ଦୀର୍ଘ ବର୍ଷ ପରେ ଏକାଠି ହେଲେ ସାରା-କାର୍ତ୍ତିକ, ଫିଲ୍ମ ରିଲିଜ ପୂର୍ବରୁ ହୋଇଥିଲା ବ୍ରେକଅପ୍
Advertisement

ଦୀର୍ଘ ବର୍ଷ ପରେ ଏକାଠି ହେଲେ ସାରା-କାର୍ତ୍ତିକ, ଫିଲ୍ମ ରିଲିଜ ପୂର୍ବରୁ ହୋଇଥିଲା ବ୍ରେକଅପ୍

୨୦୨୦ ପରଠାରୁ ଅଲଗା ହୋଇଯାଇଥିଲେ ସାରା-କାର୍ତ୍ତିକ , ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଦେଇଥିଲେ । ଦୀର୍ଘ ୨ ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଏହି ସେଲିବ୍ରିଟି କପଲ୍ । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ । ଫଟୋରୁ ହଟୁନି ଫ୍ୟାନ୍ସଙ୍କ ନଜର ।

ଦୀର୍ଘ ବର୍ଷ ପରେ ଏକାଠି ହେଲେ ସାରା-କାର୍ତ୍ତିକ, ଫିଲ୍ମ ରିଲିଜ ପୂର୍ବରୁ ହୋଇଥିଲା ବ୍ରେକଅପ୍

ନୂଆଦିଲ୍ଲୀ: ଲଭ ବ୍ରେକଅପ ଡିଭୋର୍ସ ପାଇଁ ସବୁବେଳେ ଲାଇମଲାଇଟରେ ରୁହନ୍ତି ଆମ ବି-ଟାଉନ ସେଲିବ୍ରିଟି । ସୋସିଆଲ ମିଡିଆରେ କପଲ ଗୋଲ୍ କରୁଥିବା ସେଲିବ୍ରିଟି ଖୁବ କମ୍ ସମୟ ଭିତରେ ହିଁ ପରସ୍ପରଠୁ ଅଲଗା ହୋଇଯାଆନ୍ତି । ଆଉ ଏହା କୌଣସି ନୂଆ କଥା ନୁହେଁ   । ଏମିତି ଅନେକ ଉଦାହରଣ ବିଗତ ଦିନଗୁଡ଼ିକରେ ନଜରକୁ ଆସିଛି । ବି-ଟାଉନ ସେଲିବ୍ରିଟିଙ୍କ ପ୍ରଫେସନାଲ ଲାଇଫ ଠାରୁ ଅଧିକ ତାଙ୍କ ପର୍ସନାଲ ଲାଇଫ ଲାଇମଲାଇଟରେ ରୁହେ ।  ଲଭ ଅଫେୟାର୍ସକୁ ନେଇ ଚର୍ଚ୍ଚା ଟିକେ ଅଧିକ ହୋଇଥାଏ । ଏଣ୍ଟରଟେନମେଣ୍ଟ ଦୁନିଆରେ ଲଭ-ବ୍ରେକଅପ୍ ସାଧାରଣ କଥା ।  ଲଭ-ବ୍ରେକଅପ୍-ଅଫେୟାର୍ସ ପାଇଁ ସେଲିବ୍ରିଟି ଲାଇମଲାଇଟରେ ରୁହନ୍ତି ଆଉ ପୁଣି ଟ୍ରୋଲ ବି ହୁଅନ୍ତି ।

ବଲିଉଡର ଲଭ ବାର୍ଡଙ୍କ ଲିଷ୍ଟରେ ବଲିଉଡର ଚକୋଲେଟ ହିରୋ କାର୍ତ୍ତିକ ଆର୍ୟନ (Kartik Aryan) ଏବଂ ସାରା ଅଲ୍ଲୀ ଖାନ୍ (Sara Alli Khan)ଙ୍କ ନାଁ ବହୁ ପୂର୍ବରୁ ରହିଛି ।ହେଲେ ୨୦୨୦ ମସିହା ପରଠାରୁ ଏହି ଲଭ ବାର୍ଡ ଏକାଠି ନଜର ଆସିନଥିଲେ । ବର୍ତ୍ତମାନ ପ୍ରଥମ ଥର ଉଭୟଙ୍କୁ ଏକାଠି ସ୍ପଟ୍ କରାଯାଇଛି । ଉଭୟଙ୍କୁ ଏକାଠି ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଯାଇଛନ୍ତି ।୨୦୨୦ରେ ରିଲିଜ ହୋଇଥିବା ଇମତିଆଜ୍ ଅଲ୍ଲୀ (Imtiaz Ali)ଙ୍କ ଫିଲ୍ମ 'ଲଭ୍ ଆଜ କଲ୍-୨'( Love Aaj Kal ) ରେ ଉଭୟ ଅଭିନୟ କରିଥିଲେ । ଏହି ଫିଲ୍ମ ସମୟରେ ଉଭୟ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ଉଭୟଙ୍କୁ ଅନେକ ଇଭେଣ୍ଟ , ପାର୍ଟି, ଶୋରେ ଏକାଠି ବହୁବାର ନଜର ଆସିଥିଲେ । କରନ ଜୋହର (Karan Johar) ଙ୍କ ବହୁ ଚର୍ଚ୍ଚିତ ଶୋ 'କଫି ୱିଥ୍ କରନ' (Koffee With Karan)ରେ କାର୍ତ୍ତିକଙ୍କ ଉପରେ କ୍ରସ୍ ଥିବା ନେଇ ସାରା ଖୁଲାସା କରିଥିଲେ । ଏହାପରେ ଉଭୟଙ୍କ ଲଭ୍ ରିଲେସନସିପକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

 Also Read: ବଡ଼ ପରଦାକୁ ପୁଣି ଫେରିବ ରାଜ-ସିମ୍ରନ ଯୋଡ଼ି

ରିପୋର୍ଟ ଅନୁସାରେ ' ଲଭ ଆଜ କଲ୍ -୨ ' ଫିଲ୍ମ ରିଲିଜ ପୂର୍ବରୁ ଉଭୟଙ୍କ ବ୍ରେକ୍-ଅପ୍ ହୋଇଯାଇଥିଲା । ଉଭୟ ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଦେଇଥିଲେ । ଏନେଇ ଉଭୟଙ୍କ ପକ୍ଷରୁ କୌଣସି ଅଫିସିଆଲ କନଫରମେସନ କରାଯାଇନଥିଲା ।ଦୀର୍ଘ ୨ ବର୍ଷ ପରେ ଗୋଟିଏ ଇଭେଣ୍ଟରେ ଏହି କପଲଙ୍କୁ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି ।  ଅନେକ ମିମ୍ସ ମଧ୍ୟ ଦେଖିବାକୁ ମିଳିଛି । କାର୍ତ୍ତିକ -ସାରାଙ୍କ ଫ୍ୟାନ୍ କ୍ଲବ୍ ପେଜରେ ଉଭୟଙ୍କ ଫଟୋକୁ ପୋଷ୍ଟ କରାଯାଇଛି । ଏହି ସବୁ ପୋଷ୍ଟରେ ଫ୍ୟାନ୍ସ କମେଣ୍ଟ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ଉଭୟ ଦୀର୍ଘ ୨ ବର୍ଷ  ପରେ ଏକାଠି ହୋଇଥିବା ନେଇ ଚର୍ଚ୍ଚା ହେଉଛି ।ଫିଲ୍ମ କଥା କହିବାକୁ ଗଲେ କାର୍ତ୍ତିକଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ  ଭୁଲ ଭୁଲୈୟା ୨ ( Bhool Bhulaiyaa 2) ରିଲିଜ ହେବା ଅପେକ୍ଷାରେ ରହିଛି ।ଏହି ଫିଲ୍ମ ଚଳିତ ବର୍ଷ  ମେ ୨୦ରେ ରିଲିଜ ହେବ । ଫିଲ୍ମର ଟାଇଟଲ ଟ୍ରାକ୍ ମଧ୍ୟ ରିଲିଜ କରାଯାଇଛି । ହରର-କମେଡି ଫିଲ୍ମ ଭୁଲଭଲୈୟା ୨ର ଟ୍ରେଲର  ରିଲିଜ  ହୋଇଯାଇଛି  ।

Also Read: ଓଟିଟିରେ ରିଲିଜ ହେବ ଏହି ସବୁ ଫିଲ୍ମ , ଦେଖନ୍ତୁ ପୁରା ଲିଷ୍ଟ

୩ ମିନଟ୍ ୧୨ ସେକେଣ୍ଡର ଟ୍ରେଲରରେ ଜବରଦସ୍ତ ଡ୍ରାମା କମେଡି ଦେଖିବାକୁ ମିଳିଛି । ଏହି ଟ୍ରେଲରରେ କାର୍ତ୍ତିକ ଆର୍ୟନଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀ (Kiara Advani) , ତବୁ (Tabu)  ମଧ୍ୟ ନଜର ଆସିଛନ୍ତି । ଏଥିସହ ଫିଲ୍ମରେ ରାଜପାଲ ୟାଦବ (Rajpal Yadav) ଙ୍କ କମେଡି ଡ୍ରାମା ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅନିସ ବାଜମୀ (Anees Bazmee )ଏବଂ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଭୁଷଣ କୁମାର (Bhushan Kumae) ।୨୦୦୭ରେ ରିଲିଜ ହୋଇଥିବା   ଫିଲ୍ମ ଭୁଲଭଲୈୟାର ଏହା ସିକ୍ୱେଲ ।ଏଥିରେ ଅକ୍ଷୟ କୁମାର (Akshay Kumar)  , ସାଇନି ଆହୁଜା (Shiney Ahuja) ଏବଂ ବିଦ୍ୟା ବାଲାନ (Vidya Balan)ଲିଡ୍ ରୋଲରେ ଅଭିନୟ କରିଥିଲେ। ମଞ୍ଜୁଲିକା  ଭୂମିକାରେ ଦର୍ଶକଙ୍କୁ ଖୁବ ଡରାଇଥିଲେ ବିଦ୍ୟା । କାର୍ତ୍ତିକଙ୍କ ଏହି ଫିଲ୍ମ ୨୦୧୯ରେ ରିଲିଜ ହେବାର ଥିଲା । ମାତ୍ର କୋରୋନା ମହାମାରୀ ପାଇଁ ଏହି ଫିଲ୍ମର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଥିଲା ।

Also Read: ପୂର୍ବତନ ପୋଲିସ କମିଶନରଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ଏହି ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚ ୨୫ରେ ରିଲିଜ ହେବା ପାଇଁ ସ୍ଥିର ହୋଇଥିଲା , କିନ୍ତୁ ପରବର୍ତ୍ତୀ ସମୟରେ ଏହାର ରିଲିଜ ଡେଟରେ ପରିବର୍ତ୍ତନ କରଯାଇଥିଲା। ଏହି ଫିଲ୍ମ ଚଳିତ ବର୍ଷ ମେ ୨୦ ତାରିଖରେ ରିଲିଜ ହେବ ବୋଲି ଜଣାପଡ଼ିଛି ।ଏହି ଫିଲ୍ମକୁ ନେଇ ପୁରା ଷ୍ଟାରକାଷ୍ଟ ବହୁତ ଉତ୍ସାହିତ ଅଛନ୍ତି ।ସେହିପରି ସାରା ଅଲ୍ଲୀ ଖାନ ମଧ୍ୟ ନିଜ ଅପକମିଂ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି ।  ଗତ ବର୍ଷ ୨୪ ଡିସେମ୍ବରରେ ରିଲିଜ ହୋଇଥିଲା ସାରାଙ୍କ ଫିଲ୍ମ ଅତରଙ୍ଗୀରେ (Atarangi re) ।ଏଥିରେ ସାରାଙ୍କ ଅଭିନୟକୁ ପସନ୍ଦ କରିଥିଲେ ଦର୍ଶକ ଏବଂ ସିନେ ସମୀକ୍ଷକ ।  ସାରାଙ୍କ ହାତରେ ମଧ୍ୟ ଅନେକ ଫିଲ୍ମର ଅଫର ରହିଛି । ଫିଲ୍ମ ଲୁକ୍କା ଚୁପି ୨ (Luka Chuppi 2) ଚଳିତ ବର୍ଷ ରିଲିଜ ହେବ ବୋଲି ଜଣାପଡ଼ିଛି । ଏହି ଫିଲ୍ମରେ ସାରାଙ୍କ ସହ ଅଭିନେତା ଭିକ୍କି କୌଶଲ (Vicky Kaushal) ନଜର ଆସିବେ ।