ଏମିତି ବି ମୃତ୍ୟୁ ଆସେ, ନୃତ୍ୟ ଶିଖାଇବା ସମୟରେ ନିର୍ଦ୍ଦେଶକଙ୍କୁ ହୃଦଘାତ
Advertisement
Article Detail0/zeeodisha/odisha2354498

ଏମିତି ବି ମୃତ୍ୟୁ ଆସେ, ନୃତ୍ୟ ଶିଖାଇବା ସମୟରେ ନିର୍ଦ୍ଦେଶକଙ୍କୁ ହୃଦଘାତ

ଚଳିତ ଯାତ୍ରା ସିଜନ ପାଇଁ ସାଥୀ କଳାକାରଙ୍କୁ ନୃତ୍ୟ ଶିଖାଉଥିବା ସମୟରେ ହୃଦଘାତରେ ଟଳିପଡିଛନ୍ତି ନୃତ୍ୟ ନିର୍ଦ୍ଦେଶକ । ଘଟଣା ଘଟିଛି ପାଣିକୋଇଲି ଷଠିପୁର ସ୍ଥିତ ‘ଯାତ୍ରା ଯାଜ୍ଞସେନୀ’ର ଆଖଡ଼ା ଶାଳରେ ।

ଏମିତି ବି ମୃତ୍ୟୁ ଆସେ, ନୃତ୍ୟ ଶିଖାଇବା ସମୟରେ ନିର୍ଦ୍ଦେଶକଙ୍କୁ ହୃଦଘାତ

ଯାଜପୁର: ‘ଯାତ୍ରା ଯାଜ୍ଞସେନୀ’ର ଆଖଡ଼ା ଶାଳରେ ଶୋକାକୂଳ ପରିବେଶ । କାରଣ ଆଉ ନାହାନ୍ତି ନୃତ୍ୟ ନିର୍ଦ୍ଦେଶକ ନେପା ସାର୍ (ମାୟାଧର ଜେନା) । ଚଳିତ ଯାତ୍ରା ସିଜନ ପାଇଁ ସାଥୀ କଳାକାରଙ୍କୁ ନୃତ୍ୟ ଶିଖାଉଥିବା ସମୟରେ ହୃଦଘାତରେ ଟଳିପଡିଛନ୍ତି ନୃତ୍ୟ ନିର୍ଦ୍ଦେଶକ । ଘଟଣା ଘଟିଛି ପାଣିକୋଇଲି ଷଠିପୁର ସ୍ଥିତ ‘ଯାତ୍ରା ଯାଜ୍ଞସେନୀ’ର ଆଖଡ଼ା ଶାଳରେ । ହଠାତ୍ ନୃତ୍ୟ ଗୁରୁଙ୍କୁ ହରାଇବା ଦୁଃଖରେ ସାଥୀ କଳାକାରଙ୍କ ଆଖିରୁ ଝରିବାରେ ଲାଗିଛି ଲୁହ ।

ସୂଚନା ମୁତାବକ, ଆଜି ଆଖଡାଶାଳରେ ସୁଧାଂଶୁ ନାୟକଙ୍କ ରଚିତ ନାଟକ “ଆଖିର ଦୋଷ ନା ଲୁହର ଦୋଷ”ର ଅଭ୍ୟାସ ଚାଲିଥିଲା । ଯାହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ଅଶ୍ରୁମୋଚନ ମହାନ୍ତି । ସେହି ସମୟରେ କଳାକାରଙ୍କୁ ଅଙ୍ଗଭଙ୍ଗି ଶିଖାଉଥିଲେ ନୃତ୍ୟ ନିର୍ଦ୍ଦେଶକ ନେପା ସାର୍ । ହଠାତ୍ ସେହି ସମୟରେ ଛାତିରେ ଯନ୍ତ୍ରଣା ହେବରୁ ସେ ତଳେ ପଡିଯାଇଥିଲେ । ଛାତିରେ ଯନ୍ତ୍ରଣା ହେଉଛି ବୋଲି ସାଥୀ କଳାକାରଙ୍କୁ କହିବାରୁ ତାଙ୍କୁ ତୁରନ୍ତ ଯାଜପୁର ରୋଡ୍‌ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନୃତ୍ୟଗୁରୁଙ୍କୁ ହରାଇବା ପରେ ଆଖଡାଶାଳରେ ଉପସ୍ଥିତ ସମସ୍ତ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି । ସହକଳାକାରଙ୍କ କହିବାନୁଯାୟୀ, ଦୀର୍ଘ ବର୍ଷ ଧରି ଅନେକ ସୁପରହିଟ୍ ନାଟକରେ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କଠାରୁ ନୃତ୍ୟ ଶିକ୍ଷାକରି ଅନେକ ନୃତ୍ୟଶିଳ୍ପୀ ପ୍ରତିଷ୍ଠା ଲାଭ କରିଛନ୍ତି । ଜଣେ ବରିଷ୍ଠ ନୃତ୍ୟ ନିର୍ଦ୍ଦେଶକଙ୍କୁ ହରାଇବା ଆଜି କଳା ଜଗତ ପାଇଁ ଦୁଃଖର ବିଷୟ ।

Also Read- Mangal Gochar 2024: ଅଗଷ୍ଟ ୧୬ ପର୍ଯ୍ୟନ୍ତ ୩ ରାଶିର ଭାଗ୍ୟରେ ଧନର ବର୍ଷା

Also Read- Top 10 News Today: ଫେରିଗଲା ଶତାଧିକ ଆଳୁ ଟ୍ରକ ଖବର ସହ ଅନ୍ୟ ଅପଡେଟ୍