Paresh Rawal: ପରେଶ ରାଓ୍ବଲଙ୍କ ପାଇଁ ବଢିଲା ଅଡୁଆ, ଥାନାରୁ ଆସିଲା ଡକରା
Advertisement

Paresh Rawal: ପରେଶ ରାଓ୍ବଲଙ୍କ ପାଇଁ ବଢିଲା ଅଡୁଆ, ଥାନାରୁ ଆସିଲା ଡକରା

Paresh Rawal: ବିବାଦରେ ବଲିଉଡ ଅଭିନେତା ପରେଶ ରାୱଲ। ବଙ୍ଗାଳୀଙ୍କ ଉପରେ ମନ୍ତବ୍ୟ ଦେବା ତାଙ୍କ ପାଇଁ ବର୍ତ୍ତମାନେ ମହଙ୍ଗା ପଡିଛି। ଗୁଜୁରାଟରେ ବିଜେପି ପାଇଁ ପ୍ରଚାର କରୁଥିବା ବେଳେ ପରେଶ ବଙ୍ଗାଳୀ ବିରୋଧି ମନ୍ତବ୍ୟ ଦେଇଥିଲେ। ଏନେଇ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ ସିପିଆଇ(ଏମ୍‌)ର ଲୋକସଭା ସାଂସଦ ମହମ୍ମଦ ସଲିମ୍(CPI(M) West Bengal State Secretary Md Salim )।

ସୌଜନ୍ୟ : ସୋସିଆଲ ମିଡିଆ

Paresh Rawal: ବିବାଦରେ ବଲିଉଡ ଅଭିନେତା ପରେଶ ରାୱଲ। ବଙ୍ଗାଳୀଙ୍କ ଉପରେ ମନ୍ତବ୍ୟ ଦେବା ତାଙ୍କ ପାଇଁ ବର୍ତ୍ତମାନେ ମହଙ୍ଗା ପଡିଛି। ଗୁଜୁରାଟରେ ବିଜେପି ପାଇଁ ପ୍ରଚାର କରୁଥିବା ବେଳେ ପରେଶ ବଙ୍ଗାଳୀ ବିରୋଧି ମନ୍ତବ୍ୟ ଦେଇଥିଲେ।  ଏନେଇ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ ସିପିଆଇ(ଏମ୍‌)ର ଲୋକସଭା ସାଂସଦ ମହମ୍ମଦ ସଲିମ୍(CPI(M) West Bengal State Secretary Md Salim )।  ଏନେଇ କୋଲକାତା ପୋଲିସ ତାଙ୍କୁ ପଚରାଉଚରା ପାଇଁ ସୋମବାର ହାଜର ହେବାକୁ ନୋଟିସ ଜାରି କରିଛି । 

ବିବାଦୀୟ ବୟାନ ପରେ କ୍ଷମା ପ୍ରାର୍ଥନା କରିଥିଲେ ପରେଶ ରାଓ୍ବଲ : 
 
ଗୁଜୁରାଟ ନିର୍ବାଚନ ବେଳେ ଦେଇଥିବା ଏଭଳି ବଙ୍ଗାଳୀ ବିରୋଧି ମନ୍ତବ୍ୟ ପାଇଁ ପରେଶ କ୍ଷମା ପ୍ରାର୍ଥନା କରିଥିଲେ।  ଏନେଇ ସିପିଆଇ(ଏମ୍‌)ର ଲୋକସଭା ସାଂସଦ ମହମ୍ମଦ ସଲିମ୍ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ସେ ତାଙ୍କ ଅଭିଯୋଗ ପତ୍ରରେ ଏହା ଉଲ୍ଲେଖ କରିଛନ୍ତି ଯେ,ପରେଶ ଦେଇଥିବା ମନ୍ତବ୍ୟ ଦଙ୍ଗା ସୃଷ୍ଟିକାରୀ,ଏହା ବଙ୍ଗାଳୀ ଓ ଅନ୍ୟ ସଂପ୍ରଦାୟ ମଧ୍ୟରେ ସମନ୍ବୟକୁ ନଷ୍ଟ କରୁଛି। ଏହା ବଙ୍ଗଳାଙ୍କ ପାଇଁ ଅପମାନଜନକ ମନ୍ତବ୍ୟ ବୋଲି ସଲିମ କହିଛନ୍ତି । ସେପଟେ, ଟିଏସି ମଧ୍ୟ ପରେଶଙ୍କ ଏହି ବିବାଦୀୟ ବୟାନ ନେଇ ତାଙ୍କ ଉପରେ ବର୍ଷିଛି । 

ନିକଟରେ ଗୁଜୁରାଟରେ ବିଜେପି ପାଇଁ ପ୍ରଚାର କରୁଥିଲେ ପରେଶ ରାଓ୍ବଲ। ପ୍ରଚାର ସମୟରେ ସେ ବଙ୍ଗାଳୀ ବିରୋଧି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମନ୍ତବ୍ୟକୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଛି । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗୁଜୁରାଟରେ ରାଲି ଚାଲିଥିବା ସମୟରେ ଅଭିନେତା କହିଥିଲେ ଯେ 'ଗୁଜରାଟ ଜନସାଧାରଣ ମୁଦ୍ରାସ୍ଫୀତିକୁ ସହ୍ୟ କରିବେ କିନ୍ତୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଙ୍କୁ ନୁହେଁ।' ଏହି ମନ୍ତବ୍ୟକୁ ନେଇ ବିବାଦ ଉପୁଜିଥିଲା। କେବଳ ସେତିକି ନୁହେଁ, ପ୍ରଚାର ବେଳେ ସେ ଏହା ବି କହିଛନ୍ତି ଯେ, 'ଯଦି ଗ୍ୟାସ ସିଲିଣ୍ଡର ମହଙ୍ଗା ହୁଅ, ତେବେ ଏହାର ମୂଲ୍ୟ ହ୍ରାସ ପାଇବ, ଲୋକମାନେ ଚାକିରୀ ପାଇବେ। କିନ୍ତୁ ଯଦି ରୋହିଙ୍ଗ୍ୟା ପ୍ରବାସୀ ତଥା ବାଂଲାଦେଶୀମାନେ ଦିଲ୍ଲୀରେ ଆପଣଙ୍କ ଚାରିପାଖରେ ବସବାସ କରିବେ ତେବେ,ଆପଣଙ୍କର ଗ୍ୟାସ ସିଲିଣ୍ତର ଆବଶ୍ୟକତା ରହିବ ନାହିଁ । ବଙ୍ଗୀୟମାନେ ତୁମମାନଙ୍କୁ ମାଛ ରାନ୍ଧିକି ଦେବେ। ' ବଲିଉଡ୍ ଅଭିନେତା ପରେଶ ରାଓ୍ବଲ ଯଦି ଆମେ ତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା  । ତେବେ, ତାଙ୍କ ହାତରେ ଅନେକ ବଡ ପ୍ରଜେକ୍ଟ ରହିଛି । ସେ ତାଙ୍କର ଆଗାମୀ ଫିଲ୍ମ 'ହେରାଫେରି ୩ ' ରେ ନଜର ଆସିବେ। ଏହାବ୍ୟତୀତ  ସେ 'ସେହେଜାଦା' ଓ 'ଡ୍ରିମଗାର୍ଲ ୨' ରେ ନଜର ଆସିବେ। 

 ଏହାବି ପଢନ୍ତୁ : Paresh Rawal: ଥାନାକୁ ଟଣା ହୋଇପାରନ୍ତି Paresh Rawal, ଗୁଜୁରାଟ ନିର୍ବାଚନ ପ୍ରଚାର ବେଳେ କରିଥିଲେ ଏମିତି କା

ଏହାବି ପଢନ୍ତୁ : Shah Rukh Khan: ଶାହରୁକ୍ ଖାନଙ୍କ ବିଷୟରେ ବଡ ଖୁଲାସା କଲେ ସିଦ୍ଧାର୍ଥ ଆନନ୍ଦ, କହିଲେ କିଛି ଏମିତି