୍ଣ କିଣିବା ପାଇଁ ଫ୍ୟାନ୍ସଙ୍କ ଲମ୍ବା ଲାଇନ୍
Advertisement
Article Detail0/zeeodisha/odisha1419822

Janhvi Kapoor: ଜାହ୍ନବୀଙ୍କ ହାତରୁ ପପକର୍ଣ୍ଣ କିଣିବା ପାଇଁ ଫ୍ୟାନ୍ସଙ୍କ ଲମ୍ବା ଲାଇନ୍


Janhvi Kapoor: ଶ୍ରୀଦେବିଙ୍କ ଲାଡଲୀ ଜାହ୍ନବୀ କପୁର । ତାଙ୍କ ଆମାଗୀ ଫିଲ୍ମ ' ମିଲି'ର ପ୍ରସୋସନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ପ୍ରଶଂସକଙ୍କ ହୃଦୟ ଜିତିବା ପାଇଁ ଅଭିନେତ୍ରୀ ଗୋଟିଏ ବି ସୁଯୋଗ ହାତ ଛଡା କରୁ ନାହାଁନ୍ତି । ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । 

ସୌଜନ୍ୟ : ସୋସିଆଲ ମିଡିଆ

Janhvi Kapoor: ଶ୍ରୀଦେବିଙ୍କ ଲାଡଲୀ ଜାହ୍ନବୀ କପୁର । ତାଙ୍କ ଆମାଗୀ ଫିଲ୍ମ ' ମିଲି'ର ପ୍ରସୋସନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ପ୍ରଶଂସକଙ୍କ ହୃଦୟ ଜିତିବା ପାଇଁ ଅଭିନେତ୍ରୀ ଗୋଟିଏ ବି ସୁଯୋଗ ହାତ ଛଡା କରୁ ନାହାଁନ୍ତି । ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମ ପ୍ରମୋସନ ସମୟରେ ଜାହ୍ନବୀ ଏକ ନିଆରା ତରିକା ଆପଣେଇଛନ୍ତି। ଜାହ୍ନବୀ ମଧ୍ୟ ଏଥିରେ ସଫଳ ହେଉଛନ୍ତି । ନିକଟରେ ଜାହ୍ନବୀ ଥିଏଟର ପରିସରରେ ଥିବା ଫୁଡ୍ କାଉଣ୍ଟରରେ ପପକର୍ଣ୍ଣ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।

ଜାହ୍ନବୀ ବିକ୍ରି କଲେ ପପକର୍ଣ୍ଣ :

ଜାହ୍ନବୀ ଆଜିକାଲି ଜନସାଧାରଣଙ୍କ ମଧ୍ୟରେ ସେ ବହୁତ ଆକ୍ଟିଭ୍ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ ପ୍ରଶଂସକଙ୍କୁ ହୃଦୟରେ ରାଜ୍ କରିବାକୁ ସେ ପପକର୍ଣ୍ଣ ବିକିବାକୁ ବି ପଛାଇନାହାଁନ୍ତି । ଜାହ୍ନବୀ କପୁରଙ୍କ ଚାର୍ମିଂ ନେସ୍ ଆଜିକାଲି ଫ୍ୟାନ୍ସଙ୍କ ହୃଦସ୍ପନ୍ଦନକୁ ବଢାଇ ଦେଇଛି । ପ୍ରମୋସନ ସମୟରେ ଜାହ୍ନବୀ ସବୁକିଛି କରୁଛନ୍ତି । ଯେଉଁଥିପାଇଁ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାକୁ ପଛାଉ ନାହିଁନ୍ତି । ନିକଟରେ ଜାହ୍ନବୀ ଥିଏଟର ପରିସରରେ ଥିବା ଫୁଡ କାଉଣ୍ଟରରେ ପପକର୍ଣ୍ଣ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ​। ଜାହ୍ନବୀଙ୍କୁ ଦେଖି ଫୁଡ କାଉଣ୍ଟରରେ ଫ୍ୟାନ୍ସଙ୍କ ଭିଡ ବଢିବା ସହ ଜାହ୍ନବୀଙ୍କ ହାତରେ ପପକର୍ଣ୍ଣ ନେଉଥିବାର ଦେଖିବାକୁ ମିଳିଥିଲା। 

ଗ୍ରୀନ୍ ଶାଢୀରେ ସିଜର୍ଲିଂ କରୁଛନ୍ତି ଜାହ୍ନବୀ  :

ଯଦି ଆମେ ଏଠାରେ ଜାହ୍ନବୀଙ୍କ ଲୁକ୍ ବିଷୟରେ ଚର୍ଚ୍ଚା କରିବା ତେବେ, ଥିଏଟର ପରିସରରେ ଜାହ୍ନବୀ ଟ୍ରାଡିସନାଲ ଲୁକ୍ ରେ ନଜର ଆସିଥିଲେ। ସେ ଏକ ଗ୍ରୀନ କର୍ଲର ଶାଢୀ ପିନ୍ଧିଥିଲେ। ଗ୍ରୀନ ଶାଢୀ ସାଙ୍ଗକୁ ବିକିନି ବ୍ଲାଉଜରେ ବେଶ୍ ହଟି ଲାଗୁଥିଲେ ଜାହ୍ନବୀ । ଯାହାକି ଦର୍ଶକଙ୍କୁ ମତୁଆଲା କରିଥିଲା । କିଛି ଫ୍ୟାନ୍ସ ପପକର୍ଣ୍ଣ ନେବା ବାହାନାରେ ତାଙ୍କୁ ଦେଖିବାକୁ ଚାହୁଁଥିଲେ ।

 

ଏହାବି ପଢନ୍ତୁ : Happy Birthday Aishwarya Rai Bachchan: ବିବାହ ପରେ ବିବାଦ ଘେରକୁ କେମିତି ଟାଣି ହୋଇଥିଲେ ଐଶ୍ୱର୍ଯ୍ୟା,ଜାଣନ୍ତୁ

ମାଲାୟଲମ୍ ଚଳଚ୍ଚିତ୍ର ରିମେକ୍  : 

ଜାହ୍ନବୀଙ୍କ ଆଗାମୀ ଫିଲ୍ମ 'ମିଲି' ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟିକୁ ନେଇ ଅଭିନେତ୍ରୀ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମଟି ନଭେମ୍ବର ୪ରେ ରିଲିଜ୍‌ ହେବ । ଏଥିରେ ଜାହ୍ନବୀଙ୍କ ସହିତ ସନ୍ନି କୌଶଲ ମଧ୍ୟ ନଜର ଆସିବେ । 'ମିଲି' ହେଉଛି ମାଲାୟାଲମ୍ ଥ୍ରୀଲର ଫିଲ୍ମ, ହେଲେନର ଅଫିସିଆଲ୍ ରିମେକ୍  । ହେଲେନ ଜଣେ ଯୁବ ନର୍ସ ଯିଏ କାନାଡା ଯିବାକୁ ଚାହୁଁଛନ୍ତି । କିନ୍ତୁ ଦିନେ ସେ କାମରୁ ଘରକୁ ନ ଆସିବା ପରେ ଅବସ୍ଥା ଆହୁରି ଖରାପ ହୋଇଯାଏ। ବୋନି କପୁରଙ୍କ ଫିଲ୍ମର କାହାଣୀ ମଧ୍ୟ ଏହା ଉପରେ ଆଧାରିତ । ହେଲେନଙ୍କ ସ୍ଥାନରେ ମିଲି ନାଉଡିଆଲ ଅଛନ୍ତି, ଯିଏକି ୨୪ ବର୍ଷର । ସେ ବି.ଏସ୍.ସି ନର୍ସିଂରେ ସ୍ନାତକ ହାସଲ କରିଛନ୍ତି। ଜୀବନରେ କିଛି କରିବାକୁ ଚାହୁଁଛନ୍ତି । ମାଲାୟାଲମ୍ ମୂଳ ଚଳଚ୍ଚିତ୍ର ହେଲେନ୍ ଦର୍ଶକଙ୍କ ହୃଦୟ ଜିତିଥିଲେ ।